ନୂଆଦିଲ୍ଲୀ,୧୬।୩: କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥାର କେନ୍ଦ୍ର ମା’ବୈଷ୍ଣୋଦେବୀ ମନ୍ଦିର ପ୍ରତିବର୍ଷ ଦାନ ମାମଲାରେ ନୂଆ ରେକର୍ଡ ତିଆରି କରୁଛି। କୋଭିଡ-୧୯ ମହାମାରୀ ପ୍ରଭାବରୁ ମୁକ୍ତି ପାଇବା ପରେ ମନ୍ଦିରକୁ ମିଳିଥିବା ଦାନରେ ଜୋରଦାର ବୃଦ୍ଧି ହୋଇଛି। ଗତ ୫ ବର୍ଷ ହେବ ମନ୍ଦିରକୁ ମିଳୁଥିବା ଦାନ ୧୭୧.୯୦ କୋଟି ଟଙ୍କା ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି। ଯାହାକି ୨୦୨୦-୨୧ ରେ ମାତ୍ର ୬୩.୮୫ କୋଟି ଥିଲା। ନା କେବଳ ନଗଦ ଚଢାଯାଇଛି, ବଂର ସୁନା ଓ ରୁପାର ଦାନରେ ମଧ୍ୟ ଐତିହାସିକ ବୃଦ୍ଧି ଘଟିଛି।
ମା ବୈଷ୍ଣୋଦେବୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦ୍ବାରା ଦାନ କରାଯାଇଥିବା ଆର୍ଥିକ ବର୍ଷ ୨୦୨୪-୨୫(ଜାନୁଆରୀ ପର୍ଯ୍ୟନ୍ତ)ବଢି ୧୭୧.୯୦ କୋଟି ହୋଇଯାଇଛି। ଏହ ୨୦୨୦-୨୧ ରେ କେବଳ ୬୩.୮୫ କୋଟି ଥିଲା। ଶ୍ରୀ ମାତା ବୈଷ୍ଣୋଦେବୀ ଶ୍ରାଇନ୍ ବୋର୍ଡ ଏହି ସୂଚନା ଏକ ଆରଟିଆଇ ଆବେଦନର ଜବାବ୍ରେ ଦେଇଛନ୍ତି।
ଶ୍ରାଇନ୍ ବୋର୍ଡର କହିବା ଅନୁସାରେ, ୨୦୨୦-୨୧ ରେ ୯.୦୭ କିଲୋଗ୍ରାମ ଥିଲା, ଯାହାକି ୨୦୨୪-୨୫ (ଜାନୁଆରୀ ପର୍ଯ୍ୟନ୍ତ) ଆଢଇଖଇ ୨୭.୭୧ କିଲୋଗ୍ରାମ୍ ହୋଇଯାଇଛି। ସେଭଳି ରୁପା ଦାନ ମଧ୍ୟ ୭୫୩.୬୩ କିଲୋଗ୍ରାମ (୨୦୨୦-୨୧)ରୁ ବଢି ୩,୪୨୪.୫୩ କିଲୋଗ୍ରାମ୍ (୨୦୨୪-୨୫) ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି। କୋଭିଡ୍-୧୯ କାରଣରୁ ୨୦୨୦ ରେ ଯେତେବେଳେ ମନ୍ଦିର ପ୍ରଥମ ଥର ପାଞ୍ଚ ମାସ ପାଇଁ ବନ୍ଦ ହୋଇଥିଲା, ସେତେବେଳେ କେବଳ ୧୭.୨୦ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିର ପହଁଞ୍ଚିଥିଲେ,ଯାହାକି ତିନି ଦଶକ ହେବ ସବୁଠାରୁ କମ୍ ସଂଖ୍ୟା ଥିଲା।