ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ପାଠ ପଢ଼େଇଲେ ମଣିଷ କଲେ… ପୁଅ ଏବେ ଲଣ୍ଡନରେ ହେଲେ ବାପା ରାସ୍ତାକଡ଼ର ଭିକାରୀ

Published By : Prameya | March 16, 2025 2:59 PM

ମୁମ୍ୱାଇ, ୧୬।୩: ନିଜ ପିଲାଙ୍କ ପାଇଁ ବାପା-ମା’ ତାଙ୍କ ଜୀବନର ସବୁ ଖୁସି ତ୍ୟାଗ କରନ୍ତି । ମୋ ପିଲାଟି କେମିତି ଭଲ ପାଠ ପଢ଼ୁ । ଭଲ ଚାକିରି ଖଣ୍ଡେ କରୁ । ଭଲ ମଣିଷଟେ ହଉ । ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ଟିକିଏ ବି ଅବହେଳା କରନ୍ତିନି । ଭବିଷ୍ୟତରେ ତାଙ୍କ ପିଲାଟି କେମିତି ସଫଳ ହେଉ ସେଥିପାଇଁ ପିଲାକୁ ଆଶିର୍ବାଦ ଦିଅନ୍ତି । କିନ୍ତୁ, ଯେତେବେଳେ ସେଇ ପିଲା ଦିନେ ବଡ଼ ହୋଇ ବାପା-ମା’ଙ୍କ ଆଖିରେ ଲୁହ ଦିଏ, ଅଭିଶାପରେ ପରିଣତ ହୋଇଯାଏ ସେ ଆଶିର୍ବାଦ । ଯେଉଁ ପିଲାମାନେ ବାପାଙ୍କ ସଂଘର୍ଷରେ ଅନୁପ୍ରାଣିତ ହୋଇ ବଢ଼ିଥିଲେ, ଆଜି ସେଇ ପିଲା ଭଗବାନ ସଦୃଶ ବାପା-ମାଆଙ୍କୁ ରାସ୍ତାକଡ଼ରେ ମରିବା ପାଇଁ ଛାଡ଼ି ଦେଉଛନ୍ତି । ମୁମ୍ବାଇରେ ଠିକ୍ ଏଭଳି ଏକ ହୃଦୟବିଦାରକ ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି । 

ମୁମ୍ବାଇରେ ଜଣେ ବାପାଙ୍କ ଅବସ୍ଥା ଏପରି ଥିଲା ଯେ, ସେ କିଛି ଦିନ ହେବ ରାସ୍ତାର ଫୁଟପାଥରେ ପଡ଼ି ରହିଥିଲେ । ଖାଇବାକୁ ନ ପାଇ ବୃଦ୍ଧ ଜଣକ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲେ । କେତେକ ସ୍ଥାନୀୟ ବାସିନ୍ଦା ବୃଦ୍ଧ ଜଣଙ୍କୁ ଖାଇବାକୁ ଦେଇ ତାଙ୍କ ଘର ଠିକଣା ପଚାରିଥିଲେ । ବୃଦ୍ଧ ଜଣକ ଉତ୍ତରରେ ଯାହା କହିଲେ ତାହା ଶୁଣି ସମସ୍ତେ ତାଜୁବ୍ ହୋଇଯାଇଥିଲେ । ସେ କହିଥିଲେ, 'ମୁଁ ମୋ ପିଲାମାନଙ୍କର ଭବିଷ୍ୟତ ଗଢ଼ିବାରେ ମୋର ସାରା ଜୀବନ ବିତେଇ ଦେଇଛି, କିନ୍ତୁ ଏବେ ମୋ ପାଖରେ କେହି ନାହାନ୍ତି, ମୁଁ ପୂରା ଏକା । ମୋର ୨ ପୁଅ । ଗତ ୪ ବର୍ଷ ହେବ ଗୋଟେ ପୁଅ ମୋର ଲଣ୍ଡନରେ ରହୁଛି ଆଉ ଜଣେ ପୁଅ ମୋର ଓକିଲ । ମୁମ୍ୱାଇରେ ସେ ନିଜ ପରିବାର ସହ ରହୁଛି । ବୁଢ଼ା ବାପାଟିର ଦାୟିତ୍ୱ ତୁଲାଇବାକୁ ଦୁଇ ପୁଅ ମୋର ସିଧା ସିଧା ମନା କରିଦେଲେ । ଆଉ ବା ମୋ ପାଖରେ ଚାରା କ’ଣ ? ୨-୨ ଟା ପୁଅ ଯଉଠି ମୋତେ ବେସାହାରା କରିଦେଲେ ମୁଁ ରାସ୍ତାକଡ଼ରେ ରହିବାକୁ ବାଧ୍ୟ ହେଲି । 

ବୃଦ୍ଧଙ୍କ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଏକ ସ୍ୱେଚ୍ଛାସେବୀ ସଙ୍ଗଠନକୁ ଜଣାଇଥିଲେ । ଖବର ପାଇବା ପରେ ସେହି ସଙ୍ଗଠନ ବୃଦ୍ଧ ଜଣଙ୍କୁ ନେଇଯାଇଛନ୍ତି । ଏହି ବୃଦ୍ଧ ଜଣଙ୍କର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହା ପରେ ୟୁଜର୍ସ ଏଭଳି ପୁଅକୁ ନିନ୍ଦା କରିଛନ୍ତି । ବାପା ସାରା ଜୀବନ କଷ୍ଟ କରି ଦୁଇ ପୁଅଙ୍କୁ ମଣିଷ କରିଥିବା ବେଳେ ସେମାନେ ବୃଦ୍ଧାବସ୍ଥାରେ ତାଙ୍କୁ ରାସ୍ତାକଡ଼ରେ ରହିବାକୁ ଛାଡ଼ି ଦେବା ଅମାନବିକତା ବୋଲି କହିଛନ୍ତି । ସତରେ କେତେ ବିଡ଼ମ୍ୱନାର ବିଷୟ ନାଁ । ଦୁଇ ପୁଅକୁ ଯୋଗ୍ୟ କରେଇ ଆଜି ସେ ବାପା ନିଜେ ବେସାହାରା । ସେପଟେ ପୁଅ ଲଣ୍ଡନରେ ଆରାମଦାୟକ ଜୀବନ ବିତାଉଛି, ଆଉ ଏଠି ବାପା ପାଖରେ ଗୋଟେ ଓଳି ଖାଇବାକୁ ବି ନାହିଁ । ଏଭଳି ପୁଅ ସମାଜ ପାଇଁ କଳଙ୍କ ! 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.