ପ୍ରମୂଖ ଖବର
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଚାଞ୍ଚଲ୍ୟ; ଉଜୁଡିଗଲା ପରିବାର, ୩ ପିଲାଙ୍କୁ ମାରି ଜୀବନ ହାରିଲେ ବାପା !

Published By : Ankita S | March 16, 2025 2:57 PM

ରାଞ୍ଚି,୧୬/୦୩: ଝାଡଖଣ୍ଡ ଗିରିଡିହରେ ଚାଞ୍ଚଲ୍ୟ ଖେଳିଯାଇଛି । ଉଜୁଡିଗଲା ପରିବାର । ଦୁନିଆ କଣ ଜାଣିନଥିବା ୩ ଜୀବନ ଦୀପ ଲିଭିଯାଇଛି । ଅଭାବନୀୟ ହୃଦୟବିଦାରକ ଘଟଣା ଘଟିଛି । ଏକ ବନ୍ଦ ଘରୁ ୪ ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଥିଲା ଜଣାପଡିଛି । ୩ ପିଲାଙ୍କୁ ମାରି ଜୀବନ ହାରିଲେ ବାପା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଝାଡଖଣ୍ଡ ଗିରିଡିହ ଜିଲ୍ଲାର ଏକ ବନ୍ଦ ଘରୁ ୪ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ପିଲା ରହିଛନ୍ତି । ଜଣେ ବ୍ୟକ୍ତି ଅଛନ୍ତି । ପିଲାଙ୍କୁ ମାରିବା ପରେ ବାପା ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ପୋଲିସ କହିଛି । ଗାଁର ଜଣେ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । କାହିଁକି ବ୍ୟକ୍ତି ଜଣକ ଏପରି ପଦକ୍ଷେପ ନେଲେ ତାର କାରଣ ଖୋଜୁଛି ପୋଲିସ । ଜଣେ ବାପା କିପରି ତାର ପିଲାଙ୍କୁ ହତ୍ୟା କରିପାରିବ ଭଳି ପ୍ରଶ୍ନ ଉଙ୍କି ମାରିଛି ।

ଅଧିକ ପଢନ୍ତୁ...ଚାଞ୍ଚଲ୍ୟ; କାନ୍ଦିବାରୁ ୨ ଶିଶୁକନ୍ୟାଙ୍କୁ ମାରିଦେଲା ମା'

କଣ କହିଲା ପୋଲିସ ? ଘଟଣା ବାବଦରେ ସୂଚନା ଦେଇ ପୋଲିସ କହିଛି, ଗିରିଡିହ ଖୁଖରା ଥାନାରେ ଏହି ଘଟଣା ଘଟିଛି । ଗାଁ ଲୋକଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବ୍ୟକ୍ତି ଜଣକ ରାଜମିସ୍ତ୍ରୀ କାମ କରନ୍ତି । ଗତ ଶନିବାର ପତ୍ନୀ ବାପଘରକୁ ଯିବା ପରେ ତିନି ପିଲାଙ୍କ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ପୋଲିସ ଘଟଣାତକୁ ତନ୍ନ ତନ୍ନ କରି ତଦନ୍ତ କରୁଛି । ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ ହେଉଛି ବ୍ୟକ୍ତି ଜଣକ ତାଙ୍କର ତିନି ପିଲାଙ୍କୁ ମାରିବା ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.