ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର

Published By : Prameya | March 14, 2025 8:30 AM

ବାଲିଅନ୍ତା,୧୪/୦୩: ହୋଲି  ପୂର୍ବରୁ ବାଲିଅନ୍ତା ଥାନା ଅଧୀନ  ଅଣ୍ଡିଲୋ ଗାଁ ଦାଣ୍ଡ ରକ୍ତର ହୋଲି ଖେଳିଛି । ସାଇକେଲ ଚୋରି  ସନ୍ଦେହରେ ଜଣେ ବ୍ୟକ୍ତି ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ  ହାଣିଛନ୍ତି । ଘଟଣାସ୍ଥଳରେ ଯୁବକଙ୍କ ପ୍ରାଣବାୟୁ ଉଡି ଯାଇଛି । ମୃତ  ଯୁବକ ଜଣକ ହେଲେ ବାଲିଅନ୍ତା ପଞ୍ଚାୟତ ଅଣ୍ଡିଲୋ ୫ ନମ୍ବର ୱାର୍ଡର ସୌମ୍ୟରଞ୍ଜନ ଭୋଇ(୩୨) ଓରଫ  ମିଲୁ । ତାଙ୍କୁ ରକ୍ଷା କରିବାକୁ ଯାଇ  ମା' ମୀନା ଭୋଇ ଗୁରୁତର ଆହତ  ହୋଇଛି । ମୀନାଙ୍କ ଅଣ୍ଟା ଓ ହାତରେ  ଖଣ୍ଡା ଚୋଟ ବାଜିଛି । ଏତିକିରେ  ଆକ୍ରମଣକାରୀର ଆତଙ୍କ ଥମିନଥିଲା ।  ତା’ ଖଣ୍ଡା ଚୋଟରେ ସୌମ୍ୟରଞ୍ଜନଙ୍କ ସାଙ୍ଗ ଶେଖ୍‌ ଅଜିତ ମଧ୍ୟ ଗୁରୁତର  ଆହତ ହୋଇଛନ୍ତି । ବାଲିଅନ୍ତା ଥାନା  ପୁଲିସ ଏହି ଘଟଣାରେ ତରୁଣ ଭୋଇ  ଓରଫ ଟିମ (୪୮) ନାମକ ଯୁବକକୁ  ଗିରଫ କରିଛି ।  

ପୁଲିସ ସୂଚନା ମୁତାବକ, ଗାଁରୁ ଗତକାଲି ତରୁଣର  ସାଇକେଲ ଚୋରି ଯାଇଥିଲା ।  ସାଇକେଲଟିକୁ ସୌମ୍ୟରଞ୍ଜନ ଓ  ତାଙ୍କର ସାଙ୍ଗ ଶେଖ ଅଜିତ ଚୋରି  କରି ନେଇଥିବା ତରୁଣ ସନ୍ଦେହ  କରିଥିଲା । ବୁଧବାର ଉଭୟଙ୍କୁ  ପଚରାଉଚରା କରିଥିଲା । କିନ୍ତୁ  ସେମାନଙ୍କ ଉତ୍ତର ସନ୍ତୋଷଜନକ  ନଥିବାରୁ ତରୁଣର ସନ୍ଦେହ ଆହୁରି  ବଢ଼ିଥିଲା । ଗତକାଲିଠୁ ସେ ଉଭୟ  ସୌମ୍ୟରଞ୍ଜନ ଓ ଅଜିତକୁ ପାନେ  ଦେବାକୁ ସୁଯୋଗ ଖୋଜୁଥିଲା । ଗୁରୁବାର ସଂଧ୍ୟା ସାଢ଼େ ୭ଟା ବେଳେ  ସୌମ୍ୟରଞ୍ଜନ ଓ ଶେଖ ଅଜିତ କାମ  ସାରି ବାଇକରେ ଗାଁକୁ ଫେରୁଥିଲେ । ପୂର୍ବରୁ ଗାଁ ଦାଣ୍ଡରେ ଖଣ୍ଡା ଧରି ଛକି  ବସିଥିବା ତରୁଣ ଉଭୟଙ୍କୁ ଅଟକାଇ ସାଇକେଲ ବିଷୟରେ ପଚାରିଥିଲା ।  ଯାହାକୁ ନେଇ ଉଭୟଙ୍କ ଭିତରେ  ଯୁକ୍ତିତର୍କ ହୋଇଥିଲା । ତରୁଣ ଖଣ୍ଡା ଧରି ଗୋଡ଼ାଇବାରୁ ଉଭୟେ ଖସି ପଳାଇବାକୁ ଚେଷ୍ଟା କରିଥିଲେ ।  ବାଇକ ପଛରେ ବସିଥିବା  ସୌମ୍ୟରଞ୍ଜନଙ୍କ ବେକକୁ ତରୁଣ ଚୋଟ ପରେ ଚୋଟ ମାରି ଚାଲିଥିଲା । ସୌମ୍ୟରଞ୍ଜନଙ୍କୁ ବଞ୍ଚାଇବାକୁ ଯାଇ  ସେଠାକୁ ଦୌଡ଼ି ଆସିଥିବା ତାଙ୍କର  ମା’ ମୀନା ଆକ୍ରମଣର ଶିକାର  ହୋଇଥିଲେ । ଶେଖ ଅଜିତ ମଧ୍ୟ  ତରୁଣ ଆକ୍ରମଣରୁ ବର୍ତ୍ତି ପାରିନଥିଲେ । ଖଣ୍ଡା ଚୋଟ ଦେହରେ ବାଜିଥିଲେ ମଧ୍ୟ ବାଇକ ଛାଡ଼ି ଦୌଡ଼ି ପଳାଇବାରୁ ରକ୍ଷା ପାଇଯାଇଥିଲେ । ଅଜିତ କ୍ଷତାକ୍ତ  ହୋଇଥିଲେ ହେଁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଏନେଇ ଘଟଣାସ୍ଥଳରେ ଭୀଷଣ ଉତ୍ତେଜନା ଦେଖାଦେଇଥିଲା ।  ସ୍ଥାନୀୟ ଲୋକେ ତରୁଣକୁ କାବୁ କରି ବାଲିଅନ୍ତା ଥାନା ପୁଲିସକୁ ଜଣାଇଥିଲେ ।

ଖବର ପାଇ ବାଲିଅନ୍ତା ଥାନା ପୁଲିସ  ସୌମ୍ୟରଞ୍ଜନଙ୍କ ମୃତଦେହ ଜବତ କରିଥିଲା । ଆହତ ମୀନା ଓ  ଅଜିତକୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ପୁଲିସ ଘଟଣାସ୍ଥଳରୁ  ତରୁଣକୁ ଗିରଫ କରିବା ସହିତ ତା ନିକଟରୁ ଆକ୍ରମଣରେ  ବ୍ୟବହୃତ ଖଣ୍ଡାକୁ ମଧ୍ୟ ଜବତ କରିଛି । ଚୋରି ସନ୍ଦେହରେ ତରୁଣ  ଏଭଳି ବର୍ବରକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଥିଲେ ହେଁ  ଆଉ ଏକ ଦିଗ ସାମ୍ନାକୁ ଆସିଛି । ଦେଢ଼ ବର୍ଷ ତଳେ ତରୁଣର ସ୍ତ୍ରୀ  ଜଣେ ଯୁବକ ସହ ଖସି ପଳାଇଥିଲା । ସମ୍ପୃକ୍ତ ଯୁବକ ହେଉଛନ୍ତି  ସୌମ୍ୟରଞ୍ଜନଙ୍କ ସହକର୍ମୀ । ସେବେଠୁ ତରୁଣ ମାନସିକସ୍ତରରେ  ଭାଙ୍ଗି ପଡି଼ଥିଲା । ପୂର୍ବରୁ ଏହି ଘଟଣାକୁ ନେଇ ସୌମ୍ୟରଞ୍ଜନଙ୍କ  ସହ ବଚସା ହୋଇଥିବା ଗ୍ରାମବାସୀ କହିଛନ୍ତି ।

ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.