ନୂଆଦିଲ୍ଲୀ,୮।୩: କର୍ଣ୍ଣାଟକର ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ହମ୍ପି ନିକଟରେ ଏକ ଚକିତ କରିଦେବା ଭଳି ଘଟଣା ସାମନାକୁ ଆସିଛି। ଏଠାରେ ଇସ୍ରାଏଲର ଜଣେ ୨୭ ବର୍ଷୀୟ ପର୍ଯ୍ୟଟକ ଓ ଜଣେ ହୋମ୍ ଷ୍ଟେ ଚଳାଉଥିବା ମହିଳାଙ୍କ ସହ ଗଣଦୁଷ୍କର୍ମ କରାଯାଇଛି। ଏହି ଘଟଣା ଗୁରୁବାର ରାତି ପ୍ରାୟ୧୧ଟା ୩୦ ମିନିଟ୍ରେ ଘଟିଛି। ଯେତେବେଳେ ଦୁଇ ମହିଳା ସାନାପୁର ହ୍ରଦ କୂଳରେ ବସିଥିଲେ। ଏହି ଘଟଣାରେ ଜଣେ ପୁରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି।
ପୋଲିସର କହିବା ଅନୁସାରେ, ପୀଡିତା ମହିଳା ତିନି ଅନ୍ୟ ପୁରୁଷ ପର୍ଯ୍ୟଟକଙ୍କ ସହ ଥିଲେ। ତାଙ୍କ ଭିତରେ ଜଣେ ଆମେରିକୀୟ ନାଗରିକ ଓ ଦୁଇ ଭାରତୀୟ (ମହାରାଷ୍ଟ୍ର ଓ ଓଡିଶା) ଥିଲେ। ଏହି ସବୁ ତୁଗଭଦ୍ରା ହ୍ରଦ ନିକଟରେ ଘଟିଛି। ତାଙ୍କ ଭିତରେ ଜଣେ ଆମେରିକୀୟ ନାଗରିକ ଓ ଦୁଇ ଭାରତୀୟ (ମହାରାଷ୍ଟ୍ର ଏବଂ ଓଡିଶା)ରୁ ଥିଲେ। ଏହି ସମସ୍ତେ ତୁଙ୍ଗଭଦ୍ରା ହ୍ରଦ ପାଖରେ ଗୀତ ଶୁଣୁଥିଲେ। ଏହି ସମୟରେ ତିନି ଜଣ ଅଜଣା ବ୍ୟକ୍ତି ମୋଟର ସାଇକେଲ ନେଇ ସେଠାରେ ପହଁଞ୍ଚି। ଅଭିଯୁକ୍ତମାନେ ପେଟ୍ରୋଲ ପାଇଁ ପଚାରିଥିଲେ। ଏହାପରେ ଇସ୍ରାଏଲୀ ପର୍ଯ୍ୟଟକଙ୍କୁ ୧୦୦ ଟଙ୍କା ମାଗିଥିଲେ। ଯେତେବେଳେ ସେମାନେ ଟଙ୍କା ଦେବାକୁ ମନା କରିଥିଲେ, ଏହାପରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।
ଏହାପରେ ଅଭିଯୁକ୍ତମାନେ ପୁରୁଷ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ ଓ ତାଙ୍କୁ ହ୍ରଦକୂଳକୁ ଧକ୍କା ଦେଇଥିଲେ। ଏହାପରେ ସେମାନେ ଦୁଇ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଘଟଣା ଘଟାଇବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଦୁଇ ପୁରୁଷ ଆମେରିକାର ନାଗରିକ ଡାନିଏଲ ଓ ମହାରାଷ୍ଟ୍ରର ପଙ୍କଜ ହ୍ରଦ ଭିତରୁ ବାହାରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ଓଡିଶାର ବିବାଶ ବୁଡି ଯାଇଥିଲେ। ଶନିବାର ସକାଳେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ହୋମଷ୍ଟେ ଚଳାଉଥିବା ମହିଳାଙ୍କ ଅଭିଯୋଗ ଆଧାରରେ ଗଙ୍ଗାବତୀ ଗ୍ରାମୀଣ ପୋଲିସ ଷ୍ଟେସନ୍ରେ ଭାରତୀୟ ନ୍ୟାୟ ସଂହିତା(ବିଏନ୍ଏସ୍)ର ଧାରା ୩୦୯(୬) (ଚୋରୀ ଓ ଟଙ୍କା ଆଦାୟ),୬୪(ଦୁଷ୍କର୍ମ),୭୦(୧)(ଗଣଦୁଷ୍କର୍ମ),୩୧୧(ଲୁଟ୍ କିମ୍ବା ଡକାୟତି ସହ ଗୁରୁତର ଆଘାତ କିମ୍ବା ମୃତ୍ୟୁର ଉଦ୍ଦେଶ୍ୟ), ଓ ୧୦୯ (ହତ୍ୟାର ଚେଷ୍ଟା) ଅନୁସାରେ ମାମଲା ରୁଜୁ କରାଯାଇଛି। ପୋଲିସର ୬ଟି ବିଶେଷ ଟିମ୍ ଗଠନ କରାଯାଇଛି ଓ ଅଭିଯୁକ୍ତଙ୍କ ସନ୍ଧାନରେ ରହିଛି।
ଦୁଇ ପୀଡିତା ମହିଳା ବର୍ତ୍ତମାନ ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି। କୋପ୍ପଲେ ପୋଲିସ ଅଧିକ୍ଷକ ରାମ ଏଲ ଅରାସିଦ୍ଧି କହିଛନ୍ତି, ଆମେ ସନ୍ଦିଗ୍ଧଙ୍କ ଚିହ୍ନଟ କରି ନେଇଛୁ ଓ ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରି ନିଆଯିବ। ’ ଏହି ଘଟଣା ହମ୍ପି ଭଳି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସ୍ଥାନୀୟ ଲୋକ ଓ ପର୍ଯ୍ୟଟକ ଏହି ଘଟଣାକୁ ନେଇ ଗଭୀର ଆକ୍ରୋଶ ଦେଖିବାକୁ ମିଳିଛି।