ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ବିଭତ୍ସ ହତ୍ୟାକାଣ୍ଡ; ବାପା-ମା' ସହ ଭଉଣୀକୁ ପଥରରେ ଛେଚିଦେଲା

Published By : Ankita S | March 4, 2025 8:31 AM

ଜଗତସିଂହପୁର,୦୪/୦୩: ପାରିବାରିକ କଳହର କରୁଣ ପରିଣତି । ସୈତାନ ସାଜିଲା ପୁଅ । ରକ୍ତରେ ଖେଳିଲା ହୋଲି । ବାପା-ମା' ସହ ଭଉଣୀକୁ ପଥରରେ ଛେଚି ହତ୍ୟା କରିଛି ପୁଅ । ପାରିବାରିକ କହଳରୁ ବାପା-ମା' ଓ ଭଉଣୀକୁ ପଥରେ ଛେଚି ଛେଚି ନିର୍ମମ ଭାବେ ହତ୍ୟା କରିଛି ପୁଅ ସୂର୍ଯ୍ୟକାନ୍ତ ସେଠୀ ଓରଫ ବଣ୍ଟି । ଜଗତସିଂହପୁର ଜିଲ୍ଲା ସଦର ଥାନା ଜୟବଡ଼ ଗାଁରେ ଏହି ଭୟଙ୍କର ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ୩ଜଣ ହେଲେ ପ୍ରଶାନ୍ତ ସେଠୀ, କନକଲତା ସେଠୀ ଓ ଝିଅ ମାମାଲି ସେଠୀ । ପଡୋଶୀଙ୍କଠୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ପୁଅକୁ ଅଟକ ରଖିଛି ସଦର ଥାନା ପୋଲିସ ।

କୌଣସି କଥାକୁ ନେଇ ବାପା-ମା'ଙ୍କ ସହ ବଣ୍ଟିର ବଚସା ହୋଇଥିଲା । ଏହାପରେ ଉତକ୍ଷିପ୍ତ ହୋଇଯାଇଥିଲା । ହିତାହିତ ଜ୍ଞାନ ଭୁଲି ଘଟାଇଲା ନୃଶଂସକାଣ୍ଡ । ପରିବାରକୁ ନିଜ ହାତରେ ପୋଛି ଦେଲା ପୁଅ । ବାପା-ମା' ଓ ଉଭଣୀଙ୍କୁ ଘରେ ଥିବା ପଥର ଓ ହେମଦସ୍ତାରେ ଛେଚି ଛେଚି ହତ୍ୟା କରିଛି । ଏହାପରେ ବାପା-ମା' ସହ ଉଭଣୀକୁ ହତ୍ୟା କରିଥିବା ନେଇ ପଡୋଶୀଙ୍କୁ ନିଜେ ଯାଇ କହିଥିଲା । ଗ୍ରାମବାସୀ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବଣ୍ଟିକୁ ଗିରଫ କରିଛି ।  ବଣ୍ଟି ଯୁକ୍ତ ଦୁଇ ପଢୁଛି ।

ଜଣେ ପଡୋଶୀଙ୍କ ସୂଚନା ଅନୁସାରେ, ''ହତ୍ୟାକାଣ୍ଡ ଘଟାଇ ବଣ୍ଟି ତାଙ୍କ ଘର କବାଟ ବାଡେଇଥିଲା । କହିଲା ଯେ ମୁଁ ବାପା-ମା' ଓ ଭଉଣୀଙ୍କୁ ହତ୍ୟା କରିଛି । ଘଟଣାସ୍ଥଳକୁ ଆସି ପଡୋଶୀ ଦେଖନ୍ତି ତ ମୃତଦେହ ପଡିଛି । ପଥର ଓ ହେମଦସ୍ତାରେ ପରିବାରକୁ ଛେଚି ଦେଇଛି ବଣ୍ଟି । ଏହାପରେ ପୋଲିସକୁ ଖବର ଦେଇଥିଲୁ ।''

ଜଗତସିଂହପୁର ଥାନା ଅଧିକାରୀ ପ୍ରଭାସ ସାହୁ କହିଛନ୍ତି,'' ରାତି ପ୍ରାୟ ୩ଟାରେ ତାଙ୍କ ପଡୋଶୀ ଆମକୁ ଫୋନ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ସୂର୍ଯ୍ୟକାନ୍ତ ସେଠୀ ଓରଫ ବଣ୍ଟି ତାଙ୍କ ବାପା-ମା'ଓ ଭଉଣୀଙ୍କୁ ହତ୍ୟା କରି ଚମ୍ପଟ ମାରିଥିଲା । ଏବେ ବଣ୍ଟିକୁ ଅଟକ ରଖାଯାଇଛି । ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ ସେ ପରିବାରକୁ ହତ୍ୟା କରିଛି ।''


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.