ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ବର୍ବରତାର ସୀମା ପାର : ନାବାଳିକାଙ୍କୁ ଗଣଦୁଷ୍କର୍ମ, ତେଜାବ ପକାଇ ହାତର ଟାଟୁକୁ ଲିଭାଇଲେ ଅଭିଯୁକ୍ତ, ଭୋକ ଲାଗିଲେ ଦେଉଥିଲେ ଗୋମାଂସ

Published By : Prameya | March 6, 2025 3:12 PM

ଲକ୍ଷ୍ନୌ,୬।୩: ଉତ୍ତର ପ୍ରଦେଶର ମୁରାଦାବାଦରେ ବର୍ବରତାର ସୀମା ପାର। ଭଗତପୁର ଥାନା ଅନ୍ତର୍ଗତ ଅଞ୍ଚଳରେ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ। କେବଳ ସେତିକି ନୁହେଁ ୪ ଅଭିଯୁକ୍ତ ପୀଡିତାକୁ ବନ୍ଧକ ରଖି ଦେଉଥିଲେ ଅକଥନୀୟ ଅତ୍ୟାଚାର। ଖାଇବାକୁ ଗୋମାଂସ ଦେବା ସହ ହାତରେ ଥିବା ଓମ୍ ଟାଟୁକୁ ତେଜାବ୍ ପକାଇ ଲିଭାଇ ଦେଇଥିଲେ। ମାମଲାରେ ପୀଡିତାଙ୍କ ଖୁଡିଙ୍କ ଅଭିଯୋଗ ପରେ ପୋଲିସ ୪ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ ଏପର୍ଯ୍ୟନ୍ତ ସଲମାନ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।

ଭଗତପୁରରେ ରହୁଥିବା ଜଣେ ମହିଳାଙ୍କ ଅନୁସାରେ, ଦୁଇ ଜାନୁଆରୀରେ ତାଙ୍କର ୧୪ ବର୍ଷୀୟ ନାବାଳିକା ଝିଆରୀ ଡ୍ରେସ୍ ସିଲାଇବା ପାଇଁ ବଜାର ବାଟ ଦେଇ ଟେଲର ଦୋକାନ ଯାଉଥିଲେ। ଅଭିଯୋଗ ରହିଛି ଯେ, ବଜାର ନିକଟରେ ତାଙ୍କ ଗାଁର ୪ ଜଣ ଯୁବକ କାର ନେଇ ରାସ୍ତାରେ ଠିଆ ହୋଇଥିଲେ। ଚାରି ଅଭିଯୁକ୍ତ ନାବାଳିକାଙ୍କୁ ଟାଣି କାରକୁ ନେଇ ଯାଇଥିଲେ। ଅଭିଯୋଗ ରହିଛି ଯେ, ଅଭିଯୁକ୍ତ ନିଶା ଔଷଧ ଦେଇ ତାଙ୍କୁ ବେହୋସ କରିଦଇଥିଲେ। ଅଭିଯୁକ୍ତମାନେ ନାବାଳିକାକୁ ଖୁବ୍ ନିର୍ଯାତନା ଦେଇଥିଲା। ଭୋଗ ଲାଗିଲେ ପୀଡିତାଙ୍କୁ ବଳପୂର୍ବକ ବିଫ୍ ମଧ୍ୟ ଖୁଆଉଥିଲେ।

ଅଭିଯୁକ୍ତମାନେ ପୀଡିତାଙ୍କ ହାତରେ ‘ଓମ୍ ’ଲେଖା ହୋଇଥିବା ଟାଟୁକୁ ତେଜାବ ପକାଇ ଲିଭାଇ ଦେଇଥିଲେ। ମହିଳା ଜଣକ କହିଛନ୍ତି, ତାଙ୍କ ଝିଆରି ଗାଏବ ହେବାପରେ ତାଙ୍କର ଖୋଜାଖୋଜି ଚାଲିଥିଲା। ତେବେ ପ୍ରାୟ ମାସେ ପରେ ସେ ଅତି ସଙ୍ଗୀତ ଅବସ୍ଥାରେ ଘରେ ପହଁଞ୍ଚିଥିଲେ। ପରିବାର ଲୋକଙ୍କୁ ପୁରା ଘଟଣା ବିଷୟରେ ଖୋଲିକି କହିଥିଲେ। ଏହାପରେ ପୀଡତାଙ୍କ ଖୁଡି ଥାନାରେ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତ ସଲମାନ, ଜୁବେର, ରଶିଦ ଓ ଆରିଫ୍ ବିରୋଧରେ ପୋକ୍ସୋ ଆକ୍ଟ ଅନୁସାର ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ସଲମାନକୁ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି। ଅନ୍ୟ ୩ ଜଣଙ୍କୁ ସନ୍ଧାନରେ ପୋଲିସ ରହିଛି। 

ବସ୍ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ; ଫାର୍ମରେ ଲୁଚିଥିଲା ଅଭିଯୁକ୍ତ , ୭୫ ଘଣ୍ଟା ପରେ ଗିରଫ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.