ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରଙ୍ଗର ପର୍ବ ହୋଲିରେ ସବୁଠି ଉତ୍ସାହ; ଜମିଲାଣି ରଙ୍ଗ ଖେଳ... ମାତିଛନ୍ତି ପିଲାଠୁ ବୁଢା

Published By : Ankita S | March 15, 2025 8:16 AM

ଭୁବନେଶ୍ବର,୧୫/୦୩ : ହୋଲି କେ ରଙ୍ଗ.. ଅପନୋ କେ ସଙ୍ଗ...ଖୁସିୟା କି ସୌଗାତ୍, ମସ୍ତିକେ ତରଙ୍ଗ.। ଆଜି ରଙ୍ଗର ପର୍ବ ହୋଲି। ସ୍ନେହ,ଶ୍ରଦ୍ଧା ଖୁସି ନେଇ ଆସିଛି ରଙ୍ଗର ପର୍ବ ହୋଲି। ରଙ୍ଗର ପର୍ବକୁ ନେଇ ସବୁଠି ରଙ୍ଗୀନ ପରିବେଶ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପାଳନ ହେଉଛି ହୋଲି। ରଙ୍ଗ ଓ ଭାଇଚାରାର ପର୍ବକୁ ନେଇ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସାହ ଆନନ୍ଦ । ଜମିଲାଣି ରଙ୍ଗ ଖେଳ। ମାତିଛନ୍ତି ପିଲାଠୁ ବୁଢା ମିଠା ଖୁଆଇ ରଙ୍ଗ ଲଗାଇ ହୋଲିକୁ ମନଭରି ଉପଭୋଗ କରୁଛନ୍ତି ରାଜ୍ୟବାସୀ। ହର୍ବାଲ ରଙ୍ଗ ଖେଳିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।

ହୋଲି ପାଇଁ ଘରେ ହେଉ କି ବାହାର ସବୁଠି ଚାଲିଛି ସେଲିବ୍ରେସନ୍ । ପରସ୍ପରକୁ ରଙ୍ଗ ଲଗାଇହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ । କିଏ କାହାକୁ ପିଚକାରୀରେ ତ ପୁଣି କିଏ ଅବିରରେ ହୋଲି ଖେଳୁଛନ୍ତି । ରାଗ, ରୁଷା, ମାନ ଅଭିମାନ ଭୁଲି ରଙ୍ଗ ଖେଳରେ ସମସ୍ତେ ମସଗୁଲ । ଭାଙ୍ଗ ପଣା ସାଙ୍ଗକୁ ମିଠା ଖାଇ ଡିଜେ ଗୀତର ତାଳେ ତାଳେ ଝୁମୁଛନ୍ତି ସମସ୍ତେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଧୁମଧାମରେ ପାଳନ କରୁଛନ୍ତି ।ଅଧିକ ପଢନ୍ତୁ...ପାଣିପାଗ ପରିବର୍ତ୍ତନରୁ ବିପଦରେ ଭାରତର ସହର, କେଉଁଠି ଭୀଷଣ ବର୍ଷା ତ ଆଉ କେଉଁଠି ମରୁଡ଼ି

ଦୋଳ ଯାତ୍ରା ପରଦିନ ରାଜ୍ୟରେ ହୋଲି ପର୍ବ ପାଳନ କରାଯାଏ । ବସନ୍ତ ଋତୁରେ ଫଗୁଣ  ମାସର ପୂର୍ଣ୍ଣିମୀ ତିଥିରେ  ଏହି ପର୍ବ ପାଳନ ହୁଏ। ହୋଲିର ଦିନକ ପୂର୍ବରୁ ଦୋଳଯାତ୍ରା ହୋଇଥାଏ । ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲାଇଥାନ୍ତି । ଏହାପରେ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚ ଦିନ ବ୍ୟାପୀ ପୂଜାର୍ଚ୍ଚନା କରାଯାଏ । ଏହାର ପରଦିନ ରଙ୍ଗ ଖେଳ ହୋଇଥାଏ ।

ପୌରାଣିକ କାହାଣୀ- ହୋଲି ଉତ୍ସବର ପୌରାଣିକ ଗଥା ଅନୁସାରେ, ଅସୁର ରାଜା ହିରଣ୍ୟକଷ୍ୟପ ଭଗବାନ ବିଷ୍ଣୁଙ୍କ  ଘୋର ବିରୋଧୀ ଥିଲା । ମାତ୍ର ତାଙ୍କ  ପୁଅ ପ୍ରହଲ୍ଲାଦ ବିଷ୍ଣୁଙ୍କ ପରମ ଭକ୍ତ ଥିଲେ । ଏଣୁ ପ୍ରହଲ୍ଲାଦଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ହିରଣ୍ୟକଷ୍ୟପ । ବ୍ରହ୍ମାଙ୍କ  ବରଦାନ ପ୍ରାପ୍ତ ନିଜ ଭଉଣୀ ହୋଲିକାଙ୍କୁ ପ୍ରଦଲ୍ଲାଦଙ୍କୁ ମାରିବାକୁ କହିଥିଲେ । ହୋଲିକା ଅଗ୍ନିରେ ଜଳିବେନି ବୋଲି ତାଙ୍କୁ ବରଦାନ ପ୍ରାପ୍ତ ହୋଇଥିଲା । ଏଣୁ ସେ ପ୍ରହଲ୍ଲାଦଙ୍କୁ କୋଳରେ ଧରି ଅଗ୍ନିରେ ପ୍ରବେଶ କରିଥିଲେ । ଭଗବାନ ବିଷ୍ଣୁଙ୍କ ମହିଣା ଯୋଗୁଁ ପ୍ରହଲ୍ଲାଦଙ୍କ କୌଣସି  କ୍ଷତି ହୋଇନଥିବା ବେଳେ ହୋଲିକା ଜଳିଯାଇଥିଲେ । ହୋଲିକା ଦହନକୁ ଧର୍ମର ଜୟ ବିବେଚନା କରି କାହିଁ କେବେଠୁ ଏହି ପର୍ବ ପାଳିତ ହୋଇ ଆସୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.