ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପାଣିପାଗ ପରିବର୍ତ୍ତନରୁ ବିପଦରେ ଭାରତର ସହର, କେଉଁଠି ଭୀଷଣ ବର୍ଷା ତ ଆଉ କେଉଁଠି ମରୁଡ଼ି

Published By : Krishna Priya | March 14, 2025 11:40 AM

ନୂଆଦିଲ୍ଲୀ ୧୪/୦୩: ଜଳବାୟୁ ପରିବର୍ତ୍ତନର ବିପଦ ଏବେ ଜଳ ଜଳ ଦେଖାଗଲାଣି । ‘ଗ୍ଲୋବାଲ ୱିର୍ଡିଙ୍ଗ’ ଯୋଗୁ ବିଶ୍ୱର ୯୫ ପ୍ରତିଶତ ପ୍ରମୁଖ ସହରରେ କେଉଁଠି ଭୀଷଣ ବର୍ଷା ହେଉଛି ଆଉ କେଉଁଠି ଦୀର୍ଘ ସମୟ ଧରି ମରୁଡ଼ି ସ୍ଥିତି ରହିଛି । ଭାରତର ଲକ୍ଷ୍ନୌ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଓ ଦିଲ୍ଲୀ ଭଳି ସହର ମଧ୍ୟ ଏହି ସଙ୍କଟ ଭିତରେ ଅଛନ୍ତି। 

ବ୍ରିଷ୍ଟଲ ଓ କାର୍ଡିକ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ବିଶ୍ୱର ୧୧୨ ପ୍ରମୁଖ ସହର ଉପରେ ଅଧ୍ୟୟନ କରିଥିଲେ । ଏଥିରୁ ସେମାନେ ଜାଣିବାକୁ ପାଇଲେ, ଦ୍ରୁତ ବଦଳୁଥିବା ପାଣିପାଗ ଯୋଗୁ ଜଳବାୟୁ ସଙ୍କଟ ଗମ୍ଭୀର ହେବାରେ ଲାଗିଛି । ଯେତେବେଳେ ରେକର୍ଡ ସ୍ତରରେ ଥଣ୍ଡା, ଗରମ, ମରୁଡ଼ି ଓ ବନ୍ୟା ହୁଏ, ତାକୁ ‘ଗ୍ଲୋବାଲ ୱିର୍ଡିଙ୍ଗ’ କୁହାଯାଏ ।

ଅଧ୍ୟୟନକର୍ତ୍ତାଙ୍କ କହିବା ଅନୁସାରେ, ଭାରତରେ ଦ୍ରୁତ ବଢୁଥିବା ସହରୀକରଣ ଓ ପୁରୁଣା ଡ୍ରେନେଜ୍‌ ସିଷ୍ଟମ୍‌ ଓ କ୍ରଳ ପ୍ରବନ୍ଧନ ପଦ୍ଧତି ବିଗିଡ଼ିବା ଯୋଗୁ ଜଳବାୟୁ ସଙ୍କଟର ପ୍ରଭାବ ଦୁଇଗୁଣ ହେଉଛି । ବିଶେଷଜ୍ଞ ସୋଲ ଓୟୁଏଲୋ ଚେତାବନୀ ଦେଇଛନ୍ତି, ଯଦି ଦୃଢ଼ ପଦକ୍ଷେପ ନିଆନଯାଏ, ତେବେ ଭାରତର ଅନ୍ୟ ସହର ଏହି ବିପଦ ଘେରକୁ ଆସିବେ । ଗତ ଦୁଇ ଦଶନ୍ଧିରେ ବିଶ୍ୱର ୨୪ ସହରର ଜଳବାୟୁ ପ୍ୟାଟର୍ନ ସମ୍ପୂର୍ଣ୍ଣ ବଦଳିଯାଇଛି । ଯେଉଁ ସହର ପ୍ରଥମେ ଶୁଷ୍କ ଥିଲା, ସେଠାରେ ବର୍ଷା ପରିମାଣ ବଢ଼ିଛି । ଅନ୍ୟପକ୍ଷେ, ଯେଉଁଠି ପୂର୍ବରୁ ବର୍ଷା ହେଉଥିଲା, ସେଠାରେ ଏବେ ମରୁଡ଼ି ସ୍ଥିତି ଦେଖିବାକୁ ମିଳୁଛି । ଉଦାହରଣ ସ୍ୱରୂପ, ରିଆଦ ମରୁଭୂମିରେ ବନ୍ୟା ଘଟଣା ବଢୁଛି । ସେହିପରି କୋହିରା ପୂର୍ବରୁ ଶୁଷ୍କ ଥିଲା । ଏବେ ଏହା ବନ୍ୟା କବଳରେ । 

ଅଧ୍ୟୟନରେ ୧୭ ଏଭଳି ସହର ଚିହ୍ନଟ କରାଯାଇଛି, ଯେଉଁଠି ଜଳବାୟୁ ଅସନ୍ତୁଳନରୁ ଗମ୍ଭୀର ସମସ୍ୟା ଉପୁଜୁଛି । ଡଲାସ ଦୀର୍ଘ ସମୟ ଧରି ମରୁଡ଼ି ସମସ୍ୟା ପରେ ହଠାତ୍‌ ବାତ୍ୟା ଓ ବନ୍ୟା ବିପଦର ସମ୍ମୁଖୀନ ହେଉଛି । ଜକାର୍ତ୍ତା ସହର ନିରନ୍ତର ବନ୍ୟା ଓ ମରୁଡ଼ି ଦ୍ୱାରା ସର୍ବାଧିକ ପ୍ରଭାବିତ । ମେଲବର୍ନରେ ଜଙ୍ଗଲ ନିଆଁ ପରେ ହଠାତ୍‌ ବର୍ଷା ବିତ୍ପାତ । ନୈରୋବୀରେ ମରୁଡ଼ି ଯୋଗୁ ଫସଲ ନଷ୍ଟ ଏବଂ ବର୍ଷା ପରେ ବନ୍ୟା ଓ ରୋଗର ବିପଦ । 

ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ, ଯଦି ଜଳବାୟୁ ପରିବର୍ତ୍ତନ ଉପରେ ତୁରନ୍ତ ଧ୍ୟାନ ଦିଆନଯାଏ, ତେବେ ବିଶ୍ୱର ଅନେକ ସହରକୁ ‘ଡେ ଜିରୋ’ ଅର୍ଥାତ୍‌ ଜଳ ସମାପ୍ତିର ସମ୍ମୁଖୀନ ହେବାକୁ ପଡ଼ିପାରେ । କରାଚି ଓ ସାଓ ପାଉଲୋ ଉପରେ ଏହି ବିପଦ ସବୁଠୁ ଅଧିକ । ଏଥିସହ ନୈରୋବି, ଖାର୍ତୂମ ଓ ଜକାର୍ତ୍ତା ମଧ୍ୟ ଗମ୍ଭୀର ଜଳାଭାବ ସମସ୍ୟାର ସମ୍ମୁଖୀନ ହେବ । ବିଶେଷଜ୍ଞଙ୍କ ଅନୁସାରେ, ଯଦି ଜଳବାୟୁ ପରିବର୍ତ୍ତନର ଗତିକୁ ଧିମା କରିବାକୁ ଚାହୁଁଛନ୍ତି, ତେବେ ବଡ଼ ସହରମାନଙ୍କର ଡ୍ରେନେଜ୍‌ ସିଷ୍ଟମ୍‌କୁ ସୁଧାରିବାକୁ ହେବ ଏବଂ ଜଳ ସଂରକ୍ଷଣ ନୀତି ଆପଣେଇବାକୁ ହେବ । ଯଦି ଏବେ ବି ପଦକ୍ଷେପ ନିଆନଯାଏ, ତେବେ ଆଗାମି କିଛି ଦଶକରେ ସହରରେ ରହିବା ସମ୍ଭବ ହେବ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.