ପ୍ରମୂଖ ଖବର
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତି, ମନମାନୀ କରିପାରିବେନି ମଲ୍ଟିପ୍ଲେକ୍ସ !

Published By : Tapas Panda | March 7, 2025 6:06 PM

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଶୁକ୍ରବାର ୨୦୨୫-୨୬ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ବଜେଟର ଆକାର ୪,୦୮,୬୪୭ କୋଟି ଟଙ୍କା ରହିଛି । ବଜେଟ୍ରେ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବା ସହିତ ଭିତ୍ତିଭୂମି ବିକାଶ, ମନୋରଞ୍ଜନ, ସଂଖ୍ୟାଲଘୁ କଲ୍ୟାଣ ଏବଂ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ସବୁଠାରୁ ଉଲ୍ଲେଖନୀୟ ଘୋଷଣାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ରାଜ୍ୟବ୍ୟାପୀ ଚଳଚ୍ଚିତ୍ର ଟିକେଟ୍ ମୂଲ୍ୟର ସୀମା ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।  ସାଧାରଣ ଲୋକଙ୍କ ପାଇଁ ସିନେମାକୁ ଅଧିକ ସୁଲଭ କରିବାକୁ  ସରକାରଙ୍କ ଏହା ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।

ମଲ୍ଟିପ୍ଲେକ୍ସ ସମେତ ରାଜ୍ୟର ସବୁ ସିନେମା ହଲରେ ଟିକେଟ୍ ମୂଲ୍ୟ ୨୦୦ ଟଙ୍କାରୁ ଅଧିକ ହୋଇପାରିବ ନାହିଁ ବୋଲି ସରକାର କହିଛନ୍ତି ।  ଏହି ନିଷ୍ପତ୍ତି କର୍ଣ୍ଣାଟକର ଚଳଚ୍ଚିତ୍ର ଶିଳ୍ପରେ ଏକ ଦୀର୍ଘକାଳୀନ ସମସ୍ୟାର ସମାଧାନ କରିବ ବୋଲି ଆଶା କରାଯାଉଛି । ରାଜ୍ୟରେ ମଲ୍ଟିପ୍ଲେକ୍ସଗୁଡ଼ିକ ପ୍ରିମିୟମ୍ ସ୍କ୍ରିନିଂ ପାଇଁ ୫୦୦ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଟିକେଟ୍‌ ଫି’ ଆଦାୟ କରିଆସୁଛନ୍ତି । ୨୦୧୭ ରେ ସମାନ ପଦକ୍ଷେପ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା । କିନ୍ତୁ ବର୍ତ୍ତମାନ ସରକାରଙ୍କ ଏହି ନଷ୍ପତ୍ତି ଜନସାଧାରଣଙ୍କ ଚାହିଦା ଅନୁଯାୟୀ ନିଆଯାଇଛି । 

କନ୍ନଡ ଚଳଚ୍ଚିତ୍ର ଶିଳ୍ପକୁ ଆହୁରି ପ୍ରୋତ୍ସାହିତ କରିବାକୁ କର୍ଣ୍ଣାଟକ ସରକାର ରାଜ୍ୟ-ସମର୍ଥିତ OTT ପ୍ଲାଟଫର୍ମ ଆରମ୍ଭ କରିବାର ଯୋଜନା ଘୋଷଣା କରିଛନ୍ତି । ଏହା ସହିତ ମହୀଶୂରରେ ୧୫୦ ଏକର ଜମିରେ ଏକ ଆନ୍ତର୍ଜାତୀୟ ମାନର ଚଳଚ୍ଚିତ୍ର ନଗରୀ (ଫିଲ୍ମ ସିଟି) ନିର୍ମାଣ କରିବାକୁ ସରକାର ଘୋଷଣା କରିଛନ୍ତି । ଏଥିପାଇଁ ବଜେଟ୍‌ରେ ୫୦୦ କୋଟି ଟଙ୍କା ନିବେଶ କରାଯିବ । ସରକାରୀ-ଘରୋଇ ସହଭାଗୀତା (PPP) ମଡେଲ ଅଧୀନରେ ବିକଶିତ ହେବ ଏହି ଫିଲ୍ମ ସିଟି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.