ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ପିଲାଙ୍କ ମୋଟାପଣକୁ ନେଇ ଚିନ୍ତା, ମଧ୍ୟାହ୍ନଭୋଜନକୁ ସୁଷମ କରିବା ପାଇଁ ଖାଦ୍ୟରେ ହେବନି ତେଲ ବ୍ୟବହାର...

Published By : Prameya | March 17, 2025 8:46 AM

ଭୁବନେଶ୍ୱର,୧୭/୦୩: ଦେଶରେ  ପିଲାଙ୍କଠାରେ ମୋଟାପଣ ଦେଖିବାକୁ  ମିଳୁଛି । ବିଶେଷ ଭାବେ ୫ରୁ ୧୯ବର୍ଷ  ମଧ୍ୟରେ ଥିବା ପିଲାଙ୍କ ଓଜନ ଅତ୍ୟଧିକ ରହୁଛି । ଏହାକୁ ନେଇ ଚିନ୍ତା ପ୍ରକଟ  କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ତେଣୁ  ମଧ୍ୟାହ୍ନଭୋଜନକୁ ସୁଷମ କରିବା ପାଇଁ ନିଆଯାଉଛି ପଦକ୍ଷେପ । ଏଣିକି  ମଧ୍ୟାହ୍ନଭୋଜନ ଖାଦ୍ୟରେ କମ୍‌ ତେଲ  ବ୍ୟବହାର ହେବ । ଆଗରୁ ଯେତିକି  ତେଲ ବ୍ୟବହାର ହେଉଥିଲା, ତା’ର ୧୦  ପ୍ରତିଶତ ହ୍ରାସ କରାଯିବ । ଫର୍ଟିଫାଏଡ୍‌  ଭିଟାମିନ୍‌ ଏ ଓ ଡି ଯୁକ୍ତ ଖାଇବା ତେଲ  ବ୍ୟବହାର ହେବ । ଡବଲ ଫର୍ଟିଫାଏଡ୍‌  ଲୁଣ ବ୍ୟବହାର କରାଯିବ । ଏପରିକି କମ୍‌  ଲୁଣ ମଧ୍ୟ ବ୍ୟବହାର ହେବ । ଏଥିସହ  ନ୍ୟୁଟ୍ରିସିଆନ୍‌ଙ୍କ ପରାମର୍ଶ ନିଆଯିବ । ଜଣେ  ଶିକ୍ଷାର୍ଥୀଙ୍କୁ ସ୍ୱାସ୍ଥ୍ୟ ଆମ୍ବାସାଡାର ଭାବେ  ନିଯୁକ୍ତି ଦିଆଯିବ । ଏପରି ନିଷ୍ପତ୍ତି ନେଇଛି  କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । 

ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ  ରାଜ୍ୟର ମୁଖ୍ୟଶାସନ ସଚିବ, ଶିକ୍ଷା  ବିଭାଗର ପ୍ରମୁଖ ଶାସନ ସଚିବ,  ସମଗ୍ର ଶିକ୍ଷାର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ,ଏନ୍‌ସିଇଆର୍‌ଟି ନିର୍ଦ୍ଦେଶକ,  ସିବିଏସ୍‌ଇ ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ  ଓ ନବୋଦୟ ବିଦ୍ୟାଳୟ ସଂଗଠନର  କମିଶନରଙ୍କୁ ଚିଠି ହୋଇଛି । 

ଏଥିରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ  ସମୟରେ ପିଲାଙ୍କଠାରେ ଦେଖାଯାଉଥିବା ମୋଟାପଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।  ଏପିରକି ଏକ ଜର୍ଣ୍ଣାଲରେ ଏସମ୍ପର୍କରେ ମଧ୍ୟ ପ୍ରକାଶ ପାଇଛି । ଯାହା ଖାଇବା ପିଇବା  ଶୈଳୀରେ ପରିବର୍ତ୍ତନ ନେଇ ଏପରି ଦେଖାଯାଉଛି ବୋଲି କୁହାଯାଇଛି । ତେଣୁ ରନ୍ଧନ  ହେଉଥିବା ଖାଦ୍ୟରେ ୧୦ ପ୍ରତିଶତ ଖାଇବା ତେଲର ବ୍ୟବହାର ହ୍ରାସ କରାଯିବ । 

ଏ ସମ୍ପର୍କରେ ଅଭିଭାବକ, ଶିକ୍ଷକଙ୍କୁ ସଚେତନ କରାଯିବ । ପିଏମ୍‌  ପୋଷଣ ଯୋଜନାରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନକୁ ଅଧିକ ସୁଷମ କରାଯିବ । ପୋଷଣ ଯୁକ୍ତ ଚାଉଳ, ଗହମ, ଡାଲି, ପନିପରିବା ବ୍ୟବହାର  ହେବ । ପ୍ରାଥମିକ ଶ୍ରେଣୀ ପିଲାଙ୍କ ପାଇଁ ୫ ଗ୍ରାମ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ  ପିଲାଙ୍କ ପାଇଁ ୭.୫ ଗ୍ରାମର ଲୁଣ ବ୍ୟବହାର ହେବ । ସ୍କୁଲରେ ପୋଷଣ ବଗିଚା  କରାଯିବ । ସେଠାରୁ ଉତ୍ପାଦିତ ପରିବା ମଧ୍ୟାହ୍ନଭୋଜନରେ ବ୍ୟବହାର ହେବ । 

ଖାଇବା ତେଲ କମ ବ୍ୟବହାର ନେଇ ମଧ୍ୟ ଏକ ସଚେତନତା କାର୍ଯ୍ୟକ୍ରମ ହେବ ।  ଯେଉଁଥିରେ ସ୍ୱତନ୍ତ୍ର କ୍ଲାସ କରାଯିବ । ଜଣେ ପୋଷଣ ବିଶେଷଜ୍ଞ (ନ୍ୟୁଟ୍ରିସିଆନ୍‌) ଙ୍କୁ ସ୍କୁଲକୁ ନିମନ୍ତ୍ରଣ କରାଯିବ । ସେ ଏକ ସୂଚନାସମ୍ବଳିତ ଅଧିବେଶନ କରି କମ୍‌  ଖାଇବା ତେଲ ବ୍ୟବହାରରେ କିପରି ରୋଷେଇ ହୋଇପାରିବ ପରାମର୍ଶ ଦେବେ । ସ୍କୁଲସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ହେବ । ଇକୋ କ୍ଲବ୍‌ ଆକ୍ଟିଭିଟି କରାଯିବ ।  ବ୍ୟାୟାମ ଓ ଯୋଗ ନିୟମିତ କରିବାକୁ ପ୍ରୋତ୍ସାହିତ କରାଯିବ । ଛାତ୍ରଛାତ୍ରୀଙ୍କୁ  ନେଇ କମ୍‌ ତେଲରେ କିପରି ରୋଷେଇ ହୋଇପାରିବ ତାର ଏକ ପ୍ରତିଯୋଗିତା  ମଧ୍ୟ ହେବ । ଏହାକୁ ସାମାଜିକ ଗଣମାଧ୍ୟମରେ ଅପଲୋଡ୍‌ କରି ସଚେତନତା  ସୃଷ୍ଟି କରାଯିବ । ସ୍କୁଲ ପରିଚାଳନା କମିଟିକୁ ନେଇ ମଧ୍ୟ ବୈଠକ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.