ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ରାଜ୍ୟରେ କାହାର ହଠାତ୍‌ କଟାଯିବନି ରାସନ କାର୍ଡ, ଫିଲ୍ଡ ସର୍ଭେ ସରିବା ପରେ ନିଆଯିବ ନିଷ୍ପତ୍ତି

Published By : Prameya | March 16, 2025 1:12 PM

ଭୁବ‌ନେଶ୍ୱର ୧୬/୦୩: ରାଜ୍ୟରେ କାହାର ହଠାତ୍‌ କଟାଯିବନି ରାସନ କାର୍ଡ। ଫିଲ୍ଡ ସର୍ଭେ ଯାଞ୍ଚ କରିବା ପରେ କଟାଯିବ କାର୍ଡ। ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସମସ୍ତ ତଥ୍ୟ ଦିଆଯାଇଛି। ଯେଉଁ ହିତାଧିକାରୀମାନେ ବ୍ୟାଙ୍କ ଲୋନ୍‌ ପାଇଁ ଶୂନ୍ୟ ଟିକସ ଦାଖଲ କରିଥିବେ। ସେମାନଙ୍କ ଫିଲ୍ଡ ଭିଜିଟ୍ କରି ଅଫିସରମାନେ ତର୍ଜମା କରିବେ। ପ୍ରକୃତରେ କେତେ ଜଣ ଧନୀ ଏବଂ କେତେ ଜଣ ଗରିବ ଅଛନ୍ତି ତଥ୍ୟ ଆସିବା ପରେ ଫାଇନାଲ ନିଷ୍ପତ୍ତି ନିଆଯିବା। ଏନେଇ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।


ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ୭୩୪ ଲୋକ e-KYC କରି ନାହାନ୍ତି। ପୂର୍ବରୁ ଯେଉଁ ଗତିରେ ଇ-କେୱାଇସି ହେଉଥିଲା ଏବେ ସେମିତି ଇ-କେୱାଇସି ହେଉନାହିଁ।  ଦିନକୁ ହଜାରରୁ ୧୨ଶହ ଲୋକ ଇ-କେୱାଇସି କରୁଛନ୍ତି। ମାର୍ଚ୍ଚ ୩୧ ଯାଏ ଏହି ପ୍ରକ୍ରିୟା ଚାଲିବ। ପଞ୍ଜିକରଣ ଅବଧି ସରିବା ପରେ ବାକି ଥିବା ଲୋକ କାହିଁକି ଇ-କେୱାଇସି କଲେ ନାହିଁ ଯାଞ୍ଚ କରାଯାଇ ରାସନ କାର୍ଡ କଟାଯିବ। ସର୍ଭେ ପରେ ନୂଆ ରାସନ କାର୍ଡ ହିତାଧିକାରୀ ରାସନ ପାଇବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.