ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ନୂଆ ରୂପ ପାଇବ ଚଣ୍ଡିଖୋଲ ଜଙ୍କସନ୍‌, ନିର୍ମାଣ ହେବ ୪ ଲେନ୍‌ ବାଇପାସ୍‌ ରାସ୍ତା, ୪ ବସ୍‌ ରହଣି ସ୍ଥଳ

Published By : Prameya | March 14, 2025 2:05 PM

ଭୁବନେଶ୍ୱର,୧୪/୦୩: ନୂଆ ରୂପ ପାଇବ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଜଙ୍କସନ୍‌ । ଏହି ଅଞ୍ଚଳରେ  ଥିବା ସମସ୍ତ ଖରାପ ରାସ୍ତା ମରାମତି ହେବ । ଆଗାମୀ ଦିନରେ ଚଣ୍ଡିଖୋଲର  ବାଇପାସ୍‌ ରାସ୍ତା ବି ୪ ଲେନ୍‌ ବିଶିଷ୍ଟ  ହେବ । ୪ଟି ବସ୍‌ ରହଣି ସ୍ଥଳ ହେବ ।  ଏହା ସହିତ ୩ଟି ଭେଇକିଲ୍‌ ଅଣ୍ଡରପାସ୍‌  ଓ ରାମ୍ପ ଓଭରବ୍ରିଜ୍‌ ନିର୍ମାଣ କରାଯିବ ।  ଚଣ୍ଡିଖୋଲ ଜଙ୍କସନର ଉନ୍ନତିକରଣ  ଓ ଏହାର ପାରିପାଶ୍ୱିର୍କ ବିକାଶ ପାଇଁ ସମୀକ୍ଷା ଅବସରରେ ଏହା କହିଛନ୍ତି  ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । 

ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଶ୍ରୀ  ହରିଚନ୍ଦନ କହିଥିଲେ, ଭୁବନେଶ୍ୱର-ଭଦ୍ରକ ଜାତୀୟ ରାଜପଥ ୧୬ ଏବଂ  ଡୁବୁରୀ-ଚଣ୍ଡିଖୋଲ ଜାତୀୟ ରାଜପଥ  ୫୩ର ସଂଯୋଗ ସ୍ଥଳ ହେଉଛି  ଚଣ୍ଡିଖୋଲ ଜଙ୍କସନ । ଖଣିଜ ସମ୍ପଦ  ପରିବହନଠୁ ଗମନାଗମନ ଦୃଷ୍ଟିରୁ  ଚଣ୍ଡିଖୋଲ ଅଞ୍ଚଳ ବେଶ ଗୁରୁତ୍ୱପୂର୍ଣ୍ଣ ।  ହେଲେ ଖରାପ ରାସ୍ତା ଯୋଗୁଁ ଏହି  ଅଞ୍ଚଳରେ ଅଧିକାଂଶ ସମୟରେ ଦୁର୍ଘଟଣା  ଘଟୁଛି । ଫଳରେ ରାସ୍ତାରେ ଘଣ୍ଟାଘଣ୍ଟା ଧରି ଗାଡ଼ି ମୋଟର ଅଟକି ରହିବା  ସହ ଟ୍ରାଫିକ ସମସ୍ୟା ଉପୁଜୁଛି । ତେଣୁ  ଚଣ୍ଡିଖୋଲ ଜଙ୍କସନର ଉନ୍ନତିକରଣ ଓ  ପାରିପାଶ୍ୱିର୍କ ବିକାଶ ସହ ଚାରିପାଖରେ  ଥିବା ବାଇପାସ୍‌ ରାସ୍ତାକୁ ୪ ଲେନ୍‌ ବିଶିଷ୍ଟ  କରିବା ପାଇଁ ଆଲୋଚନା କରାଯାଇଛି ।  

ଏଥିସହ ଯାତ୍ରୀମାନଙ୍କ ସୁବିଧା ପାଇଁ ୪ଟି  ବସ୍‌ ରହିବା ନେଇ ବ୍ୟବସ୍ଥା କରାଯିବ ।  ୩ଟି ସ୍ଥାନରେ ଗାଡ଼ି ଯିବା ଆସିବା କଲା  ଭଳି ଭେଇକିଲ୍‌ ଅଣ୍ଡରପାସ୍‌ ତିଆରି  ହେବ । ରାମ୍ପ ଓଭରବ୍ରିଜ ବି ନିର୍ମାଣ  କରାଯିବ । ଏହି ସମୀକ୍ଷା ବୈଠକରେ  ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ସମେତ ବଡ଼ଚଣା ବିଧାୟକ ଅମର ନାୟକ,  ଯାଜପୁର ଜିଲ୍ଲାପାଳ ପି. ଅଶ୍ୱେଷା ରେଡ୍ଡୀ,  ଇଞ୍ଜିନିୟର ଇନ୍‌ ଚିଫ୍‌ (ଇଆଇସି  ସିଭିଲ୍‌) ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୂର୍ତ୍ତ  ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଏଲ୍‌  କେ ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗ  ଏବଂ ଯାଜପୁର ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.