ଭୁବନେଶ୍ବର,୧୪/୩ : ସାରଥୀ ବାବାଙ୍କ ନାମରେ ପୁଣି ଆସିଲା ଅଭିଯୋଗ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋକୁ ପାଦ ତଳେ ରଖି ସତସଙ୍ଗ କରୁଥିବା ଅଭିଯୋଗ। କାରଗିଲ ବସ୍ତିରେ ସତସଙ୍ଗ ଚାଲିଥିବାବେଳେ ଦେଖିଲେ ଲୋକେ।
ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ଅମାନ୍ୟ କରି ସହଯୋଗୀଙ୍କ ଦ୍ବାରା ସତସଙ୍ଗ କରିବା ସହ ମହାପ୍ରଭୁଙ୍କ ଅସମ୍ମାନ କରିବା ଯୋଗୁ ସାରଥୀଙ୍କ ନାମରେ ଅଭିଯୋଗ କଲେ ସାମାଜିକ କର୍ମୀ। ଦୃଢ଼ କାର୍ଯ୍ୟାନଷ୍ଠାନ ଦାବି ନେଇ ଚନ୍ଦ୍ରଶେଖରପୁର ଥାନାରେ ଏଫ୍ଆଇଆର୍ ଦେଲେ ଅଭିଷେକ ଦାସ।