ପ୍ରମୂଖ ଖବର
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Published By : Prameya | March 14, 2025 7:32 AM

ଭୁବନେଶ୍ୱର,୧୪/୦୩: ସାବଧାନ । ଭୀଷଣ ଖରା ଚାଲିଛି । ଦିନ ୧୧ଟାରୁ ସାଢ଼େ  ୩ଟା ଭିତରେ ବାହାରକୁ ଯାଉଥିଲେ ସତର୍କତା ପଦକ୍ଷେପ ପାଳନ କରନ୍ତୁ । ଗର୍ଭବତୀ,  କର୍ମଜୀବୀ, ଶ୍ରମିକ, ବୟସ୍କ ନିଜର ବିଶେଷ  ଯତ୍ନ ନେବା ଜରୁରୀ । ନିହାତି ଆବଶ୍ୟକ ନଥିଲେ ପଦାକୁ ଯାଆନ୍ତୁ ନାହିଁ । ହାଲୁକା ପୋଷାକ ପିନ୍ଧନ୍ତୁ ।  ପ୍ରଚୁର ପାଣି, ସରବତ ଏବଂ ଓଆର୍‌ଏସ୍‌ ପିଅନ୍ତୁ ।  ମଦ, ଚା’ ଓ କଫି ଆଦି ପାନୀୟ ପିଅନ୍ତୁ ନାହିଁ । ଅସହ୍ୟ ତାତି ନେଇ ଏଭଳି ସତର୍କତା  ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି  ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା ପଦକ୍ଷେପ  ପାଇଁ ଚିଠି କରାଯାଇଛି । 

ଡରାଇଲାଣି ପାଣିପାଗ ପୂର୍ବାନୁାମାନ । ଆହୁରି  ୪ ଦିନ ଏମିତି ଜାଳିବ ଗ୍ରୀଷ୍ମ ଲହରୀ । ଖାଲି  ଦିନ ନୁହେଁ, ୧୫ ତାରିଖରୁ ରାତି ପାରଦ ବି ବଢ଼ିବ । ସ୍ଥିତିକୁ ଦେଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ  କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତା  ପଦକ୍ଷେପ ନେବାକୁ କୁହାଯାଇଛି ।  

ରାଜ୍ୟରେ ଏବେ ନିର୍ଘାତ୍‌ ଖରା । ଗୁରୁବାର ଝାଇଁଝାଇଁ କରିଦେଲା ତତଲା ପବନ । ଦିନ  ୧୧ଟାରୁ ୪ଟା ବେହାଲ୍‌ କରି ଦେଲା ତାତି । ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ ସବୁଠି  ତାତିର ପ୍ରକୋପ । ଗୁରୁବାର ରାଜ୍ୟର ୮  ସହରରେ ପାରଦ ୪୧ ଡିଗ୍ରୀ ସେଲସିୟସ୍‌ ଡେଇଁଛି। ସବୁଠୁ ଉତ୍ତପ୍ତ ଥିଲା ଝାରସୁଗୁଡ଼ା,  ଯେଉଁଠି ୪୧.୪ ଡିଗ୍ରୀ ସେଲସିୟସ୍‌  ପହଞ୍ଚିଥିଲା । ବାରିପଦା ୪୦, ସମ୍ବଲପୁର  ୪୦, ହୀରାକୁଦ ୪୦.୧, ବଲାଙ୍ଗୀର ୪୦.୪,  ଟିଟିଲାଗଡ଼ ୪୦.୧, ବୌଦ୍ଧ ୪୦.୮, ଭଦ୍ରକ ୪୦.୧  ଡିଗ୍ରୀ ଛୁଇଁଥିଲା । ୧୫ ସହରରେ ତାପମାତ୍ରା ୩୯ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଥିଲା ।  

ପାଣିପାଗ ପୂର୍ବାନୁମାନ ହେଲା, ୧୪  ତାରିଖ (ଦୋଳ ପୂର୍ଣ୍ଣିମା) କଳାହାଣ୍ଡି,  ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼,  ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ମୟୂରଭଞ୍ଜ,  କେନ୍ଦୁଝର ଓ ସୋନପୁରରେ ଗ୍ରୀଷ୍ମ ଲହରୀ  ଅନୁଭୂତ ହେବ । ବାଲେଶ୍ୱର, ଭଦ୍ରକ,  ଗଜପତି, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଗରମ  ସହ ଗୁଳୁଗୁଳି ନାକେଦମ କରିପାରେ । ହୋଲି ଦିନ (୧୫ ତାରିଖ) ଝାରସୁଗୁଡ଼ା,  ସୋନପୁର, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର,  କଳାହାଣ୍ଡି, ସୁନ୍ଦରଗଡ଼ରେ ଗ୍ରୀଷ୍ମ ଲହରୀ  ଆଶଙ୍କା ଅଛି । ଏହି ୭ ଜିଲ୍ଲା ପାଇଁ ଅରେଞ୍ଜ  ୱାର୍ଣ୍ଣିଂ ଜାରି ହୋଇଛି । ବରଗଡ଼ ଓ କନ୍ଧମାଳରେ  ଗ୍ରୀଷ୍ମ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି  କରାଯାଇଛି । ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ  ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ବୃଦ୍ଧି ପାଇବା  ସହ ନାକେଦମ କରିପାରେ । 

୧୬ ତାରିଖ (ରବିବାର) ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର,  କଳାହାଣ୍ଡିରେ ଗ୍ରୀଷ୍ମ ଲହରୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ନୂଆପଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ବଲାଙ୍ଗୀର,  ସମ୍ବଲପୁର, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ରାତି ତାପମାତ୍ରା ଅସ୍ୱସ୍ତିକର କରିପାରେ । ୧୭ ତାରିଖ (ସୋମବାର) ବଲାଙ୍ଗୀର,  ନୂଆପଡ଼ା ଏବଂ ବରଗଡ଼ରେ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି । ୧୮ ତାରିଖରୁ ରାଜ୍ୟରେ ଗରମ ପ୍ରକୋପ କମିବ । ତେବେ ଆଗାମୀ ଦୁଇ ସପ୍ତାହ ପାଇଁ ପାଣିପାଗ ବିଭାଗ ଜାରି  କରିଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ୧୩ରୁ ୧୭ ଓଡ଼ିଶାରେ  ଗ୍ରୀଷ୍ମ ଲହରୀ ରହିବ । ଏହା ପରେ ବି ଓଡ଼ିଶାର କିଛି ଜାଗାରେ ଗ୍ରୀଷ୍ମ  ଲହରୀ ରହିପାରେ।

ରାଜ୍ୟରେ ଏବେ ଅସ୍ୱାଭାବିକ ଭାବେ ଗରମ ବଢ଼ିଥିବାବେଳେ  ଉପକୂଳ ଓଡ଼ିଶା ବି ବାଦ୍‌ ପଡ଼ିନି । ଭୁବନେଶ୍ୱର ତାପମାତ୍ରା ୩୮.୨  ଡିଗ୍ରୀ ଛୁଇଁଥିବାବେଳେ ଚାନ୍ଦବାଲି ୩୮ ଡିଗ୍ରୀ ଥିଲା ।  

ବର୍ତ୍ତମାନ ରାଜ୍ୟରେ ଦିନ ତାପମାତ୍ରା ୨ରୁ ୪ଡିଗ୍ରୀ  ବଢ଼ିଥିବାବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇଛି ।  ଉପକୂଳରେ ୨ରୁ ୩ ଡିଗ୍ରୀ ବଢ଼ିଛି ପାରଦ । ବର୍ତ୍ତମାନ ରାତି ତାପମାତ୍ରା ଧୀରେ ଧୀରେ ବଢ଼ିଲାଣି । ଅଧିକାଂଶ ସ୍ଥାନରେ ୨୩ ଡିଗ୍ରୀ ପାଖାପାଖି ଥିବାବେଳେ ପାରାଦୀପ ୨୬ ଓ ପୁରୀ ୨୭ ଡିଗ୍ରୀ ଥିଲା ବୁଧବାର ରାତିରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.