ପ୍ରମୂଖ ଖବର
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଭିସୁଟ୍ ଛାତ୍ରଙ୍କ ଉପରେ ଅଙ୍କୁଶ, ୭ଟି ସ୍ଥାନକୁ ଯିବା ଉପରେ କଟକଣା ଲଗାଇଲେ କର୍ତ୍ତୃପକ୍ଷ

Published By : Rasmita Pradhan | March 14, 2025 1:35 PM

ଭୁବନେଶ୍ଵର, ୧୪/୦୩ : ଭିସୁଟ୍ ଛାତ୍ରଙ୍କ ଉପରେ ଲାଗିଲା ଅଙ୍କୁଶ। ୭ଟି ଜାଗାକୁ ଯିବା ଉପରେ କଟକଣା ଲଗାଇଲେ କର୍ତ୍ତୃପକ୍ଷ। ପାଓ୍ବାର କେନାଲ, ମହାନଦୀ, ସାଇଫନ୍, ୧୮ ହଜାର ପଏଣ୍ଟ୍, ରାଇଟ୍ ଡାଇକ, ଝାଙ୍କରାଣୀ ମନ୍ଦିର, ଫିସରି ପଏଣ୍ଟକୁ ଯିବା ଉପରେ କଟକଣା ଲାଗିଛି। ଛାତ୍ରମାନେ କେବେବି କୌଣସି ସମୟରେ ନଯିବା ପାଇଁ ନୋଟିସ ଜାରି କରିଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ। ୧୮ ହଜାର ପଏଣ୍ଟ ପାୱାର କେନାଲରେ ଜଣେ ଛାତ୍ର ବୁଡ଼ି ଯିବାପରେ ଲାଗିଛି କଟକଣା। 

ସୂଚନା ଥାଉକି, ଗୁରୁବାର ବୁର୍ଲା ଥାନା ଅଠର ହଜାର ନିକଟ ପାୱାର୍‌ କେନାଲ୍‌ରେ ବୁଡ଼ି ଭିସୁଟ୍‌ର ସିଭିଲ ଇଞ୍ଜିନିୟରିଂ ବିଭାଗର ପ୍ରଥମ ବର୍ଷର ଛାତ୍ର ପ୍ରିୟାଂଶୁ ପ୍ରକାଶ ବେହେରାଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ ମଧ୍ୟ ପାୱାର କେନାଲରେ ବୁଡ଼ି ଭିସୁଟ୍ ଛାତ୍ର ପ୍ରାଣ ହରାଇଛନ୍ତି। ବାରମ୍ଵାର ଏଭଳି ଘଟଣା ଘଟୁଥିବାରୁ ଏବେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ କଠୋର ହୋଇଛନ୍ତି। ବୁର୍ଲା ସହର ସମେତ ଆଖପାଖରେ ଥିବା ବିପଜ୍ଜନକ ସ୍ଥାନକୁ ବ୍ଲାକ୍‌ ସ୍ପଟ୍‌ ଭାବେ ଚିହ୍ନଟ କରାଯାଇଛି। ଏସବୁ ସ୍ଥାନଗୁଡ଼ିକୁ ଭିସୁଟ୍‌ ଛାତ୍ରଛାତ୍ରୀ ବୁଲିବାକୁ ଯିବା ଉପରେ କଟକଣା ଜାରି କରାଯାଇଛି। ଏହାକୁ ଉଲ୍ଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ହୋଲି ଥିବାରୁ ଭିସୁଟ ସୁରକ୍ଷା କର୍ମୀ ସ୍ୱତନ୍ତ୍ର ଗାଡ଼ିରେ ବିଭିନ୍ନ ସ୍ଥାନ ବୁଲି ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବେ ବୋଲି କୁଳପତି ପ୍ରଫେସର ଦୀପକ କୁମାର ସାହୁ ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ, ୨୦୨୨ ଏପ୍ରିଲ୍‌ ୨୯ରେ ଅଠର ହଜାର ପାୱାର୍‌ କେନାଲ ଘାଟରେ ଭିସୁଟ୍‌ ମେକାନିକାଲ୍‌ ଇଞ୍ଜିନିୟରିଂ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ତ୍ରିଲୋଚନ ମହାରଣାଙ୍କ ମୃତ୍ୟୁ ଘଟିଥିଲା । ସେ ମଧ୍ୟ ସେମିଷ୍ଟର୍‌ ପରୀକ୍ଷା ପରେ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇ ଭାସି ଯାଇଥିଲେ ।

ଏହି ଖବରଟିକୁ ପଢନ୍ତୁ-ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଇସି ସଦସ୍ୟାଙ୍କ ବିକ୍ଷୋଭ



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.