ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଲାହୋରରେ ପାଳନ ହେଲା ରଙ୍ଗର ପର୍ବ ହୋଲି, କଡା ସୁରକ୍ଷା ଭିତରେ ଝୁମିଲେ ହିନ୍ଦୁ ସଂପ୍ରଦାୟ…

Published By : Prameya | March 14, 2025 9:21 PM

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ଲାହୋରର କୃଷ୍ଣ ମନ୍ଦିରରେ ପାକିସ୍ତାନର ହିନ୍ଦୁ ସମ୍ପ୍ରଦାୟ ଉତ୍ସାହ ଏବଂ ଉଲ୍ଲାସର ସହିତ ହୋଲି ପର୍ବ ପାଳନ କରିଛନ୍ତି। ଏହି ଅବସରରେ, ମନ୍ଦିରକୁ ରଙ୍ଗୀନ ଆଲୋକ ମାଳାରେ ସଜାଯାଇଥିଲା, ଯାହା ସେଠାକାର ପରିବେଶକୁ ବହୁତ ମନୋରମ କରିଥିଲା। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି ଇଭାକ୍ୟୁ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ (ETPB) ଦ୍ୱାରା ଆୟୋଜିତ ହୋଇଥିଲା, ଯାହାକି ପାକିସ୍ତାନରେ  ସଂଖ୍ୟାଲଘୁ ପୂଜାସ୍ଥଳ ପରିଚାଳନା କରିଥାଏ । 

ଏହି ସମୟରେ, କେକ୍ କାଟିବା ଉତ୍ସବ ଅନୁଷ୍ଠିତ ହୋଇଥିଲା ଏବଂ ଅତିଥି ମାନଙ୍କୁ ପାରମ୍ପରିକ ମିଠା ଏବଂ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ଅବସରରେ ମହିଳା ମାନେ ହିନ୍ଦୁ ଭକ୍ତି ଗୀତ ଏବଂ ବଲିଉଡ୍ ଗୀତରେ ଜୋରଦାର ନୃତ୍ୟ କରିଥିଲେ। ବିଶେଷକରି ଚଳଚ୍ଚିତ୍ର ଅଭିନେତା ଅମିତାଭ ବଚ୍ଚନଙ୍କ ଗୀତ "ରଙ୍ଗ ବରସେ ଭିଗେ ଚୁନରୱାଲି" ଉପରେ ବହୁତ ନାଚ ମଜା ହୋଇଥିଲା । 

ଇଟିପିବିର ଅତିରିକ୍ତ ସଚିବ ସୈଫୁଲ୍ଲା ଖୋଖର କହିଛନ୍ତି ଯେ ଦେଶର ଅନ୍ୟ ମନ୍ଦିର ଗୁଡ଼ିକରେ ମଧ୍ୟ ବିଶେଷ ପ୍ରାର୍ଥନା ଏବଂ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ପବିତ୍ର ହୋଲି ପର୍ବରେ ଲୋକମାନେ ଯେପରି ଭୟଭୀତ ନ ହୋଇ ଖୁସି ଏବଂ ସୌହାର୍ଦ୍ଦ୍ୟର ରଙ୍ଗରେ ନିଜକୁ ବୁଡ଼େଇ ପାରିବେ ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.