ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଖାଲି ହୋଇଯିବ 'ଗାଜା'! ପାଲେଷ୍ଟାଇନୀୟଙ୍କ ନୂଆ ଘର ହେବ ଏହି ରାଷ୍ଟ୍ର

Published By : Prameya | March 14, 2025 9:12 PM

Image source: NDTV

ନୂଆଦିଲ୍ଲୀ,୧୪/୦୩: ଆସୋସିଏଟେଡ୍ ପ୍ରେସର ରିପୋର୍ଟ ଅନୁଯାୟୀ, ଆମେରିକା ଏବଂ ଇସ୍ରାଏଲର ଅଧିକାରୀମାନେ କହିଛନ୍ତି ଯେ ଯୁଦ୍ଧ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବିତ ଗାଜା ପଟ୍ଟିରୁ ବହିଷ୍କୃତ ହୋଇଥିବା ପାଲେଷ୍ଟାଇନମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଆମେରିକା ଏବଂ ଇସ୍ରାଏଲ ତିନି ପୂର୍ବ ଆଫ୍ରିକୀୟ ସରକାରଙ୍କ ସହିତ ଯୋଗାଯୋଗ କରିଛନ୍ତି।

ଆମେରିକା ଏବଂ ଇସ୍ରାଏଲ ଯେଉଁ ତିନିଜଣ ପୂର୍ବ ଆଫ୍ରିକୀୟ ସରକାରଙ୍କ ସହିତ ଆଲୋଚନା କରିଛନ୍ତି, ସେମାନଙ୍କ ମଧ୍ୟରେ ସୁଦାନ୍, ସୋମାଲିଆ ଏବଂ ସୋମାଲିଆ ଠାରୁ ଅଲଗା ହୋଇଥିବା ଏକ ଅଞ୍ଚଳ ସୋମାଲିଲାଣ୍ଡ ଅନ୍ତର୍ଭୁକ୍ତ। ତେବେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଗାଜା ଯୋଜନା ସାମ୍ନାକୁ ଆସିବା ପରେ ଏହାକୁ ସମାଲୋଚନା କରାଯାଇଥିଲା। ଏଥି ସହିତ, ସୁଦାନ, ସୋମାଲିଆ ଏବଂ ସୋମାଲିଲାଣ୍ଡ, ଏହି ତିନିଜଣ ଅତ୍ୟନ୍ତ ଗରିବ ଅଞ୍ଚଳ ଏବଂ ସେମାନେ କୌଣସି ନା କୌଣସି ଏକ ପ୍ରକାର ହିଂସା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଗାଜା ପଟ୍ଟି ପୁନଃ ସ୍ଥାପନା ପରେ ଟ୍ରମ୍ପଙ୍କ ପାଲେଷ୍ଟାଇନୀୟମାନଙ୍କୁ ଥଇଥାନ କରିବା ନେଇ ଟ୍ରମ୍ପଙ୍କ କଥା ଉପରେ ଲୋକମାନେ ସନ୍ଦେହ ଆରମ୍ଭ କରିଛନ୍ତି।

ଆମେରିକାର ପ୍ରସ୍ତାବ ପାଇ‌ଥିବା ଅସ୍ବୀକାର କଲା ସୁଦାନ:

ଖବର ଅନୁଯାୟୀ ସୁଦାନର ଅଧିକାରୀମାନେ କହିଛନ୍ତି ଯେ ସେମାନେ ପାଲେଷ୍ଟାଇନୀୟମାନଙ୍କୁ ପୁନଃ ସ୍ଥାପିତ କରିବା ପାଇଁ ଆମେରିକାର ଯୋଜନାକୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ସୋମାଲିଆ ଏବଂ ସୋମାଲିଲାଣ୍ଡର ଅଧିକାରୀମାନେ ଆସୋସିଏଟ୍‌ ପ୍ରେସ୍‌କୁ କହିଛନ୍ତି ଯେ ସେମାନେ କୌଣସି ବିଷୟରେ ଜାଣି ନାହାଁନ୍ତି। ଟ୍ରମ୍ପଙ୍କ ଗାଜା ପୋଷ୍ଟ ଓ୍ବାର ଯୋଜନା ଅନୁଯାୟୀ, ଗାଜା ପଟ୍ଟିକୁ ଆମେରିକାର ନିୟନ୍ତ୍ରଣରେ ରଖିବା ଏବଂ ସେଠାରୁ ୨ ମିଲିୟନରୁ ଅଧିକ ପାଲେଷ୍ଟାଇନୀୟଙ୍କୁ ବିସ୍ଥାପନ କରି ଏହାକୁ 'ମଧ୍ୟ ପ୍ରାଚ୍ୟର ରିଭେରା' ନାମରେ ବିକଶିତ କରିବାର ଯୋଜନା ରହିଛି।

ସମ୍ପୁର୍ଣ୍ଣ ଯୋଜନା କରିଥିଲେ ଟ୍ରମ୍ପ: 

ସୂଚନାଯୋଗ୍ୟ ଯେ ଇସ୍ରାଏଲ୍ ଏକଦା ଗାଜା ପଟ୍ଟିରୁ ବହୁ ସଂଖ୍ୟକ ପାଲେଷ୍ଟାଇନୀୟଙ୍କ ବିସ୍ଥାପନକୁ କେବଳ କଳ୍ପନା ବୋଲି ଭାବିଥିଲା। କିନ୍ତୁ ଇସ୍ରାଏଲର ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଗତ ମାସରେ ଆମେରିକାର ହ୍ବାଇଟ ହାଉସରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସାକ୍ଷାତ ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଟ୍ରମ୍ପଙ୍କ ଯୋଜନାକୁ ଏକ ଶକ୍ତିଶାଳୀ ଯୋଜନା ବୋଲି କହିଥିଲେ ଏବଂ ଏହାକୁ ପ୍ରଶଂସା କରିଥିଲେ। କିନ୍ତୁ ଟ୍ରମ୍ପଙ୍କର ଏହି ଯୋଜନାକୁ ବିରୋଧ କରିଥିଲେ ଅନେକ ପାଲେଷ୍ଟାଇନ ଅଧିକାରୀ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.