ଢାକା : ବାଂଲାଦେଶର ଅନ୍ତରୀଣ ସରକାରଙ୍କର ମୁଖିଆ ମହମ୍ମଦ ୟୁନୁସ୍ ଯଦିଓ ସବୁ କିଛି ଟ୍ରାକ୍କୁ ଆସିବାର ଦାବି କରୁଛନ୍ତି, ହେଲେ ସେଠାରେ ହିନ୍ଦୁଙ୍କ ଉପରେ ହମଲା ରହିବାର ନାଁ ନେଉ ନାହାନ୍ତି। ପୁଣି ଥରେ ହିନ୍ଦୁ ମନ୍ଦିର ଉପରେ ହମଲା ହୋଇଛି। ହୋଲି ଅବସରରେ ଏହି ଘଟଣା ଲକ୍ଷ୍ମୀପୁର ଜିଲ୍ଲାର ରାୟପୁରରେ ମରିହାଟା ଅଞ୍ଚଳରେ ଶ୍ରୀ ଶ୍ରୀ ମହାମାୟା ମନ୍ଦିରରେ ହୋଇଛି, ଯେଉଁଠି ମୁଖା ପିନ୍ଧିଥିବା ଉପଦ୍ରବୀମାନେ ଦେବୀ ମହାମାୟାଙ୍କର ମୂର୍ତ୍ତି ମଧ୍ୟ ଭାଙ୍ଗି ଦେଇଛନ୍ତି।
ଢାକା ଟ୍ରିବ୍ୟୁନର ରିପୋର୍ଟ ଅନୁସାରେ, ମନ୍ଦିର ସମିତିର ମହାସଚିବ ବିଶ୍ୱନାଥ ଶାହା କହିଛନ୍ତି ଯେ, ଗୁରୁବାର ଅର୍ଥାତ୍ ହୋଲିକାତ୍ସବ ଦିନ ସନ୍ଧ୍ୟାର ପୂଜା ସମାପ୍ତି ହେବା ପରେ ପୂଜାରୀ ମନ୍ଦିରରୁ ଚାଲି ଯାଇ ଥିଲେ। ସେହି ରାତିରେ ଯେବେ ପରେ ପୂଜାରୀ ଫେରି ମନ୍ଦିରକୁ ଆସିଲେ ତ, ଦେଖିଲେ ଯେ, ମନ୍ଦିରରେ ମୂର୍ତ୍ତି ଭଙ୍ଗା ହୋଇ କ୍ଷତିଗ୍ରସ୍ତ ଭାବେ ପଡ଼ିଛି। ଏହାପରେ ପୂଜାରୀ ସ୍ଥାନୀୟ ହିନ୍ଦୁ ସଂପ୍ରଦାୟକୁ ଡାକି ଘଟଣାର ସୂଚନା ଦେଇଛନ୍ତି।
ସିସିଟିଭିରେ କଏଦ ଘଟଣା –
ରିପୋର୍ଟ ମୁତାବିକ , ଏହି ଜଘନ୍ୟ କାର୍ଯ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସିସିଟିଭି ଫୁଟେଜ୍ରେ ଜଣେ ମାସ୍କ ପିନ୍ଧିଥିବା ବ୍ୟକ୍ତିଙ୍କୁ ମନ୍ଦିର ପରିସରରେ ପ୍ରବେଶ କରିବା , ମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ଓ ପୁଣି ଫେରାର ହେବାର ଦେଖା ଯାଉଛି। ମନ୍ଦିର ସମିତିର ମହାସଚିବ ବିଶ୍ୱନାଥ ଶାହା କହିଛନ୍ତି ଯେ , ଏହି ଘଟଣା ବିଷୟରେ ମାମଲା ରୁଜୁ କରାଯାଇଛି।
ଏହି ମଧ୍ୟରେ , ଲକ୍ଷ୍ମୀପୁର ପୂଜା ଉତ୍ସବ ପରିଷଦ ଦାବି କରିଛି ଯେ , ଏହି ଘଟଣାରେ ସଂପୃକ୍ତ ଲୋକଙ୍କ ଚିହ୍ନଟ କରାଯାଉ ଏବଂ ତାଙ୍କୁ ୨୪ ଘଣ୍ଟା ଭିତରେ ଗିରଫ କରାଯାଉ। ଏହି ଘଟଣାର ସୂଚନା ପାଇବା ପରେ ରାୟପୁର ପୁଲିସ ଷ୍ଟେସନର ପ୍ରଭାର ଉଦ୍ଦୀନ ଭୁଇୟାଁ ଅନ୍ୟ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି। ସେ କହିଛନ୍ତି ଯେ, ଉପଦ୍ରବୀମାନେ ଆହୁରି ଭଙ୍ଗାରୁଜା କରିବା ପଛରେ ତାଙ୍କର ଉଦ୍ଦେଶ୍ୟ ବିଷୟରେ ଜାଣିବାକୁ ଯାଞ୍ଚ ଆରମ୍ଭ ହୋଇଛି।
ଏହା ପ୍ରଥମ ଥର ନୁହେଁ , ଯେବେ ବାଂଲାଦେଶରେ ହିନ୍ଦୁ ମନ୍ଦିର ଗୁଡ଼ିକୁ କ୍ଷତି ପହଞ୍ଚା ଯାଇଛି। ଏହା ପୂର୍ବରୁ ମଧ୍ୟ ହିନ୍ଦୁ ମନ୍ଦିର ଓ ହିନ୍ଦୁ ସଂଖ୍ୟାଲଘୁଙ୍କୁ ମୁସଲିମ୍ ବହୁଳଗୋଷ୍ଠୀ ଚାର୍ଗେଟ୍ କରିଛନ୍ତି। ଭାରତ ସରକାରଙ୍କ ଅନୁସାରେ ,ଗତ ବର୍ଷ ଅର୍ଥାତ୍ ୮ ଡିସେମ୍ୱର , ୨୦୨୪ ସୁଦ୍ଧା ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସାକାଣ୍ଡର ୨୨୦୦ରୁ ଅଧିକ ମାମଲା ରିପୋର୍ଟ କରାଯାଇଛି।