ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହାକାଶରୁ କେବେ ଫେରିବେ ସୁନୀତା ୱିଲିୟମ୍ସ ? ନୂଆ ତାରିଖ ଦେଲା ନାସା

Published By : Ankita S | March 14, 2025 2:31 PM

ୱାଶିଂଟନ,୧୪/୦୩: ୮ ଦିନ ପାଇଁ ଯାଇଥିଲେ ହେଲେ ୯ ମାସ ହେବ ଫସି ରହିଛନ୍ତି । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରୁ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ପ୍ରତ୍ୟାବର୍ତ୍ତନ ପୁଣି ଥରେ ବିଳମ୍ବ ହୋଇଛି । ତାଙ୍କ ଫେରିବା ନେଇ ପୁଣି ଅନିଶ୍ଚିନ୍ତତା ଦେଖାଦେଇଛି । ତେବେ କେବେ ଫେରିବେ ସୁନୀତା ଓ ତାଙ୍କ ଟିମ୍ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ଭିତରେ ନୂଆ ତାରିଖ ଦେଇଛି ନାସା । ଆସନ୍ତା ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ସୁନୀତା ୱିଲିୟମ୍ସ ତାଙ୍କ ଟିମ୍ ସହ ମହାକାଶରୁ ଫେରି ପାରନ୍ତି ।

ସୁନୀତାଙ୍କ ଫେରିବାରେ ବିଳମ୍ବ- ପାଖାପାଖି ୯ ମାସ ହେବ (୨୮୦ ଦିନ) ମହାକାଶରେ ଫସି ରହିଛନ୍ତି ସୁନୀତାଙ୍କ ସମେତ ତାଙ୍କ ଟିମ୍ । ବୋଇଂରେ ତ୍ରୁଟିପୂର୍ଣ୍ଣ ଷ୍ଟାରଲାଇନର ମହାକାଶଯାନରେ ଯାତ୍ରା କରିବା ପରେ ୱିଲିୟମ୍ସ ସାଥୀ ମହାକାଶଚାରୀ ବୁଚ୍ ୱିଲ୍ମୋରଙ୍କ ସହ ୯ ମାସ ଧରି ଫସି ରହିଛନ୍ତି । ମାତ୍ର ୮ ଦିନ ରହିବାକୁ ସ୍ଥିର ହୋଇଥିଲା । ତାଙ୍କର ଫେରିବା ବିଳମ୍ବ ହୋଇଛି । ସ୍ପେସ୍ଏକ୍ସ ତାର କ୍ରୁ-୧୦ ମିଶନ ଉତକ୍ଷେପଣକୁ ବାତିଲ କରିବା ପରେ ଫେରିବା ଆହୁରି ବିଳମ୍ବ ହୋଇଛି । ରକେଟ୍ ପାଇଁ ଗ୍ରାଉଣ୍ଡ ସପୋର୍ଟ କ୍ଲାମ୍ପ ଆର୍ମରେ ବୈଷୟିକ ତ୍ରୁଟି ଯୋଗୁଁ ଏହି ଉତକ୍ଷେପଣକୁ ବାତିଲ କରାଯାଇଥିଲା ।

କେବେ ଫେରିବେ ସୁନୀତା ୱିଲିୟମ୍ସ ? ନାସା ଘୋଷଣା କରିଛି କି ପରବର୍ତ୍ତୀ ଉତକ୍ଷେପଣ ଶନିବାର ପୂର୍ବରୁ ସମ୍ଭବ ନୁହେଁ । ଯଦି କ୍ରୁ-୧୦ ଉତକ୍ଷେପଣ ଶନିବାର ସୁଦ୍ଧା ସଫଳ ହୁଏ ତେବେ ମାର୍ଚ୍ଚ ୧୯ ସୁଦ୍ଧା ସୁନୀତା ୱିଲିୟମ୍ସ ତାଙ୍କ ଟିମ୍ ସହ ପୃଥିବୀକୁ ଫେରିବେ । ମାର୍ଚ୍ଚ ୧୯ରେ ସୁନୀତା ଆଇଏସଏସ ଛାଡିବେ ବୋଲି ଆଶା କରାଯାଉଛି ।

ଅଧିକ ପଢନ୍ତୁ...ରଟେକ୍ ଲଞ୍ଚକୁ ୧ ଘଣ୍ଟା ଥିଲା; ହାଇଡ୍ରୋଲିକ୍ ସିଷ୍ଟମ ହେଲା ଫେଲ୍, ଫେରିବେନି ସୁନୀତା

କହି ରଖୁଛୁ କି, ରକେଟ୍ ଗ୍ରାଉଣ୍ଡ ସପୋର୍ଟ କ୍ଲାମ୍ପ ଆର୍ମ ହାଇଡ୍ରୋଲିକ୍ ସିଷ୍ଟମରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଏ ନେଇ କ୍ରୁ-୧୦ ମିଶନକୁ ସ୍ଥଗିତ ରଖାଯାଇଛି । ଉତକ୍ଷେପଣକୁ ୧ ଘଣ୍ଟା ଥିଲା ଏହା ପୂର୍ବରୁ ଏହି ତ୍ରୁଟି ହୋଇଥିଲା । ସୁନୀତା ୱିଲିୟିମ୍ସଙ୍କ ଫେରିବା ନେଇ ବିଳମ୍ବ ହୋଇଥିଲା । ସୁନୀତା ଓ ତାଙ୍କ ଟିମ୍ ସୁରକ୍ଷିତ ଥିବା ନାସା ପକ୍ଷରୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.