ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବଜେଟରୁ ଟଙ୍କା ଚିହ୍ନ ହଟାଇଲେ ଷ୍ଟାଲିନ୍, ବର୍ଷିଲେ ସୀତାରମଣ

Published By : Ankita S | March 14, 2025 8:35 AM

ନୂଆଦିଲ୍ଲୀ,୧୪/୦୩: ତୀବ୍ର ହେଉଛି ଭାଷା ବିବାଦ । କେନ୍ଦ୍ର ସରକାରଙ୍କ ସହ ତ୍ରିଭାଷା ପ୍ରସଙ୍ଗରେ ବିବାଦ ଭିତରେ ତାମିଲନାଡୁ ସରକାର ରାଜ୍ୟ ବଜେଟ ୨୦୨୫-୨୬ରୁ ଟଙ୍କା (ରୁପୟା) ଚିହ୍ନ ହଟାଇଛନ୍ତି । ସେଠାରେ 'ରୁ' ପାଇଁ ଉଦ୍ଧିଷ୍ଟ ତାମିଲ ଅକ୍ଷର ବ୍ୟବହାର ହୋଇଛି । ତାମିଲନାଡୁ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର । ପ୍ରଶ୍ନ ଉଠାଇବା ସହ ଏଭଳି ପଦକ୍ଷେପ ଭୟଙ୍କର ମାନସିକତା । ଏହା ଜାତୀୟ ଏକତା ବିରୋଧୀ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ସୋସିଆଲ ମିଡିଆ ଏକ୍ସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ''ଡିଏମକେ ସରକାର ତାମିଲନାଡୁ ବଜେଟ ୨୦୨୫-୨୬ରୁ ରୁପୟା ଚିହ୍ନ '₹' ହଟାଇ ଦେଇଛନ୍ତି । ଯଦି ଡିଏମକେକୁ '₹'କୁ ନେଇ ଅସୁବିଧା ହେଉଛି ତେବେ ୨୦୧୦ରେ ଏହାର ବିରୋଧ କାହିଁକି କଲେ ନାହିଁ ? କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ଏହାର ଉପନାମ କରିଥିଲେ । ସେହି ସମୟରେ ଡିଏମକେ କେନ୍ଦ୍ରରେ କ୍ଷମତାସୀନ ସରକାରଙ୍କ ସହ ଗଠବନ୍ଧନ ଥିଲା । ତାମିଲନାଡୁ ସରକାର ଟଙ୍କାର ପ୍ରତୀକକୁ ବଦଳାଇବା ଏକ ବିପଦ ମାନସିକାତାକୁ ଦର୍ଶାଉଛି । ଯାହା କି ଭାରତୀୟ ଏକତା ବିରୋଧୀ ।''

ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, ଏହା ଏକ ଭୟଙ୍କର ମାନସିକତା । ଯାହା ଭାରତୀୟ ଏକତାକୁ ଦୁର୍ବଳ କରେ । ଆଞ୍ଚଳିକ ଗୌରବ ନାଁରେ ବିଚ୍ଛିନ୍ନତାବାଦୀ ଭାବନାକୁ ପ୍ରୋତ୍ସାହିତ କରେ । ଏହା ଜାତୀୟ ଏକତା ପ୍ରତି ପ୍ରତିବଦ୍ଧତତାକୁ ଦୁର୍ବଳ କରିବା ସହ ସମାନ । କେନ୍ଦ୍ରରେ କଂଗ୍ରେସ ସରକାରଙ୍କ ସମୟରେ ଏହି ରୁପୟା ଚିହ୍ନକୁ ଯେବେ ଔପଚାରିକ ଭାବେ ବ୍ୟବହାର କରାଗଲା ତେବେ ଏହାକୁ କାହିଁକି ବିରୋଧ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।'' 

ଅଧିକ ପଢନ୍ତୁ...ତେଜିଲା ହିନ୍ଦୀ-ତାମିଲ ଭାଷା ବିବାଦ, ବଜେଟ୍‌ରୁ ‘ ₹ ’ସିମ୍ବଲ ବଦଳାଇ ’ரூ ’ରଖିଲେ ଷ୍ଟାଲିନ୍

କଣ ବିବାଦ ?  ଜାତୀୟ ଶିକ୍ଷା ନୀତିରେ କେନ୍ଦ୍ର ସରକାର ତିନୋଟି ଭାଷା ପଢିବା ଲାଗି ବ୍ୟବଧାନ ରଖିଛନ୍ତି । ଏଥିରେ ସ୍ଥାନୀୟ ଭାଷା ବ୍ୟତୀତ ଇଂରାଜୀ ଓ ହିନ୍ଦୀ ପଢାଇବାକୁ ବ୍ୟବସ୍ଥା ରହିଛି । ତାମିଲନାଡୁର ଏମକେ ଷ୍ଟାଲିନଙ୍କ ନେତୃତ୍ବାଧୀନ ସରକାର ଏହାର ବିରୋଧ କରିଛି । ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଲଗାତାର ଏ ନେଇ ଟିପ୍ପଣୀ ଦେଇ ଆସୁଥିଲେ । ସଂସଦୀୟ ବଜେଟ୍ ଅଧିବେଶନରେ ମଧ୍ୟ ଏହାର ବିରୋଧ କରାଯାଇଥିଲା । ଏହାରି ଭିତରେ ବଜେଟରୁ '₹'କୁ ହଟାଇଦେବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

କହି ରଖୁଛୁ କି, ଦେଶରେ ‘ଟଙ୍କା’ର ଯେଉଁ ସିମ୍ବଲ ରହିଛି, ତା’ର ଡିଜାଇନ୍ ଉଦୟ କୁମାର ଧର୍ମଲିଙ୍ଗମ କରିଥିଲେ। ଆଉ ଆଶ୍ଚର୍ଯ୍ୟକର କଥା ହେଲା ସେ ତାମିଲନାଡୁର। ଉଦୟ ଡିଏମ୍‌କେ ବା ଷ୍ଟାଲିନ୍‌ଙ୍କ ଦଳର ବିଧାୟକ ରହିସାରିଥିବା ଏନ୍‌.ଧର୍ମଲିଙ୍ଗମଙ୍କ ପୁଅ। ଯିଏ କି ପେଶାରେ ଜଣେ ଶିକ୍ଷାବିତ୍ ଓ ଡିଜାଇନର। ତାଙ୍କ ଦ୍ବାରା ଡିଜାଇନ୍‌ ୫ଟି ସର୍ଟଲିଷ୍ଟେଡ୍ ସିମ୍ବଲ ଭିତକୁ ଗୋଟିଏ ଚୟନ ହୋଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.