ଗୁଜୁରାଟ, ୧୪।୨: ଗୁଜୁରାଟର ରାଜକୋଟରେ ଥିବା ଆସଲାଣ୍ଟିକ୍ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଯୋଗୁଁ ଏବେ ବି କୋଠାରେ ୩୦ ଜଣ ଲୋକ ଫସି ରହିଛନ୍ତି । ଅଗ୍ନିକାଣ୍ଡ ନେଇ ଖବର ପାଇବ ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ରାଜକୋଟରେ ଅଗ୍ନିକାଣ୍ଡ ଭଳି ଘଟଣା ସାମନାକୁ ଆସିଥିଲା । ଗତ ବର୍ଷ ଗେମିଜୋନ୍ରେ ନିଆଁ ଲାଗିବା ଫଳରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିଲା ।
ସୂଚନାନୁସାରେ, ରାଜକୋଟର ହାଇରାଇଜ ଆସଲାଣ୍ଟିକ୍ ବିଲ୍ଡିଂର ୬ ମହଲାରେ ଏହି ନିଆଁ ଲାଗିଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ବର୍ତ୍ତମାନ ବିଲ୍ଡିଂରେ ୩୦ ଜଣ ଫସିରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଆମ୍ୱୁଲାନ୍ସ ଜରିଆରେ ପାଖ ହସ୍ପିଟାଲକୁ ପଠାଯାଇଥିବା ବେଳେ ଆହତଙ୍କ ଚିକିତ୍ସା ଜାରି ରହିଛି । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।