ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ରଙ୍ଗର ପର୍ବରେ ରଙ୍ଗୀନ ହେଲା ଦେଶ, ଦେଶବାସୀଙ୍କୁ ଶୁଭକାମନା ଦେଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

Published By : Prameya | March 14, 2025 9:16 AM

ଭୁବନେଶ୍ଵର, ୧୪/୦୩ : ରଙ୍ଗ ବରଷେ ଭିଗେ ଚୂନର ବାଲି ରଙ୍ଗ ବରଷେ... ହର୍ଷ ଉଲ୍ଲାସର ସହ ସାରା ଦେଶରେ ଆରମ୍ଭ ହୋଇଗଲାଣି ହୋଲି ସେଲିବ୍ରେସନ୍। ଦିଲ୍ଲୀଠୁ ନେଇ ପଲ୍ଲୀ ସବୁଠି ଉତ୍ସବମୁଖର। ପରସ୍ପରଙ୍କୁ ଅବିର ଲଗାଇ ହୋଲି ଖେଳୁଛନ୍ତି ସମସ୍ତେ। ରଙ୍ଗର ପର୍ବରେ ରଙ୍ଗୀନ ହେଲା ଦେଶ। ଦେଶବାସୀଙ୍କୁ ହୋଲିର ଶୁଭକାମନା ଦେଲେ ରାଷ୍ଟ୍ରପତିଙ୍କ ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି।  

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡିଆ ଏକ୍ସରେ ଦେଶବାସୀଙ୍କୁ ହୋଲିର ଶୁଭକାମନା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, 'ରଙ୍ଗର ପର୍ବ ହୋଲିର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆନନ୍ଦର ଏହି ପର୍ବ ଏକତା, ପ୍ରେମ ଏବଂ ସଦ୍ଭାବନାର ବାର୍ତ୍ତା ଦିଏ। ଏହି ପର୍ବ ଭାରତର ମୂଲ୍ୟବାନ ସାଂସ୍କୃତିକ ଐତିହ୍ୟର ମଧ୍ୟ ପ୍ରତୀକ। ଏହି ପବିତ୍ର ଅବସରରେ, ଆସନ୍ତୁ ଆମେ ସମସ୍ତେ ଭାରତ ମାତାର ସମସ୍ତ ସନ୍ତାନଙ୍କ ଜୀବନରେ ନିରନ୍ତର ପ୍ରଗତି, ସମୃଦ୍ଧି ଏବଂ ଖୁସିର ରଙ୍ଗ ଆଣିବା ପାଇଁ ପ୍ରତିଜ୍ଞା କରିବା।'

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, 'ସମସ୍ତଙ୍କୁ ହୋଲିର ଶୁଭେଚ୍ଛା। ଆମର ଆଶା ଯେ ଆନନ୍ଦ ଏବଂ ଖୁସିରେ ପରିପୂର୍ଣ୍ଣ ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂତନ ଉତ୍ସାହ ଏବଂ ଶକ୍ତି ସଞ୍ଚାର କରୁ ଏବଂ ଦେଶବାସୀଙ୍କ ମଧ୍ୟରେ ଏକତାର ରଙ୍ଗକୁ ଆହୁରି ଘନିଷ୍ଠ କରୁ।'

ଏହି କ୍ରମରେ ଉତ୍ତର ପ୍ରଦେଶରେ ହର୍ଷ ଉଲ୍ଲାସର ସହ ହୋଲି ପାଳନ ହୋଇଛି। ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ରଙ୍ଗର ବର୍ଷା ହୋଇଛି। ମଥୁରାର ଦ୍ୱାରକାଧୀଶ ମନ୍ଦିରରେ ମଧ୍ୟ ଖୁବ୍ ଆଡ଼ମ୍ଵରରେ ହୋଲି ପାଳନ କରାଯାଇଛି। ଶ୍ରୀକୃଷ୍ଣଙ୍କ ପ୍ରେମ ରଙ୍ଗରେ ଭକ୍ତମାନେ ଭିଜିଛନ୍ତି। ମନ୍ଦିରରେ ଅବିର, ଗୁଲାଲ ଏବଂ କେସର ସହିତ ହୋଲି ଖେଳାଯାଇଛି। ସାରା ଦେଶରୁ ହଜାର ହଜାର ଭକ୍ତ ଏହି ଅନନ୍ୟ ହୋଲିର ସାକ୍ଷୀ ହୋଇଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରାକୁ ନେଇ ବଡ଼ ଖବର , ଗ୍ରୀନକାର୍ଡ ବିନା ଏହି ଗାଡ଼ି ଗୁଡ଼ିକୁ ମିଳିବନି ଏଣ୍ଟ୍ରି


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.