ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ମିଛ କହୁଛି ପାକିସ୍ତାନ ? ବିଏଲଏ ଆର୍ମି ମାରିଛି ୫୦ ଯବାନ, ଏବେ ବି ଅଛନ୍ତି ଯାତ୍ରୀ: ପ୍ରତକ୍ଷଦର୍ଶୀଙ୍କ ବୟାନ

Published By : Prameya | March 13, 2025 2:40 PM

ନୂଆଦିଲ୍ଲୀ,୧୩।୩: ପାକିସ୍ତାନ ସେନା ବଲୁଚିସ୍ତାନରେ ହାଇଜାକ୍ ହୋଇଥିବା ଜାପର ଏକ୍ସପ୍ରେସରୁ ସମସ୍ତ ବନ୍ଧକକୁ ମୁକ୍ତ କରିଛି। ସେନା ପକ୍ଷରୁ କୁହାଯାଇଛି, ବନ୍ଧକଙ୍କୁ ମୁକ୍ତ କରାଯିବା ପରେ ରେସକ୍ୟୁ ଅପରେସନ୍ ଶେଷ ହୋଇଛି। କିନ୍ତୁ ବିଏଲଏର ଦାବି କିଛି ସମ୍ପୂର୍ଣ୍ଣ ଭିନ୍ନ। ସେ କହିଛି ଏ‌ବେ ବି ତା ପାଖରେ ୧୫୦ରୁ ଅଧିକ ବନ୍ଧକ ରହିଛନ୍ତି। ଏହା ଭିତରେ ପଞ୍ଜାବର ଜଣେ ସୈନିକ ପାକିସ୍ତାନ ସେନାକୁ ନେଇ କରିଛନ୍ତି ବଡ଼ ଖୁଲାସା। ସେ କହିଛନ୍ତି ଜାଫର ଏକ୍ସପ୍ରେସ୍‌ ହାଇଜାକ୍ ମାମଲାରେ ମିଛ କହୁଛି ପାକିସ୍ତାନ। ସବୁ ଯାତ୍ରୀ ବିଏଲଏ ବିଦ୍ରୋହୀଙ୍କ କବଳରୁ ଏବେ ବି ମୁକୁଳି ନାହାନ୍ତି। ବିଏଲଏ ସେନା ୫୦ ରୁ ୬୦ ପାକ୍ ସୈନିକଙ୍କୁ ମାରିଦେଇଛି। 

‘ଦ ବୋଲାନ୍ ନ୍ୟୁଜ’ ସୋସିଆଲ ମିଡିଆରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଭିଡିଓ ସେୟାର କରିଛି। ଭିଡିଓରେ ବ୍ୟକ୍ତି ଜଣକ କହୁଛନ୍ତି, ବିଏଲଏର ଆର୍ମି ୫୦ ରୁ ୬୦ ବନ୍ଧକଙ୍କ ହତ୍ୟା କରିଛି।  ସେପଟେ ପାକିସ୍ତାନ ସେନା ଦାବି କରୁଛି ୨୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଅପରେସନ୍‌ରେ ବିଏଲଏ ଆର୍ମିର ସମସ୍ତ ୩୩ ବିଦ୍ରୋହୀ ନିହତ ହୋଇଛନ୍ତି।  ତା ସହ ବନ୍ଧକଙ୍କୁ ମୁକ୍ତ କରି ଦିଆଯାଇଛି।   

ପାକିସ୍ତାନ ସେନା ମୁଖପାତ୍ର ଅହମ୍ମଦ ଶରିଫ୍ ଚୌଧୁରୀ କହିଥିଲେ, ଆମେ ମହିଳା ଓ ଶିଶୁଙ୍କ ସହୁ ବହୁ ସଂଖ୍ୟାରେ ବନ୍ଧକଙ୍କୁ ମୁକ୍ତ କରିଛୁ। ୨୧୨ ଯାତ୍ରୀଙ୍କୁ ବିଏଲଏ କବଳରୁ ଉଦ୍ଧାର କରାଯାଇଛି। ଏହି ଅପରେସନ୍‌ରେ ୨୧ ବନ୍ଧକଙ୍କ ମୃତ୍ୟୁ ହୋଇଛି ଓ ସମସ୍ତ ୩୩ ବିଏଲଏ ଆର୍ମି ନିହତ ହୋଇଛନ୍ତି। ରିପୋର୍ଟ ଅନୁସାରେ  ଟ୍ରେନ୍‌ରେ ମୋଟ ୪୪୦ ଯାତ୍ରୀ ଥିଲେ। ତାଙ୍କ ଭିତରୁ ୨୧ ଜଣଙ୍କୁ ବିଏଲଏ ଆର୍ମୀ ହତ୍ୟା କରିଥିଲା। ତାଙ୍କ ଭିତରେ ୪ ଜଣ ଯବାନ ମଧ୍ୟ ରହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.