ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ସାରା ଦେଶରେ ହୋଲିର ଧୁମ୍: ଲକ୍ଷେ ଟଙ୍କିଆ ରୁପାର ପିଚ୍‌କାରୀ ହେଉଛି ଖୁବ୍ ଭାଇରାଲ, ସୋସିଆଲ ମିଡିଆରେ ୟୁଜର ଦେଲେ ଏଭଳି ରିଆକ୍ସନ

Published By : Prameya | March 13, 2025 8:03 PM

ଲକ୍ଷ୍ନୌ,୧୩।୩: ସାରା ଦେଶରେ ରହିଛି ହୋଲିର ଧୁମ୍। କେବଳ ଭାରତ ନୁହେଁ ଦୁନିଆରେ ଯେଉଁଠି ଭାରତୀୟମାନେ ରହିଛନ୍ତି ସେଠାରେ ଏହି ପର୍ବର ପାଳନ କରନ୍ତି। ହୋଲି କେବଳ ରଙ୍ଗର ନୁହେଁ, ଅଦ୍ଭୁତ ପରମ୍ପରା ଓ ନୂତନ ପ୍ରୟୋଗର ମଧ୍ୟ ପର୍ବ। ହୋଲିରେ ରଙ୍ଗ ଓ ପିଚ୍‌କାରୀର ସ୍ବତନ୍ତ୍ରତା ରହିଛି। ଏହା ବିନା ହୋଲି ଲାଗେ ଅଧୁରା। ମାର୍କେଟକୁ ବିଭିନ୍ନ ପ୍ରକାର ପିଚକାରୀ ଆସୁଛି। ତା ଭିତରେ କିଛି କଷ୍ଟମାଇଜଡ୍ ପିଚ୍‌କାରୀ ରହିଛି। ହେଲେ ଲକ୍ଷ୍ନୌର ଲକ୍ଷେ ଟଙ୍କିଆ ପିଚ୍‌କାରୀ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ସବୁଠାରୁ ବଡ଼ କଥା ହେଲ ଏହି ପିଚ୍‌କାରୀ ରୁପାରେ ତିଆରି ହୋଇଛି। ଏହାକୁ ତିଆରି କରିଛନ୍ତି ଜଣେ ସୁନା ବ୍ୟବସାୟୀ।

ଏହି ପିଚ୍‌କାରୀରେ ରହିଛି ଫୁଲ ଓ ରଙ୍ଗର ଡିଜାଇନ୍ । ଦାମ୍ ବିଷୟରେ ଯଦି କଥା ହେବା ତାହେଲେ ଏହା ୧ ଲକ୍ଷ ଟଙ୍କା ରହିଛି। ପିଚ୍‌କାରୀରେ ରଙ୍ଗ ଭରିବା ପାଇଁ ଏକ ଛୋଟିଆ ବାଲ୍‌ଟି ମଧ୍ୟ ରହିଛି।  ଭାଇରାଲ ପିଚକାରୀର ଭିଡିଓ ‘ଡିଡି ନ୍ୟୁଜ୍’ ନିଜର ଅଫିସିଆଲ ଏକ୍ସ ହାଣ୍ଡେଲରେ ସେୟାର କରିଛି। ସୋସିଆଲ ମିଡିଆରେ ଏହି ଲକ୍ଷେ ଟଙ୍କିଆ ପିଚ୍‌କାରୀ ଫଟୋ ଭିଡିଓ ଭାଇରାଲ ପରେ ଲୋକଙ୍କର ବିଭିନ୍ନ ପ୍ରକାର ମଜାଳିଆ ରିଆକ୍ସନ ଆସିଛି। ଲୋକେ କହୁଛନ୍ତି, ଏହି ପିଚ୍‌କାରୀରୁ ରଙ୍ଗ ନୁହେଁ ଟଙ୍କା ବାହାରିବା ଦରକାର। ଆଉ କେହି କେହି ଲେଖିଛନ୍ତି, ଏତେ ଦାମୀ ପିଚ୍‌କାରୀ କିଣିଦେଲି, ଏବେ ରଙ୍ଗ କିଣିବାକୁ ଟଙ୍କା ନାହିଁ।

ଏହା ପୂର୍ବରୁ ଲକ୍ଷ୍ନୌର ସୁନାର ଗୁଜିଆ ଖୁବ୍ ଚର୍ଚ୍ଚାରେ ରହିଥିଲା। ଯାହାର ଦାମ୍ ଥିଲା କେଜି ପ୍ରତି ୫୬ ହଜାର ଟଙ୍କା। କାରିଗରମାନେ ଏହାକୁ ସ୍ବତନ୍ତ୍ର ଭାବରେ ତିଆରି କରିଛନ୍ତି। ଏଥିରେ ପକାଯାଇଥିବା ଡ୍ରାଇ ଫ୍ରୁଟସ୍ ଅଫଗାନିସ୍ତାନ ଓ ଇରାନ ଭଳି ଦେଶରୁ ଆମଦାନୀ ହୋଇଛି। ଏହି ଗୁଜିଆର ପ୍ୟାକିଂ ମଧ୍ୟ ଖବ୍ ସ୍ବତନ୍ତ୍ର ଭାବରେ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.