ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

Ranya Rao: ସୁନା ଚୋରାକାରବାର ମାମଲାର ବଡ ଖୁଲାସା; ରାନ୍ୟାଙ୍କୁ ସୁରକ୍ଷା ପ୍ରଦାନ କରିଥିବା ପୋଲିସ ଦେଲା ବିସ୍ପୋରକ ବୟାନ...

Published By : Bijay Swain | March 13, 2025 4:51 PM

Image courtesy: indiatoday

ନୂଆଦିଲ୍ଲୀ: ସୁନା ଚୋରା କାରବାରରେ ଫସିଥିବା ଦକ୍ଷୀଣି ଅଭିନେତ୍ରୀ ରାନ୍ୟା ରାଓଙ୍କୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ। ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ରାନ୍ୟାଙ୍କୁ ବିମାନ ବନ୍ଦରରେ ବିନା ଚେକିଂରେ ଭିତରକୁ ଯିବାକୁ ସାହାଯ୍ୟ କରୁଥିବା ପ୍ରୋଟୋକଲ ଅଫିସରଙ୍କୁ ଏଥିରେ ସାମିଲ ଥିବା ଅନୁମାନ କରି ଗିରଫ କରାଯାଇଥିଲା। ତେବେ ଏ ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯିବା ସମୟରେ ରାନ୍ୟାଙ୍କ ପିତା ତଥା କର୍ଣ୍ଣାଟକର ଡିଜିପି ରାମଚନ୍ଦ୍ର ରାଓ ତାଙ୍କୁ ଏପରି କରିବାକୁ ଆଦେଶ ଦେଇଥିଲେ ବୋଲି ସେ କହିଛନ୍ତି। 

ପ୍ରୋଟୋକଲ ଅଫିସରଙ୍କ ନାମ ବାସଭରାଜ ହୋଇଥିବା ବେଳେ, ସେ କେମ୍ପେଗୌଡା ଏୟାର ପୋର୍ଟ ପୋଲିସ ଅଫିସରେ କନେଷ୍ଟବଲ ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ରାନ୍ୟାଙ୍କୁ ଯିବା ଆସିବା ସମୟରେ ତାଙ୍କୁ ରାମଚନ୍ଦ୍ର ରାଓ ତାଙ୍କ ସୁବିଧା ଜନକ ଜା-ଆସ ପାଇଁ ସିଧାସଳଖ  ଆଦେଶ ପ୍ରଦାନ କରିଥାନ୍ତି ବୋଲି ସେ କହିଛନ୍ତି। ଖାଲି ଏତିକି ନୁହେଁ, ତାଙ୍କ ଉପରିସ୍ଥ ଅଧିକାରୀମାନେ ମଧ୍ୟ ରାନ୍ୟାଙ୍କୁ ଯିବା ବେଳେ ଓ ଆସିବା ବେଳେ ସହଯୋଗ କରିବା ପାଇଁ ଆଦେଶ ଦେଇଥାନ୍ତି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। 

ଘଟଣାଦିନ ସମ୍ପର୍କରେ ସୂଚନା ଦେଇ ବାସଭରାଜ କହିଛନ୍ତି ଯେ ରାନ୍ୟା ଯେଉଁଦିନ ଆରେଷ୍ଟ ହୋଇଥିଲେ ସେଦିନ ପାଖାପାଖି ୬ଟା ୨୦ମିନିଟ ସମୟରେ ମତେ ଫୋନ କରି ଏୟାରପୋର୍ଟକୁ ଡାକିଥିଲେ। ରାନ୍ୟା ଫୋନରେ କହିଥିଲେ ଯେ ମୁଁ ବହୁ ଜଲଦି ଦୁବାଇରୁ ଫେରି ଏୟାରପୋର୍ଟରେ ଓହ୍ଲାଇବାକୁ ଯାଉଛି। ତେଣୁ ତୁମେ ତୁରନ୍ତ ମତେ ପ୍ରୋଟୋକଲ ଆସିଷ୍ଟାନ୍ସ ଦେବାକୁ ଏୟାରପୋର୍ଟରେ ପହଞ୍ଚ। ଏହାପରେ ବାସଭରାଜ ରାନ୍ୟାଙ୍କୁ ବିମାନବନ୍ଦରରୁ ଆଣି ତାଙ୍କ ଗାଡି ନିକଟରେ ଛାଡିଥିଲେ। ତେବେ ସେ ଏୟାର ପୋର୍ଟ ଛାଡିବାର କିଛି ସମୟ ମଧ୍ୟରେ ତାଙ୍କୁ ରାଜସ୍ୱ ଗୁପ୍ତଚର ଅଧିକାରୀ(ଡିଆରଆଇ) ନିଜହେପାଜତକୁ ନେଇଥିଲେ ବୋଲି ବାସଭରାଜ ପୋଲିସକୁ ସୂଚନା ପ୍ରଦାନ କରିଛନ୍ତି। 

ମାର୍ଚ୍ଚ ୪ ତାରିଖରେ, ରଣ୍ୟା ରାଓଙ୍କ ଗିରଫଦାରୀ ପରେ ତାଙ୍କୁ ଡିଆରଆଇ ଅଧିକାରୀମାନେ ବାସଭରାଜଙ୍କୁ ପଚରାଉଚରା କରିବା ପାଇଁ ସମନ ଜାରି କରିଥିଲେ। କୋର୍ଟରେ ଦାଖଲ ହୋଇଥିବା ରିମାଣ୍ଡ ଆବେଦନରେ ତାଙ୍କ ବୟାନ ସାମିଲ କରାଯାଇଥିଲା। ପଚରାଉଚରା ସମୟରେ, ବାସଭରାଜ ସୁନା ଚୋରା ଚାଲାଣରେ କୌଣସି ସମ୍ପୃକ୍ତି କିମ୍ବା ଏ ସମ୍ୱଦ୍ଧରେ କିଛି ଜାଣିଥିବା ନେଇ ଅସ୍ୱୀକାର କରିଥିଲେ। ସେ ଜୋର ଦେଇ କହିଥିଲେ ଯେ ରଣ୍ୟା ରାଓଙ୍କ ସହିତ ତାଙ୍କର ଯୋଗାଯୋଗ ତାଙ୍କ ଉପରିସ୍ଥ ଅଧିକାରୀମାନଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରୋଟୋକଲ୍ ଦାୟିତ୍ୱ ପର୍ଯ୍ୟନ୍ତ ହିଁ ସୀମିତ ଥିଲା।

ପଚରା ଉଚରା ସମୟରେ ସେ ବିଗତ କିଛି ବର୍ଷ ହେବ ବାସଭରାଜ ରାନ୍ୟାଙ୍କୁ ଜାଣିଥିବା ନେଇ ପ୍ରକାଶ କରିଛନ୍ତି। ସେ ତାଙ୍କୁ ଏୟାରପୋର୍ଟରୁ ନବା ଆଣିବା କରିବା ଛଡା ଆଉ କିଛି ଜାଣି ନାହାନ୍ତି ବୋଲି ସ୍ୱୂୀକାର କରିଛନ୍ତି। ତେବ ସେ ଆଜିଯାଏ ରାନ୍ୟାଙ୍କ ପ୍ରୋଟୋକଲ ଅଫିସର ଭାବେ କାର୍ଯ୍ୟ କରିଥିବା କଥା କହିଚନ୍ତି। ତେବେ ସେ କେବେ ତାଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ ତାଙ୍କର ମନେପଡୁନାହିଁ ବୋଲି ବାସଭରାଜ ଡିଆରଆଇ ଅଧିକାରୀଙ୍କୁ କହିଛନ୍ତି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.