ଫିରିଙ୍ଗିଆ ,୧୩/୦୩: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଗୋଛାପଡା ଥାନା ବାଉତି ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି ।
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗୋଛାପଡା ଥାନା ବାଉତି ମନ୍ଦିର ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଗୁରୁବାର ଦିନ ଗୋଟାଏ ସମୟରେ ଏହି ଦୁର୍ଘଟଣା ହୋଇଥିବା ନେଇ ସୁଚନା ମିଳିଛି । କିଛି ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ଗୋଛାପଡା ମେଡିକାଲ ନେଇଥିଲେ । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣିକୁ ସ୍ଥାନାନ୍ତରିତ କରାଯାଇଛି ।
ଗୁରୁତର ଯୁବକ ମାନେ ହେଲେ ନିଳାମ୍ବର ରଣା ଏବଂ ତାଙ୍କର ସ୍ତ୍ରୀ ସୁଭଦ୍ରା ରଣା । ଦୁର୍ଘଟଣାରେ ଦୁହିଁଙ୍କର ମୁହଁରେ ଆଘାତ ଲାଗିଛି । ଦୁଇବର୍ଷର ଶିଶୁ ଗୁରୁତର ଆହତ ହୋଇଛନ୍ତି । କାମ ସାରି ଗୋଛାପଡାରୁ ନିଜ୍ ଗାଁ ପାହିରାଜୁ ଯାଉଥିଲେ । ଗୋଛପଡା ପଞ୍ଚାୟତର ବନ୍ଦୁଲି ଗ୍ରାମରୁ ଗୋଛାପଡା ଯାଉଥିଲେ । ବାଉତି ମନ୍ଦିର ପାର୍ଶ୍ୱରେ ତାଙ୍କ ବାଇକ୍ ସହ ସାମ୍ନାସାମ୍ନି ଆଉ ଏକ ବାଇକ୍ ଦୁର୍ଘଟଣା ହୋଇଥିଲା ।