ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଅସ୍ଥାୟୀ ମଣ୍ଡପ ନିକଟରେ ସ୍ଥାପନ ହେଲା ଶୁଭଖଣ୍ଟି: ଏପ୍ରିଲ ୩ରୁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା, ୨୮ରେ ଶେଷ

Published By : Prameya | March 13, 2025 7:39 AM

ବ୍ରହ୍ମପୁର,୧୩/୦୩: ଆଜି ରାତିରେ ମା’ ବୁଢ଼ୀ ଠାକୁରାଣୀ ଦ୍ୱିବାର୍ଷିକ ଯାତ୍ରା ଶୁଭଖୁଣ୍ଟି  ସ୍ଥାପନ ହୋଇଛି । ଶୁଭଖୁଣ୍ଟି ପ୍ରତିଷ୍ଠା ନିମନ୍ତେ ଦେଶୀବେହେରାଙ୍କ କୁଳ ସିଦ୍ଧାନ୍ତୀ ଭି.ବାସୁଦେବ  ଶାସ୍ତ୍ରୀଙ୍କ ପାଞ୍ଜି ନିର୍ଣ୍ଣୟ ପ୍ରକାରେ ଦିନ ଧାର୍ଯ୍ୟ  କରାଯାଇଥିଲା । ଦେଶୀବେହେରା ଆଗାସାହି ପୃଷ୍ଟି ବଂଶ ବାସଭବନରେ ଆସି ଶୁଭଖୁଣ୍ଟି ଆଣିବା ନିମନ୍ତେ ନିମନ୍ତ୍ରଣ କରିଥିଲେ । ଦେଶୀବେହେରାଙ୍କ ଘର ସମ୍ମୁଖରୁ ବିରାଟ ପଟୁଆରରେ ମନ୍ଦିର ଯାଇ ସେଠାରୁ ଆଜ୍ଞାମାଳ ମିଳିବା ପରେ ଶୁଭଖୁଣ୍ଟି ଆଣି  ଅସ୍ଥାୟୀ ମଣ୍ଡପ ନିକଟରେ ସ୍ଥାପନ ହୋଇଛି ।  ନୀଳମଣି ପୃଷ୍ଟିଙ୍କ ଦେହ ଅସୁସ୍ଥ ରହିଥିବା ବେଳେ ତାଙ୍କ ଏକମାତ୍ର ପୁଅଙ୍କ ମୁତ୍ୟୁ ଘଟିଛି । ନିମନ୍ତ୍ରଣ ପ୍ରକାରେ ପୃଷ୍ଟି ବଂଶର ଆଦେଶକ୍ରମେ ତାଙ୍କ ଜ୍ୱାଇଁ  ଘର ପକ୍ଷରୁ ସମ୍ପର୍କୀୟ ପୁତୁରା ସୁଧୀର ନାହାକ ଶୁଭଖୁଣ୍ଟି ଆଣିଥିଲେ । ଶାନ୍ତିଶୃଙ୍ଖଳା ପାଇଁ ପୁଲିସ  ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।  

ଠାକୁରାଣୀ ଯାତ୍ରାର ପରମ୍ପରା ଠାରୁ  ଆରମ୍ଭ ହୋଇଛି । ସକାଳୁ ଦେଶୀବେହେରା ମାଆଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସକାଳେ ଦେଶୀବେହେରାଙ୍କ ନିର୍ଦ୍ଦେଶକ୍ରମେ ପୁରୁଣା ବ୍ରହ୍ମପୁରର ସିମାଦ୍ରୀ ଘଡ଼େଇଙ୍କ ପରିବାରକୁ  ଡକରା ହୋଇଥିଲା । ସିମାଦ୍ରୀଙ୍କ ପୁଅ କୈଳାସ ଘଡ଼େଇ ଚାଙ୍ଗୁ ବାଦ୍ୟ ନେଇ ଦେଶୀବେହେରାଙ୍କ  ଘରକୁ ଆସିଥିଲେ । ଦେଶୀବେହେରାଙ୍କ ଆଦେଶ  ନେଇ ସହରବାସୀଙ୍କୁ ଶୁଭଖୁଣ୍ଟି ସ୍ଥାପନ ନିମନ୍ତ୍ରଣ ଦେବାକୁ ବାହାରିଥିଲେ କୈଳାସ । ଚାଙ୍ଗୁ ବାଦ୍ୟ  ସାଙ୍ଗକୁ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଓ ଯାତ୍ରା  ତାରିଖ ଘୋଷଣା ବୈଠକରେ ଯୋଗ ଦେବାକୁ  ରାତ୍ର ୯.୩୦ରେ ଉପସ୍ଥିତ ରହିବାକୁ କହିଥିଲେ ।  ରାତ୍ର ୯ଟାରେ ଶୁଭଖୁଣ୍ଟି ଆଣିବାକୁ ସୁଧୀରଙ୍କ  ପରିବାରକୁ ଦେଶୀବେହାରଙ୍କ ପକ୍ଷରୁ ଡାକରା  ଯାଇଥିଲା । ପୂର୍ବରୁ ପୂଜାର୍ଚ୍ଚନା କରି ରଖିଥିବା  ଶୁଭଖୁଣ୍ଟିକୁ ନେଇ ରାତି ପ୍ରାୟ ୯ଟା ୩୦ରେ  ଦେଶୀବହେରାଙ୍କ ଗୃହ ନିକଟକୁ ନିଆଯାଇଥିଲା ।  ସେଠରେ ଯାତ୍ରା ପାଳନ ତାରିଖ ସିଦ୍ଧାନ୍ତି ନିର୍ଦ୍ଧାରଣ  କରିଥିଲେ । ଦୁର୍ଗା ପ୍ରସାଦ ଦେଶୀବେହେରା  ପ୍ରମୁଖଙ୍କ ସହ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।  ପୁରୋହିତ ଭି.ବାସୁଦେବ ଶାସ୍ତ୍ରୀ ପୂଜା ପାଠ କରି  ମା’ଙ୍କ ଆମନ୍ତ୍ରଣ ତାରିଖ ଘୋଷଣା କରିଥିଲେ ।  ଏହା ପରେ ମା’ଙ୍କ ଯାତ୍ରା ତାରିଖ ବିଧିବଦ୍ଧ  ଭାବେ ଘୋଷଣା କରାଯାଇଥିଲା । ସେଠାରୁ  ସହରବାସୀ ବିରାଟ ପଟୁଆରେ ଶୁଭଖୁଣ୍ଟିକୁ ନେଇ  ମା’ଠାକୁରାଣୀଙ୍କ ମନ୍ଦିରକୁ ଯାଇଥିଲେ । 

ଏପ୍ରିଲ୍‌  ୩ରୁ ଆରମ୍ଭ ହୋଇ ୨୮ରେ ଶେଷ ହେବ । ମା’ଙ୍କ  ଯାତ୍ରା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।  ବୈଠକରେ ବ୍ରହ୍ମପୁର ବିଧାୟକ କେ.ଅନୀଲ୍‌  କୁମାର, ପୂର୍ବତନ ସାଂସଦ ଚନ୍ଦ୍ରଶେଖର  ସାହୁ, ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର  ଚ୍ୟାଉପଟନାୟକ ଓ ବିକ୍ରମ କୁମାର ପଣ୍ଡା, ଡେପୁଟି  ମେୟର ଇ.ବିବେକ ରେଡ୍ଡୀ, ବିଜେଡି ନେତା  ସୁବାସ ମହାରଣା, ବିଜେପି ଜିଲ୍ଲା ସଭାପତି ସରୋଜ  ସାବତ, କଂଗ୍ରେସ ନେତା ଦୀପକ ପଟ୍ଟନାୟକ,  ସ୍ଥାନୀୟ କର୍ପୋରେଟର୍‌ ଟି.କିଶୋର ପାତ୍ର ସମେତ  ଅଞ୍ଚଳର ନେତୃବୃନ୍ଦ ଉପସ୍ଥିତ ଥିଲେ । ସୁରକ୍ଷାକୁ  ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ  ପ୍ରସ୍ତୁତି ହାତକୁ ନିଆଯାଇଥିଲା । ବଡ଼ବଜାର ଥାନାର  ସମସ୍ତ କର୍ମଚାରୀଙ୍କ ସହ ଗୋଟିଏ ପ୍ଲାଟୁନ୍‌ ଫୋର୍ସ  ନିୟୋଜିତ ରହିଥିବା ଟାଉନ୍‌ ଏସଡିପିଓ ପ୍ରିୟଷ  ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.