ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆରିଅସୋମା ବଂଶର ଏକ ନୂତନ କୋଚିଆ ପ୍ରଜାତି ମାଛ ଆବିଷ୍କାର

Published By : Anindita Ratha | March 13, 2025 9:11 AM

ଭୁବନେଶ୍ବର,୧୩/୦୩:  ଭାରତୀୟ ପ୍ରାଣୀ ସର୍ଭେକ୍ଷଣ କେନ୍ଦ୍ର (ZSI) ଏବଂ ନ୍ୟାସନେଲ ବ୍ୟୁରୋ ଅଫ ଫିସ ଜେନେଟିକ ରିସୋରସେସ (NBFGR) ର ମିଳିତ ସହଯୋଗରେ ନୂତନ ମାଛ ଆରିଅସୋମା ତାମିଲିକମ ଆବିଷ୍କୃତ। ଆରିଅସୋମା ବଂଶର ଏକ ନୂତନ କୋଚିଆ ପ୍ରଜାତି ତାମିଲନାଡୁ ଉପକୂଳରୁ ଆବିଷ୍କାର କରାଯାଇଛି  । ଏନେଇ ବୈଜ୍ଞାନିକ ଡ଼. ଅନିଲ ମହାପାତ୍ର କହିଛନ୍ତି ଯେ, ଏହି ନୂତନ ମାଛ ର ନାମ “ଆରିଅସୋମା ତାମିଲିକମ” ନାମ ରଖାଯାଇଛି। ଏହା ତାମିଲନାଡୁ ଉପକୂଳରୁ ମିଳିଥିଲା। ଭାରତୀୟ ଜଳରେ ଆରିଓସୋମା ଡୋଲିକୋପ୍ଟରମ୍ ର ପରିଚୟ ସଂଶୋଧିତ ହୋଇଛି ।

ପୂର୍ବରୁ ଭାରତରୁ ମିଳିଥିବା ଆରିଓସୋମା ଡୋଲିକୋପ୍ଟରମ୍ ହେଉଛି ଏହି ନୂତନ ପ୍ରଜାତି ଆରିଓସୋମା ତାମିଲିକମ୍। ଆରିଓସୋମା ତାମିଲିକମ୍ ତାଇୱାନ ଜଳରୁ ଆରିଓସୋମା ଇମ୍ମାଏ ସହିତ  ଜଡିତ । କିନ୍ତୁ ମାଇଟୋକଣ୍ଡ୍ରିଆଲ୍ CO1 ଜିନ୍ କ୍ରମରେ ୧୩.୪% ଜେନେଟିକ୍ ଭିନ୍ନତା ପ୍ରଦର୍ଶନ କରେ । ଶରୀର ପ୍ରାୟ ଦୁଇ ରଙ୍ଗ, ଉପର ପଟ ମାଟିଆ କଳା ଏବଂ ତଳ ପାର୍ଶ୍ୱ ଟିକେ ଫିକା। ଆଖିର ମାର୍ଜିନରେ ଏକକ ଧଳା ବ୍ୟାଣ୍ଡ ରହିଛି। ପେକ୍ଟାରାଲ୍ ଫିନ ସ୍ୱଚ୍ଛ ।ଏହାର ଶରୀରରେ ବହୁ ଛୋଟ ଛୋଟ କଳା ବିନ୍ଦୁ ଦାଗ ରହିଛି । ଏହାର ମେରୁଦଣ୍ଡ ସଂଖ୍ୟା ୬–୮ / ୪୬-୪୭ / ୧୧୬-୧୨୧। ଏହି ମାଛ ର ମଧ୍ୟ DNA ପରୀକ୍ଷା NBFGR ରେ କରା ଯାଇଥିଲା । ଏହି ମାଛର ଗବେଷଣାରେ ମିଳିତ ଭାବେ ବୈଜ୍ଞାନିକ ଅନିଲ ମହାପାତ୍ର, ବୈଜ୍ଞାନିକ ଥିପ୍ରାମାଲାଇ ଥାଙ୍ଗାପ୍ପାନ ପିଲାଇ ଅଜିତ କୁମାର, ପରମସିଭମ୍ କୋଡେଶ୍ୱରନ୍,  ଏବଂ ସ୍ମୃତିରେଖା ଆଚାର୍ଯ୍ୟ କାମ କରିଥିଲେ । ତେବେ ଏହାର ମର୍ଫୋଲୋଜି ଏବଂ ମଲିକୁଲାର ଉପରେ ଆଧାରିତ ସବିଶେଷ ବିବରଣୀ ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପତ୍ରିକା ଜୁ ଟାକ୍ସାରେ ପ୍ରକାଶ ପାଇଛି । 















Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.