ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ନୂଆ ଡ୍ରାଫ୍ଟ ଆଇଟି ନୀତି ଜାରି,ରାଜ୍ୟ ପାଲଟିବ ଆଇଟି ପାୱାର ହାଉସ୍

Published By : Anindita Ratha | March 13, 2025 8:30 AM

ଭୁବନେଶ୍ୱର,୧୩/୦୩: ୨୦୩୬ ସୁଦ୍ଧା ରାଜ୍ୟକୁ ଆଇଟି ଏବଂ ଇଲେକ୍‌ଟ୍ରୋନିକ୍ସ କ୍ଷେତ୍ରରେ ଏକ ପାୱାର ହାଉସ ବନାଇବା ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ଏ ନେଇ ନୂଆ ଆଇଟି ନୀତି ଲାଗୁ କରିବ । ଏହାର ଡ୍ରାଫ୍ଟ ଏବେ ଜାରି କରାଯାଇଛି । ଜନସାଧାରଣ ଏବଂ ଅଂଶୀଦାରମାନେ ଏହା ଉପରେ ନିଜର ମତ ରଖିବାକୁ ନିବେଦନ କରାଯାଇଛି । ବିଶ୍ୱସ୍ତରୀୟ ଭିତ୍ତିଭୂମି ଦ୍ୱାରା ରାଜ୍ୟକୁ ନୂଆ ନିବେଶ ଆକୃଷ୍ଟ କରିବା ଉପରେ ଏହି ନୀତିରେ ଫୋକସ କରାଯାଇଛି । 

ଡ୍ରାଫ୍ଟ ମୁତାବକ, ଆଇଟି କମ୍ପାନିଗୁଡ଼ିକ ସ୍ଥାନୀୟ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ କର୍ମଚାରୀ ରାଜ୍ୟ ବୀମା (ଇଏସ୍‌ଆଇ) ଏବଂ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଯୋଗଦାନ ପାଇଁ ୧୦୦% ଅର୍ଥ ପ୍ରଦାନ କରିବେ ରାଜ୍ୟ ସରକାର । ଯୋଗ୍ୟ ଆଇଟି କମ୍ପାନିଗୁଡ଼ିକ ଏହି ସୁବିଧା ୫ ବର୍ଷ ଲାଗି ଲାଭ କରିବେ । ଆଇଟି ପାର୍କ ସ୍ଥାପନା କ୍ଷେତ୍ରରେ ପ୍ରଥମ ଟ୍ରାଞ୍ଜାକସନ କ୍ଷେତ୍ରରେ ୧୦୦% ଷ୍ଟାମ୍ପ ଡ୍ୟୁଟି ଏବଂ ଦ୍ୱିତୀୟ ଟ୍ରାଞ୍ଜାକସନରେ ୫୦% ଷ୍ଟାମ୍ପ ଡ୍ୟୁଟି ଛାଡ଼ କରିବାକୁ ଏହି ଡ୍ରାଫ୍ଟ ନୀତିରେ ପ୍ରସ୍ତାବ ଦିଆଯାଇଛି । ସେହିଭଳି ବିଜୁଳି ବିଲ୍‌ କ୍ଷେତ୍ରରେ ଆଇଟି ୟୁନିଟ୍‌, ଟାୱାର ଏବଂ ପାର୍କଗୁଡ଼ିକ କାର୍ଯ୍ୟାରମ୍ଭ କରିବା ସମୟଠାରୁ ୫ ବର୍ଷ ଲାଗି ୧୦୦% ଛାଡ଼ ସୁବିଧା ମିଳିବ । ଶିଳ୍ପ ଲାଗି ଉପଲବ୍ଧ ଥିବା ଟାରିଫ ଏହି କମ୍ପାନିଗୁଡ଼ିକ ଲାଗି ଲାଗୁ ହେବ । 

ସେହିଭଳି ରାଜ୍ୟ ଜିଏସ୍‌ଟି କ୍ଷେତ୍ରରେ ନିର୍ଦ୍ଧିଷ୍ଟ ସମୟ ଲାଗି ଛାଡ଼ ସୁବିଧା ଦିଆଯିବ । ୧୦୦ କୋଟି ଯାଏ ନିବେଶ କ୍ଷେତ୍ରର ସ୍ଥାୟୀ ପୁଞ୍ଜିର ୩୦% ଫେରସ୍ତ ମିଳିବ । ୧୦୦ରୁ ୨୦୦ କୋଟି ଯାଏ ଏହା ୨୫% ଏବଂ ୨୫୦ କୋଟିରୁ ଉଦ୍ଧ୍ୱର୍ ନିବେଶରେ ୨୦% ଅର୍ଥ ଫେରସ୍ତ ମିଳିବ । ଆଇଟି ଟାୱାରର ୭୦% ଏରିଆରେ ଆଇଟି ଏବଂ ଆଇଟିଇଏସ୍‌ କମ୍ପାନିଙ୍କୁ ୟୁନିଟ ବସାଇବାକୁ ସୁଯୋଗ ମିଳିବ । ଅନ୍ୟ ୩୦% ଏରିଆରେ ସହାୟକ ଭିତ୍ତିଭୁମି ଏବଂ ୟୁଟିଲିଟି ସେବା ଲାଗି ବ୍ୟବହାର ହୋଇପାରିବ । କମ୍ପାନିଗୁଡ଼ିକୁ ଦୀର୍ଘମିଆଦୀ ଋଣ କ୍ଷେତ୍ରରେ ୫% ସୁଧ ସବସିଡି ପ୍ରଦାନ କରାଯିବ । ସେହିଭଳି ଏ କ୍ଷେତ୍ରରେ ଗବେଷଣା ଏବଂ ଉନ୍ନତିକରଣକୁ ପ୍ରୋତ୍ସାହିତ କରିବା ଲାଗି ନିବେଶ ଅର୍ଥର ୫୦% ଅର୍ଥ ସରକାର ଫେରାଇବେ ବୋଲି ଏହି ଡ୍ରାଫ୍ଟ ନୀତିରେ କୁହାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.