ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଚକ୍ର ଗିରଫ, କ୍ରାଇମବ୍ରାଞ୍ଚ ଖୋଲିଲା ଶହ ଶହ କୋଟିର ଦୁର୍ନୀତିର ଚିଠା

Published By : Rasmita Pradhan | March 13, 2025 12:26 PM

ଭୁବନେଶ୍ଵର, ୧୩/୦୩ : ବିଜେଡି ନେତା ରାଜା ଚକ୍ର ଗିରଫ। ସାଙ୍ଘାତିକ ଆର୍ଥିକ ଅନିୟମିତତା, ଠକେଇ ଏବଂ ଜାଲିଆତି ମାମଲାରେ ଛନ୍ଦି ହୋଇଥିବା ରାଜା ଚକ୍ର ଏବେ କ୍ରାଇମବ୍ରାଞ୍ଚ ପଞ୍ଝାରେ। ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ଶହ ଶହ କୋଟିର ଦୁର୍ନୀତିର ଚିଠା ଖୋଲିଲେ କ୍ରାଇମବ୍ରାଞ୍ଚ ଏଡିଜି। ରାଜାଙ୍କ ସମେତ ଏପର୍ଯ୍ୟନ୍ତ ମୋଟ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ଏହି ମହା ଘୋଟଲାରେ ଆହୁରି ଅନେକ ବଡ଼ ମୁଣ୍ଡ ସାମିଲ ଥିବାର ସନ୍ଦେହ କରୁଛି eow।

ତଦନ୍ତ ସମୟରେ ଏହା ଜଣାପଡ଼ିଛି ଯେ, ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଛି। ଖଣି ଦ୍ୱାରା ପ୍ରଭାବିତ ଗ୍ରାମବାସୀଙ୍କ କଲ୍ୟାଣ ନାମରେ ୩୪ କୋଟି ନିଆଯାଇଛି, କିନ୍ତୁ କୌଣସି ପାରିପାର୍ଶ୍ୱିକ ବିକାଶ କରାଯାଇନି ବୋଲି ୨ ଜଣ ବିଡିଓ କହିଛନ୍ତି। ସେହିପରି, ୯.୧ କୋଟି ଟଙ୍କା ଉଠାଇ ଗୋଟିଏ ମା’ କାଳୀ ପେଟ୍ରୋଲ ପମ୍ପକୁ ଦିଆଯାଇଥିଲା, ଯାହା GMLକୁ କୌଣସି ଇନ୍ଧନ ଯୋଗାଇ ନଥିଲା। ବରଂ ଏହା ରାଜା ଚକ୍ରଙ୍କ ଗାଡ଼ିକୁ ଇନ୍ଧନ ଯୋଗାଇ ଦେଉଥିଲା। ଯାହାର ପେମେଣ୍ଟ GML ଦ୍ୱାରା କରାଯାଉଥିଲା। ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ୩୩ କୋଟି ବାଣ୍ଟିଛନ୍ତି। ଗାଁ ଲୋକଙ୍କ ସମର୍ଥନ ପାଇଁ ଏସବୁ ଟଙ୍କା ବଣ୍ଟାଯାଇଛି। ଲୋଡିଂ ଚାର୍ଜ ଏବଂ ଶ୍ରମ ଦେୟ ଭାବରେ ପ୍ରାୟ ୭୪ କୋଟି ଟଙ୍କା ଦର୍ଶାଯାଇଛି। ଏତେବଡ ସମବାୟ ସଂସ୍ଥା, ଯାହା ଜରିଆରେ ଶତାଧିକ କୋଟି ଟଙ୍କାର କାରବାର ହୋଇଛି, କିନ୍ତୁ ୨୦୧୨ ମସିହା ପରଠାରୁ ଅଡିଟ ହୋଇନାହିଁ। ସଦାଶିବ ସାମଲ, ସୁଧାଂଶୁ ଶେଖର ନାଏକ, ଏବଂ ସମୀର ଜେନାଙ୍କ ଜରିଆରେ ରାଜା ସମସ୍ତ ଘୋଟଲା କରିଥିବାର ପ୍ରମାଣ ମିଳିଛି।

ରାଜା ଚକ୍ର ତାଙ୍କର ବ୍ୟବସାୟ ଚଳାଇବା ପାଇଁ ଶଙ୍କର ମିନେରାଲ୍, ଶଙ୍କର ଟ୍ରାନ୍ସପୋର୍ଟିଂ ଶଙ୍କର ରୋଡୱେଜ୍ ଏବଂ ଶଙ୍କର ପ୍ରୋଜେକ୍ଟ ଇତ୍ୟାଦି ପ୍ରତିଷ୍ଠା କରିଛନ୍ତି। ତାଙ୍କର ୪୨ଟି ଗାଡି ଏବଂ ଆଉ ଦୁଇଟି ସ୍କ୍ରିନିଂ ପ୍ଲାଣ୍ଟ  ଜବତ କରାଯାଇଛି। କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ରାଜାଙ୍କ ୧୭ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି। ଅନେକ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି ଏବଂ ବ୍ୟାଙ୍କଗୁଡ଼ିକରେ ପ୍ରାୟ ୨୫ ଲକ୍ଷ ଟଙ୍କାର ଜମା ଫ୍ରିଜ୍ କରାଯାଇଛି। ଏସମ୍ପର୍କରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ଏବଂ ସମଗ୍ର ଦୁର୍ନୀତିରେ ତାଙ୍କର ଭୂମିକା ସ୍ପଷ୍ଟ କରିବା ପାଇଁ ତାଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଗିରଫ କରିଛି।

ପ୍ରକାଶ ଥାଉକି, ରାଜା ଚକ୍ରଙ୍କ ସମେତ ୪ ଜଣ ଅଭିଯୁକ୍ତ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ଯାହା ମଙ୍ଗଳବାର ନାମଞ୍ଜୁର ହୋଇଥିଲା। ଏହା ଭିତରେ ରାଜା ଚକ୍ରଙ୍କୁ ଉଠାଇ ଆଣିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ। ତେବେ ଆଗକୁ ହୁଏତ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

ଏହି ଖବରଟିକୁ ପଢନ୍ତୁ- ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା ଘର, ସ୍ୱାମୀ ମୃତ ସ୍ତ୍ରୀ ଆହତ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.