ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ସ୍ତ୍ରୀ ବିଦ୍ୟାଭାରତୀ ଏବଂ ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କ ବିରୋଧରେ ଚାଲିବ ମାମଲା

Published By : Rasmita Pradhan | July 9, 2025 3:15 PM

କଟକ, ୦୯/୦୭ : ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ହତ୍ୟା ମାମଲା ଭାବେ ଶୁଣାଣି କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଏବଂ ତତ୍କାଳୀନ ଡିଏଫ୍‌ଓ (ଡିଭିଜନାଲ୍‌ ଫରେଷ୍ଟ୍‌ ଅଫିସର) ସଂଗ୍ରାମ ବେହେରାଙ୍କ ପିଟିସନ୍‌ ଖାରଜ କରି ବିଚାରପତି ଜଷ୍ଟିସ୍‌ ଶିବଶଙ୍କର ମିଶ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ବିଦ୍ୟାଭାରତୀ ଓ ସଂଗ୍ରାମ ବେହେରାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଦଫା ୩୦୨ରେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କଗ୍‌ନିଜାନ୍ସ ନେବା ସହ ମାମଲା ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଉଭୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ କାଏମ୍‌ ରଖିବା ଫଳରେ ବିଦ୍ୟାଭାରତୀ ଓ ସଂଗ୍ରାମଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଦୁହିଁଙ୍କ ନାଁରେ ହତ୍ୟା ମାମଲା ଚାଲିବା ସ୍ପଷ୍ଟ ହୋଇଯାଇଛି । 

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ୨୦୨୧ ମସିହା ଜୁଲାଇ ୧୧ ରାତିରେ ସରକାରୀ ବାସଭବନରେ ସୌମ୍ୟରଞ୍ଜନ ସନ୍ଦେହଜନକ ଭାବେ ପୋଡ଼ି ହୋଇ ଗୁରୁତର ହୋଇଯାଇଥିଲେ । ୯୦ ପ୍ରତିଶତରୁ ଅଧିକ ପୋଡ଼ି ହୋଇଯାଇଥିବାରୁ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଡାକ୍ତରଖାନା ଓ ପରେ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଶେଷରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଜୁଲାଇ ୧୩ରେ ତାଙ୍କର ମୃତ୍ୟୁ ହୋଇଥିଲା । ସୌମ୍ୟରଞ୍ଜନଙ୍କ ପିତା ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି ପୁଲିସ ନିକଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ତାଙ୍କ ବୋହୂ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ ଏହି ହତ୍ୟାରେ ସାମିଲ ବୋଲି ସେ ଅଭିଯୋଗ କରିଥିଲେ । ସଂଗ୍ରାମ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିବା ଅନୈତିକ ସଂପର୍କ ଏହି ହତ୍ୟା ପଛର କାରଣ ବୋଲି ବି ଅଭିଯୋଗ କରାଯାଇଥିଲା । ପାରଳାଖେମୁଣ୍ଡି ଥାନା ପୁଲିସ ଆଇପିସି ଧାରା ୩୦୨ (ହତ୍ୟା) ଓ ୧୨୦-ବି(ଅପରାଧିକ ଷଡ଼ଯନ୍ତ୍ର)ରେ ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ଘଟଣାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ନେଇଥିଲା । କିନ୍ତୁ ସୌମ୍ୟରଞ୍ଜନଙ୍କ ପରିବାର ଏଥିରେ ଅସନ୍ତୋଷ ପ୍ରକାଶ କରି ସିବିଆଇ ତଦନ୍ତ ଦାବି କରିଥିଲେ । 

କ୍ରାଇମ୍‌ବ୍ରାଞ୍ଚ ୨୦୨୧ ଅକ୍ଟୋବରରେ ଚାର୍ଜସିଟ୍‌ ଦାଖଲ କରିବା ସହ ସଂଗ୍ରାମ ବେହେରା ଓ ମନ୍ମଥ କୁମ୍ଭକୁ କ୍ଲିନ୍‌ ଚିଟ୍‌ ଦେଇଥିବା ବେଳେ କେବଳ ବିଦ୍ୟାଭାରତୀଙ୍କୁ ଦଫା ୩୦୪-ଏ (ଅବହେଳା କାରଣରୁ ମୃତ୍ୟୁ) ଓ ୨୮୫ (ନିଆଁର ଖାମଖିଆଲ ବ୍ୟବହାର)ରେ ଅଭିଯୁକ୍ତ କରିଥିଲା । ଏହାକୁ ସୌମ୍ୟରଂଜନଙ୍କ ପରିବାର ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କିନ୍ତୁ ତିନି ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଟର ୩୦୨ ଓ ୧୨୦(ବି) ଦଫାରେ କଗ୍ନିଜାନ୍ସ ନେଇ ମାମଲା ଶୁଣାଣି ପାଇଁ ନୋଟିସ୍‌ କରିଥିଲେ । ଏହି କଗ୍ନିଜାନ୍ସକୁ ବିରୋଧ କରି ଉଭୟ ବିଦ୍ୟାଭାରତୀ ଏବଂ ସଂଗ୍ରାମ ବେହେରା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ସମସ୍ତଙ୍କ ପକ୍ଷରୁ ଶୁଣିବା ପରେ ମାମଲା ରାୟ ସଂରକ୍ଷିତ ରଖିଥିଲେ । ଆଜି ରାୟ ପ୍ରକାଶ କରି ଉଭୟଙ୍କ ପିଟିସନକୁ ଖାରଜ କରିବା ସହ ନିମ୍ନ ଅଦାଲତଙ୍କ ଆଦେଶରେ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ଏହି ଦଫାରୁ ମୁକୁଳିବା ପାଇଁ ଆବେଦନକାରୀ ଚାହିଁଲେ ଉପଯୁକ୍ତ ଫୋରମ୍‌ରେ ପୁନର୍ବାର ଆବେଦନ କରିପାରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.