ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବର୍ଷା ଆଣିଲା ରୋଗ ଭୟ : କନ୍ଦାଇଲାଣି ସଂକ୍ରମିତ ଓ ଅଣସଂକ୍ରମିତ ରୋଗ

Published By : Rasmita Pradhan | July 16, 2025 1:38 PM

image source : iStock

ଭୁବନେଶ୍ୱର,୧୬/୦୭ : ବର୍ଷା ଆଣିଛି ରାଜ୍ୟକୁ ରୋଗ ଭୟ । କୋଣ ଅନୁକୋଣରେ ବ୍ୟାପିଲାଣି ସଂକ୍ରମିତ ଓ ଅଣସଂକ୍ରମିତ ରୋଗ । ବିଭିନ୍ନ ରୋଗରେ ସଂକ୍ରମିତ ହୋଇ ରୋଗୀ ହସ୍ପିଟାଲ ଧାଇଁବାରେ ଲାଗିଛନ୍ତି । ଲୋକେ ଝାଡ଼ାବାନ୍ତିରେ ସଂକ୍ରମିତ ହୋଇ କଲବଲ ହେଉଥିଲା ବେଳେ ହଇଜାରେ ରୋଗୀଙ୍କ ଜୀବନ ଯାଉଛି । ଘରେ ଘରେ ଲୋକେ ଥଣ୍ଡା ଜ୍ୱର ଯନ୍ତଣାରେ ଭୋଗୁଛନ୍ତି । ମ୍ୟାଲେରିଆ ଆଉ ଡେଙ୍ଗୁ କାୟାବିସ୍ତାର କଲାଣି । 

ଜୁଲାଇ ପ୍ରଥମ ସପ୍ତାହର ରିପୋର୍ଟ ମୁତାବକ ୧ରୁ ୭ ତାରିଖ ଭିତରେ ୬ ହାଡ଼ଫୁଟି, ୫୦୭ ଡେଙ୍ଗୁ, ଗୋଟିଏ ଡିପ୍‌ଥେରିଆ, ୬ ମିଳିମିଳା ଓ ୮୯୦ ଟାଇଫଏଡ୍‌ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ରାଜ୍ୟରେ ମଶା କଲାଣି କଲବଲ । ଡେଙ୍ଗୁ ଓ ମ୍ୟାଲେରିଆରେ ଛଟପଟ ରୋଗୀ । ରାଜ୍ୟରେ ୬୨୦୦ ଜଣଙ୍କ ନିକଟରେ ମ୍ୟାଲେରିଆ ରୋଗ ଥିବା ସନ୍ଦେହ କରାଯାଇଛି । ୯୦ ଜଣ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଲକ୍ଷଣ ଥାଇ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ହେଲେ ଏହା ପ୍ରକୃତରେ ସ୍କ୍ରବ୍‌ ଟାଇଫସ୍‌ କି ନାହିଁ ତାହା ଜାଣିବା ପାଇଁ ଲ୍ୟାବ୍‌କୁ ନମୁନା ପଠାଯାଇଛି । ଅନ୍ୟପଟରେ ୭୪ ଜଣ ଅଚିହ୍ନା ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟ ବିଭାଗ କମିଟି ଗଠନ କରି ଏହାର କାରଣ ଖୋଜୁଛି । 

ରାଜ୍ୟରେ ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ୧୧,୧୮୦ରେ ପହଞ୍ଚିଥିଲା । କଟକ, ପୁରୀ, ଖୋର୍ଦ୍ଧା, ରାୟଗଡ଼ା, ବ୍ରହ୍ମପୁର, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଆଦି ଜିଲ୍ଲାରେ ଝାଡ଼ାବାନ୍ତି ଦେଖାଦେଇଛି । ଜୁଲାଇ ଆରମ୍ଭରୁ ହିଁ ଘରେ ଘରେ ଥଣ୍ଡା ଜ୍ୱର ଓ କାଶ କମିବା ନାଁ ନେଉନି । ୪୮୧୭ ଜଣ ୫ ବର୍ଷରୁ କମ୍‌ ପିଲାଙ୍କୁ ଜ୍ୱର ହୋଇଥିବା ବେଳେ ୩୦,୮୫୫ ଜଣ ୭ ଦିନ ହେବ ଜ୍ୱରରେ ପୀଡ଼ିତ । ୧୫୮୪ ଜଣ ପିଲାଙ୍କ ଝାଡ଼ା ଲାଗି ରହିଥିଲା । ଏହାର ନିରାକରଣ ଲାଗି ରାଜ୍ୟରେ ୪ ଜୁଲାଇରୁ ୧୧ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଛି ଜୀବାଣୁମୁକ୍ତ ଓ ସଚେତନତା ସପ୍ତାହ । ବିଶେଷ କରି ଚଳିତ ବର୍ଷା ଋତୁରେ ସମ୍ଭାବ୍ୟ ଜଳବାହିତ ଓ ଜୀବାଣୁ (ଭେକ୍ଟର) ବାହିତ ରୋଗ ପ୍ରତିରୋଧ ପାଇଁ ସ୍ୱାସ୍ଥ୍ୟ ଓ ପଞ୍ଚାୟତିରାଜ ବିଭାଗ ମିଳିତ ଭାବେ ଏହି ଅଭିଯାନ ଚଳାଇଛନ୍ତି । ଏଥିରେ ସମସ୍ତ ଗ୍ରାମ, ସ୍ୱାସ୍ଥ୍ୟ ସୁବିଧା, ସାର୍ବଜନୀନ ସ୍ଥାନ, ପାନୀୟ ଜଳ ଉତ୍ସ ଓ ଜଳାଶୟ ବିଶୋଧନ କାର୍ଯ୍ୟ ଜାରି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.