ନୂଆଦିଲ୍ଲୀ,୧୭/୦୭: ଦିଲ୍ଲୀରୁ ଗୋଆ ଅଭିମୁଖେ ଉଡାଣ ଭରିଥିବା ଏକ ଇଣ୍ଡିଗୋ ବିମାନ ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରିଥିଲା । ଇଞ୍ଜିନ୍ରେ ସମସ୍ୟା ଦେଖାଦେବା କାରଣରୁ ଏହାକୁ ମୁମ୍ବାଇରେ ଏମରଜେନ୍ସିଂ ଲାଣ୍ଡିଂ ହୋଇଥିଲା । ବିମାନ (୬ଇ ୬୨୭୧)ଟି ଉଡୁଥିବା ବେଳେ ହିଁ ଆକାଶ ମାର୍ଗରେ ଇଞ୍ଜିନରେ ସମସ୍ୟା କାରଣରୁ ଝୁଲି ରହିଥିଲା । ଏହାପରେ ବିମାନ ସତର୍କତାପୂର୍ବକ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା । ଏବି ସମୟରେ ପାଇଲଟ ପ୍ୟାନ୍ -ପ୍ୟାନ୍- ପ୍ୟାନ୍ ବୋଲି କହିଥିଲେ । ଏହାର ଅର୍ଥ କଣ ଜାଣନ୍ତୁ ଏହି ରିପୋର୍ଟରେ ।
ପ୍ୟାନ୍-ପ୍ୟାନ୍-ପ୍ୟାନ୍ ଅର୍ଥ କଣ ? ଏହା ଏକ ଇଣ୍ଟରନ୍ୟାସନାଲ ଏମରଜେନ୍ସିଂ ମେସେଜ । ଯାହା ବିମାନ ଯୋଗାଯୋଗରେ ବ୍ୟବହୃତ ହୁଏ । ଏହା ମଧ୍ୟମ ସ୍ତରର ଜରୁରୀଅବତରଣକୁ ସୂଚିତ କରେ । ଏଥିରେ ତୁରନ୍ତ କୌଣସି ବିପଦ ନାହିଁ କିନ୍ତୁ ପରିସ୍ଥିତି ଆସିଲେ ତୁରନ୍ତ ସହାୟତା ଉପରେ ଧ୍ୟାନ ଦେବା ଆବଶ୍ୟକ । ପ୍ୟାନ୍ ଫ୍ରାନ୍ସିସ୍ ଶବ୍ଦ ଫ୍ୟାନ୍ରୁ ଆସିଛି । ଦିଲ୍ଲୀ-ଗୋଆ ବିମାନ (୬ଇ ୬୨୭୧) ମୁମ୍ବାଇ ଏୟାରପୋର୍ଟରେ ଜରୁରୀଅବତରଣ କିଛି ସମୟ ପୂର୍ବରୁ ପ୍ୟାନ୍-ପ୍ୟାନ୍-ପ୍ୟାନ୍ ବୋଲି କହିଥିଲେ । ଜଣେ ଅଧିକାରୀ ନାମ ଗୋପନ ରଖିବାର ଅନୁରୋଧ କରି କହିଛନ୍ତି, "ଇଞ୍ଜିନ ନମ୍ବର ୧ରେ ତ୍ରୁଟି ଯୋଗୁଁ ପାଇଲଟ "PAN PAN PAN" ଅର୍ଥ (ଜୀବନ ପ୍ରତି ବିପଦ ନ ଥିବା ଜରୁରୀକାଳୀନ ପରିସ୍ଥିତି ସୂଚାଇ ଦେଉଥିବା ଏକ ବାର୍ତ୍ତା) ଦେଇଥିଲେ। "
ସୂତ୍ର ଅନୁଯାୟୀ, ଏହି ବିମାନର ଅବତରଣ ସମୟ ରାତି ୯ଟା ୪୨ ମିନିଟ୍ ଥିଲା। ରାତି ୯ଟା ୨୫ରେ ଏହାର ଗୋଟିଏ ଇଞ୍ଜିନ୍ ଖରାପ ହେବା ପରେ ପାଇଲଟ୍ ଆଲାର୍ମ ବଜାଇଥିଲେ। ବିମାନକୁ ସୁରକ୍ଷିତ ଭାବରେ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରାଯାଇଥିଲା। ଫ୍ଲାଇଟ୍ ଟ୍ରାକରଗୁଡ଼ିକ ଦର୍ଶାଇଥିଲେ ଯେ ଇଣ୍ଡିଗୋର ଏକ ବିମାନ ରାତି ପ୍ରାୟ ୮ ଟାରେ ଦିଲ୍ଲୀରୁ ଉଡ଼ାଣ ଭରଥିଲା, ଯାହା ପ୍ରାୟ ଅଧ ଘଣ୍ଟା ବିଳମ୍ବ ହୋଇଥିଲା । ଇଞ୍ଜିନରେ ସମସ୍ୟା ପାଇଁ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା । ଦିଲ୍ଲୀ- ଗୋଆ ବିମାନରେ ୧୯୧ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏହି ଘଟଣା ପାଇଁ ଇଣ୍ଡିଗୋ ଦୁଃଖ ପ୍ରକାଶ କରିଛି ।