ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବୀର ସାବରକର ମାମଲାରେ ହାଇକୋର୍ଟରୁ ରାହୁଲଙ୍କୁ ବଡ଼ ଆଶ୍ୱସ୍ତି, ଯାଚିକା ଖାରଜ

Published By : Ankita S | July 17, 2025 9:50 AM

ମୁମ୍ବାଇ,୧୭/୦୭: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ବୀର ସାବରକରଙ୍କୁ ନେଇଦେଇଥିବା ବୟାନ ବିରୋଧରେ ରାହୁଙ୍କ ବିରୋଧରେ ଦାୟର ହୋଇଥିବା ଯାଚିକା ଖାରଜ କରିଛନ୍ତି ହାଇକୋର୍ଟ । ଯାଚିକାରେ ଦାବି ହୋଇଥିଲା କି ରାହୁଲଙ୍କ ବୟାନ ଅପରିପକ୍ୱ ଥିଲା । ଅଭିନବ ଭାରତ କଂଗ୍ରେସର ସଭାପତି ପଙ୍କଜ ଫଡନିସଙ୍କ ଦ୍ୱାରା ଦାୟର ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ସାଭରକରଙ୍କ ଜୀବନୀ ପଢିବାକୁ ନିର୍ଦ୍ଦେଶ ଦିଆଯାଉ ଯାହା ଦ୍ଵାରା ତାଙ୍କ ବିଷୟରେ ଅଜ୍ଞତା ଦୂର ହୋଇପାରିବ ବୋଲି ଆବେଦନରେ ଦାବି କରାଯାଇଥିଲା ।

ଯାଚିକା ଖାରଜ କରି ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଆଲୋକ ଅରାଧେ ଏବଂ ସନ୍ଦୀପ ମାର୍ନିଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଆମେ ରାହୁଲ ଗାନ୍ଧୀଙ୍କୁ ସାବରକରଙ୍କ ଜୀବନୀ ପଢିବାକୁ ଆଦେଶ ଦେବୁ ନାହିଁ । ନ୍ୟାୟଳୟ କୌଣସି ନେତାଙ୍କୁ ତାଙ୍କ ବିଚାରଧାରା ବଦଳାଇବାକୁ କୌଣସି ବାଧ୍ୟତାମୂଳକ ଆଦେଶ ଦେଇପାରିବେ ନାହିଁ ।

ଅଧିକ ପଢନ୍ତୁ...‘ହିମନ୍ତଙ୍କୁ ଜେଲ୍‌ ପଠାଇବୁ’: ରାହୁଲଙ୍କ ମନ୍ତବ୍ୟ ଉପରେ ଆସାମ ସିଏମ୍‌ଙ୍କ ଜବାବ, ଭୁଲି ଗଲେ କି ସେ ନିଜେ ଜାମିନରେ ଅଛନ୍ତି

ଯାଚିକାରେ କଣ କୁହାଯାଇଥିଲା- ବାର ଏବଂ ବେଞ୍ଚ ରିପୋର୍ଟ ଅନୁଯାୟୀ, ଆବେଦନକାରୀ ଦାବି କରିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବୟାନ ତାଙ୍କର ମୌଳିକ କର୍ତ୍ତବ୍ୟ ପାଳନ କରିବାର ଅଧିକାରକୁ ଉଲ୍ଲଂଘନ କରିଛି ।  କାରଣ ସମ୍ବିଧାନ ନାଗରିକମାନଙ୍କୁ ସ୍ୱାଧୀନତା ସଂଗ୍ରାମର ଆଦର୍ଶକୁ ପାଳନ ଏବଂ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛି ।

କଣ କହିଥିଲେ ରାହୁଲ ? ଯାଚିକା ଦାୟର କରିଥିବା କହିଛନ୍ତି ଯେ, ମାର୍ଚ୍ଚ ୨୦୨୩ରେ ରାହୁଲ ଗାନ୍ଧୀ ଲଣ୍ଡନରେ ସାଭରକରଙ୍କୁ ଏପରି ଜଣେ ବ୍ୟକ୍ତି ଭାବରେ ଚିତ୍ରିତ କରିବାକୁ ଚେଷ୍ଟା କରିଥିଲେ ଯିଏ ମୁସଲମାନମାନଙ୍କର ଅପମାନରେ ଆନନ୍ଦ ପାଆନ୍ତି। ସାଭରକରଙ୍କୁ ଜଣେ କାପୁରୁଷ ଭାବରେ ଚିତ୍ରିତ କରିବାକୁ ଚେଷ୍ଟା କରିଥିଲେ ଏବଂ ଏକ ଅପମାନଜନକ ଉଲ୍ଲେଖରେ କହିଥିଲେ, "ମୋ ନାମ ସାବରକର ନୁହେଁ, ମୁଁ ଗାନ୍ଧୀ ଏବଂ ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ।"

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.