ପ୍ରମୂଖ ଖବର
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଅସଦାଚରଣରେ ଆଗରେ ଭୁବନେଶ୍ୱର, ୧୮ ଜିଲ୍ଲାରେ ନାହିଁ ରିପୋର୍ଟ

Published By : Rasmita Pradhan | July 16, 2025 9:16 AM

ଭୁବନେଶ୍ୱର,୧୬/୦୭ : ମହିଳାଙ୍କ ପାଇଁ ଅସୁରକ୍ଷିତ ବାଲେଶ୍ୱର ଜିଲ୍ଲାର ରାଜରାସ୍ତା। ସରକାରଙ୍କ ତଥ୍ୟ କହୁଛି ରାଜ୍ୟରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଅନ୍ୟ ରାସ୍ତାରେ ଗତ ୪ ବର୍ଷରେ ୫୬୬୮ ଜଣ ମହିଳା ଅସଦାଚରଣର ଶିକାର ହୋଇଛନ୍ତି । ଭୁବନେଶ୍ୱର ପୁଲିସ୍‌ ଜିଲ୍ଳା ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ବାଲେଶ୍ୱର ଜିଲ୍ଲା ଷଷ୍ଠ ସ୍ଥାନରେ ରହିଛି । ବାଲେଶ୍ୱରରେ ୪ ବର୍ଷରେ ୮୧ ଜଣ ମହିଳା ଓ ଯୁବତୀ ରାସ୍ତାଘାଟରେ ଅସଦାଚରଣର ଶିକାର ହୋଇଛନ୍ତି । ଅଳ୍ପ କିଛି ନ୍ୟାୟ ପାଇଛନ୍ତି । ଅନେକ ଏବେ ନ୍ୟାୟ ଅପେକ୍ଷାରେ । ରାଜ୍ୟରେ କୌଣସି ପୁଲିସ୍‌ ଜିଲ୍ଳାରେ ଅସଦାଚରଣ ସଂଖ୍ୟା ୫ ଶହ ଟପି ନଥିବା ବେଳେ ଭୁବନେଶ୍ୱର ସର୍ବକାଳୀନ ରେକର୍ଡ କରି ପ୍ରଥମ ସ୍ଥାନରେ ରହିଛି । କିଛି ପୁଲିସ୍‌ ଜିଲ୍ଳା ରହିଛି ଯେଉଁଠି ଗତ ୪ ବର୍ଷ ମଧ୍ୟରେ ରାସ୍ତା ଉପରେ ଜଣେ ହେଲେ ବି ଅସଦାଚରଣର ଶିକାର ହୋଇନାହାନ୍ତି । 

ସରକାରୀ ତଥ୍ୟ କହୁଛି, ଗତ ୪ ବର୍ଷ (୨୦୨୦ରୁ୨୦୨୪) ମଧ୍ୟରେ ରାଜ୍ୟରେ ୫୬୬୮ଟି ଅସଦାଚରଣ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି । ଏ ସବୁ ଘଟଣା ଘଟିଛି ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ବିଭିନ୍ନ ରାସ୍ତାରେ । ପ୍ରଥମ ସ୍ଥାନରେ ରହିଛି କମିଶନରେଟ୍‌ ପୁଲିସ୍‌ ଭୁବନେଶ୍ୱର ୟୁପିଡି । ଭୁବନେଶ୍ୱରରେ ୧୩୪୧ ଜଣ ଅସଦାଚରଣ ଶିକାର ହୋଇ ବିଭିନ୍ନ ଥାନାରେ ଅଭିଯୋଗ କରିଛନ୍ତି । କଟକ ୟୁପିଡି ଅଞ୍ଚଳରେ ଗତ ୪ ବର୍ଷରେ ମାତ୍ର ୯ଟି ମାମଲା ରୁଜୁ ହୋଇଛି । 

ଦ୍ୱିତୀୟରେ ରହିଛି ସମ୍ବଲପୁର ପୁଲିସ୍‌ ଜିଲ୍ଲା । ସମ୍ବଲପୁରରେ ୪୫୩ ଜଣ ଆସଦାଚରଣ ଶିକାର ହୋଇଥିବା ବିଭିନ୍ନ ଥାନାରେ ଅଭିଯୋଗ କରିଛନ୍ତି । ତୃତୀୟରେ ରହିଛି ନୂଆପଡ଼ା ଜିଲ୍ଳା । ଏହି ଜିଲ୍ଳାରେ ୩୧୦ଟି ଅସଦାଚରଣ ମାମଲା ପୁଲିସ୍‌ ରୁଜୁ କରିଛି । ଚତୁର୍ଥରେ ଭଦ୍ରକ ୨୪୦ଟି ଅସଦାଚରଣ, ପଞ୍ଚମରେ ପୁରୀ ୧୧୯, ଷଷ୍ଠରେ ବାଲେଶ୍ୱର ୮୧, ସପ୍ତମରେ ଅନୁଗୁଳ ୧୦୭, ଅଷ୍ଟମରେ ବରଗଡ଼ ୪୯, ନବମରେ ବଲାଙ୍ଗିର ୨୮, ଦଶମରେ ଦେବଗଡ଼ରେ ୧୯ ଜଣ ମହିଳା ଅସଦାଚରଣର ଶିକାର ହୋଇଥିଲେ । ସେହିଭଳି ରାୟଗଡ଼ରେ ୧୮, ବୌଦ୍ଧ, ଜଗତସିଂହପୁର, ନୟାଗଡ଼ ଓ ମୟୂରଭଞ୍ଜରେ ୧ଟି ଲେଖାଏଁ ଅସଦାଚରଣ ଘଟିଥଲା । 

କଟକ ଗ୍ରାମାଞ୍ଚଳ ପୁଲିସ୍‌ ଜିଲ୍ଳା, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଝାରସୁଗୁଡା, ସୋନପୁର, ଢେଙ୍କାନାଳ, ଗଞ୍ଜାମ ପୁଲିସ୍‌ ଜିଲ୍ଳା, ଗଜପତି, ବ୍ରହ୍ମପୁର ପୁଲିସ୍‌ ଜିଲ୍ଳା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନାଗିରି, କଳାହାଣ୍ଡି, ସୁନ୍ଦରଗଡ଼ ପୁଲିସ୍‌ ଜିଲ୍ଳା, କେନ୍ଦୁଝର ଓ ରାଉରକେଲା ପୁଲିସ୍‌ ଜିଲ୍ଳାରେ ଗତ ୪ ବର୍ଷରେ ମଧ୍ୟରେ ଜଣେ ହେଲେ ବି ଅସଦାଚରଣ ଶିକାର ହୋଇ ନଥିବା ରିପୋର୍ଟ କହୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.