ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ମୌସୁମୀ ଅଧିବେଶନ ବେଳେ ସଂସଦ ଘେରିବ କଂଗ୍ରେସ; ଓଡ଼ିଶା ପ୍ରସଂଗକୁ ପ୍ରାଥମିକତା ଦେବାକୁ ରଖିବ ଦାବି

Published By : Manash Sahoo | July 16, 2025 2:36 PM

ଭୁବନେଶ୍ୱର, ୧୬/୦୭: ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ । ଏହି ସମୟରେ ସଂସଦ ଘେରାଉ କରିବ କଂଗ୍ରେସ । ଓଡିଶା ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ ପାଇଁ ଦାବି କରିବ କଂଗ୍ରେସ । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟୟ । ଏଠି ସିଷ୍ଟମ ପୁରା ଫେଲ୍ । ତେଣୁ  ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଲାଗୁ ନେଇ ଦାବି ରଖିବ କଂଗ୍ରେସ । ଏନେଇ ଜାତୀୟ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ରାହୁଲ ଗାନ୍ଧି ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଦୁଇ ଦିନ ହେବ ଲଗାତାର  ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ କରିଛନ୍ତି। ପୂର୍ବରୁ କଂଗ୍ରେସର ବିଧାୟକମାନେ ମହିଳା ସୁରକ୍ଷା ପାଇଁ ଆଲୋଚନା କରିବାକୁ ବିଧାନସଭାରେ ପ୍ରସଂଗ ଉଠାଇଥିଲେ । ଏବେ ପୁଣି ଫକୀରମୋହନ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ଶୋଷଣ କରାଗଲା । ଏ ବାବଦରେ ସେ ସମସ୍ତଙ୍କୁ ଜଣାଇଥିଲା। ହେଲେ ସରକାର ନ୍ୟାୟ ନଦେଇ ନୀରବ ରହିଲେ। ଓଡିଶା ମହିଳାଙ୍କ ପାଇଁ ମୃତ୍ୟୁର କୂପ ସାଜିଛି । ମାତ୍ର ପ୍ରଧାନମନ୍ତ୍ରୀ ଆଦୌ ଚିନ୍ତିତ ନୁହନ୍ତି। ଗୋଟେ ଧାଡ଼ି ବି ତାଙ୍କ ପାଇଁ ଲେଖି ନାହାନ୍ତି । ରାଷ୍ଟ୍ରପତି ଚିନ୍ତା ପ୍ରକଟ କରୁଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ, ସାଂସଦ, ବିଧାୟକ ସବୁ ଜାଣି ସୁଦ୍ଧା ଚୁପ ରହିଲେ । ଶୋଷଣ ବିରୋଧରେ ସ୍ବର ଉଠାଇ ଶେଷରେ ଝିଅଟି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା । 

ଜାତୀୟ ମହିଳା କଂଗ୍ରେସ ସଭାପତି କହିଛନ୍ତି, ଓଡିଶାରେ ଚାଳିଶ ହଜାର ମହିଳା ନିଖୋଜ ରହିଛନ୍ତି । ପ୍ରଧାନମନ୍ତ୍ରୀ ଯଦି ଏହି ଝିଅକୁ ଦେଖା କରିଥାନ୍ତେ ତେବେ ସେ ଆଜି ମାରିନଥାନ୍ତା । ଓଡ଼ିଶାରେ ନାରୀ ନିର୍ଯାତନା ମାମଲା ସାରା ଦେଶକୁ ହଲାଇ ଦେଇଛି । ରାଜସ୍ଥାନ, ଉତ୍ତରପ୍ରଦେଶ, ସମେତ ନଅ ବିଜେପି ଶାସିତ ରାଜ୍ୟରେ ମହିଳା ଅତ୍ୟାଚାର ବଢିଛି । ଓଡ଼ିଶାରେ ପୁଲିସ କାର୍ଯ୍ୟାନୁଷ୍ଠାନ କରିବାକୁ ଡରୁଛି । ରାଜନୈତିକ ହସ୍ତକ୍ଷେପ ବଢିଛି । ପୁଲିସ ଉପରେ ଚାପ ବଢିଛି । ମହିଳାଙ୍କୁ ନ୍ୟାୟ ପାଇଁ ପ୍ରତି ଜିଲ୍ଲା, ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଯିବ ମହିଳା କଂଗ୍ରେସ । ନାରୀକୁ ସୁରକ୍ଷା ମିଳିବା ଯାଏ ଲଢ଼େଇ ଜାରି ରହିବ । ସଡ଼କରୁ ସଂସଦ ଯାଏ ଆନ୍ଦୋଳନ ହେବ । ଓଡିଶା ବନ୍ଦ ଡାକରାକୁ ସମସ୍ତେ ସମର୍ଥନ କରନ୍ତୁ। ଘରୁ ବାହାରନ୍ତୁ। ମହିଳା ଅପରାଧକୁ ସରକାର ଚାହିଁଲେ ରୋକି ପାରିଥାନ୍ତେ। କିନ୍ତୁ କିଛି କରୁ ନାହାନ୍ତି। ଏବେ କମିଟି କରିବା କେବଳ ନାଟକ । କୀଟ୍ ମାମଲାରେ ଏ ପର୍ଯ୍ୟନ୍ତ କମିଟି ରିପୋର୍ଟ ଆସି ପାରିଲାନି । ଝିଅର ଜୀବନ ଚାଲିଗଲା ପରେ ଆଉ ଲାଭ କ’ଣ। ଓଡ଼ିଶା ଆସିଥିବା ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି ରିପୋର୍ଟ ଦାଖଲ କରି ସାରିଛି ବୋଲି ଅଳକା ଲାମ୍ବା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ମିଳନୀରେ ମହିଳା କଂଗ୍ରେସ ରାଜ୍ୟ ସଭାପତି ମିନାକ୍ଷୀ ବାହିନୀପତି, ବିଧାୟିକା ସୋଫିଆ ଫିର୍ଦୋଶ, ମୁଖପାତ୍ର ମନୀଷା ଦାସପଟ୍ଟନାୟକ, ଜୟଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.