ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

କଟକରେ ଲୁଟେରାଙ୍କ ଆତଙ୍କ, ବନ୍ଧୁକ ଦେଖାଇ ମହିଳାଙ୍କଠୁ ସୁନା ଚେନ୍‌ ଲୁଟ୍‌ ଉଦ୍ୟମ

Published By : Harapriya Sethi | July 16, 2025 3:05 PM

କଟକ,୧୬/୦୭: କଟକ ଛତ୍ରବଜାରରେ ଲୁଟ୍‌ । ବାଇକ୍‌ରେ ଯାଉଥିବା ବେଳେ ବନ୍ଧୁକ ଦେଖାଇ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେବାକୁ ଉଦ୍ୟମ କଲେ ଦୁର୍ବୃତ୍ତ । ଏହି ସମୟରେ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ ଲୋକେ ଧରିବାରେ ସଫଳ ହେଇଥିବା ବେଳେ ଆଉ ଜଣେ ଫେରାର ହୋଇଯାଇଛି । ଅଭିଯୁକ୍ତକୁ ପଚରା ଉଚରା କରି ତାର ସହଯୋଗୀକୁ ଧରିବା ପାଇଁ ଉଦ୍ୟମ ଚଳାଇଛି ମାଲଗୋଦାମ ଥାନା ପୁଲିସ । 

ଛତ୍ରବଜାର କେନାଲ ରୋଡ୍‌ରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ବାଇକ୍‌ରେ ବସି ଯିବା ବେଳେ ଦୁର୍ବୁତ୍ତ ସେମାନଙ୍କୁ ପିଛା କରିଥିଲେ। ବନ୍ଧୁକ ଦେଖାଇ ମହିଳାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଉଥିବା ବେଳେ ଚଳନ୍ତା ବାଇକ୍‌ରୁ ମହିଳା ଜଣକ ଖସି ପଡ଼ିଥିଲେ। ମହିଳା ଜଣକ ତଳେ ପଡିବା ଦେଖି ଦୁର୍ବୃତ୍ତ ଜୋରରେ ଗାଡି ସହ ଫେରାର ହେବା ମଧ୍ୟରେ ସାମ୍ନରେ କିଛି ଲୋକ ଅଭିଯୁକ୍ତଙ୍କୁ କାବୁ କରି ନେଇଥିଲେ । ଲୋକଙ୍କ ହାବୁଡ଼ରେ ଜଣେ ପଡ଼ିଥିବା ବେଳେ ଅନ୍ୟ ଜଣେ ଖସିଯାଇଥିଲା। ଧରା ପଡ଼ିଥିବା ଅଭିଯୁକ୍ତ ଲୁଟେରାକୁ ଲୋକେ ଘଟଣା ସ୍ଥଳରେ ଉତ୍ତମ ମଧ୍ୟମ ଦେଇଥିଲେ। ମାଡ଼ରେ ଘାଇଲା ହୋଇଥିବା ଅଭିଯୁକ୍ତକୁ ଲୋକେ ମାଲଗୋଦାମ ଥାନା ପୁଲିସକୁ ଡକାଇ ଜିମା ଦେଇଥିଲେ। ସମ୍ପୃକ୍ତ ଅଭିଯୁକ୍ତ ଏବେ ଥାନାରେ ପୁଲିସ ହେପାଜତରେ ରହିଛି । ଥାନା ଅଧିକାରୀ ଉକ୍ତ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ପଚରା ଉଚରା କରି ତାର ସହଯୋଗୀକୁ ଧରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଅନ୍ୟପକ୍ଷରେ ଆହତ ହୋଇଥିବା ମହିଳା ଏବେ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.