ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ନିଜସ୍ୱ ଉଦ୍ୟମରେ ଜଗତା ନାଳ ସଫେଇ କଲେ ଜନସାଧାରଣ

Published By : Harapriya Sethi | July 16, 2025 2:32 PM

ବେଗୁନିଆପଡା,୧୬/୦୭: ପ୍ରଶାସନକୁ ଦୀର୍ଘଦିନ ଅପେକ୍ଷା କରିବା ପରେ କୌଣସି ସୁଫଳ ନ ମିଳିବାରୁ ଆଜି କୋଦଳା ଖଡୁରା ସାହି ଏବଂ ଗଉଡ ସାହି ଜନସାଧାରଣଙ୍କ ଦ୍ୱାରା ଜଗତାନାଳ ସଫେଇ କରାଯାଇଥିବା ଦେଖିବାକୁ ମିଳିଛି । କୋଦଳା ଏନଏସି ୱାର୍ଡ ନମ୍ବର ୨ ଗୌଡ଼ସାହି ପଛପଟ ହେବା ସହିତ ସାହି ଆରମ୍ଭରେ ଜଗତା ନାଳ ବହିଯାଉଥିବା ବେଳେ ସାହି ପ୍ରାରମ୍ଭରେ ଜରାଜୀର୍ଣ ଅବସ୍ଥାରେ ଏକ ପୋଲ ରହିଛି । 

ଦୀର୍ଘଦିନ ଧରି ସାହିବାସିନ୍ଦା ସେହି ରାସ୍ତା ଦେଇ ଯାଉଥିବା ଜନସାଧାରଣ ଉକ୍ତ ପୋଲ ନିର୍ମାଣ ସହିତ କେନାଲର ପୁନଃଉଦ୍ଧାର ପାଇଁ ଦାବି କରି ଆସୁଥିଲେ । କିନ୍ତୁ ପୋଲ ନିର୍ମାଣ ତ ହୋଇପାରିନି, କେନାଲ ମଧ୍ୟରେ ଅଳିଆ ଆବର୍ଜନା ସହିତ ବିଭିନ୍ନ ପ୍ରକାର ଗଛ ଉଠି ଅପରିଷ୍କାର ପରିବେଶ ସୃଷ୍ଟି ହୋଇଥିଲା । ଏହି କେନାଲ ପାଣି ଉପରେ କୃଷକ ମାନଙ୍କ ଜୀବିକା ନିର୍ଭର କରୁଥିବା ବେଳେ ଏପରି ପରିସ୍ଥିତି ଦ୍ୱାରା ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ପୋଲଟି ଜରାଜୀର୍ଣ ଅବସ୍ଥାରେ କେଉଁ ମୁହୂର୍ତ୍ତରେ ଦୁର୍ଘଟଣା ଘଟିବ ସେହି ଚିନ୍ତାରେ ଅଛନ୍ତି । କିନ୍ତୁ ପ୍ରଶାସନ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷପ ନନେଇଥିବାରୁ ଆଜି ସକାଳୁ ସକାଳୁ ସାମାଜିକ କର୍ମୀ ସନ୍ତୋଷ କୁମାର ନାୟକଙ୍କ ତତ୍ୱାବଧାନରେ ସ୍ଥାନୀୟ ଜନସାଧାରଣ ନିଜସ୍ୱ ଉଦ୍ୟମରେ କେନାଲ ମଧ୍ୟରେ ଥିବା ଅପରିଷ୍କାର ଆବର୍ଜନା ଓ ବିଭିନ୍ନ ଗଛ ସମୂହ ସଫେଇ କରିଛନ୍ତି ।  ଯଥାଶୀଘ୍ର ଏହି ପୋଲଟିକୁ ନିର୍ମାଣ କରିବା ନିମନ୍ତେ କୋଦଳା ଏନଏସିକୁ ଅନୁରୋଧ କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.