ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବର୍ଷା ଆଣିଲା ‘ଆଖିଧରା’, ଘରକୁ ଘର ମାଡ଼ିଲାଣି ସଂକ୍ରମଣ

Published By : Rasmita Pradhan | July 9, 2025 11:20 AM

ଭୁବନେଶ୍ୱର, ୦୯/୦୭ : ବର୍ଷା ଆଣିଲା ‘ଆଖିଧରା’ ବା କଞ୍ଜକ୍ଟିଭାଇଟିସ ସଂକ୍ରମଣ । ଘରକୁ ଘର ମାଡ଼ିଲାଣି ଆଖିଧରା ସଂକ୍ରମଣ । ବର୍ତ୍ତମାନ ହସ୍ପିଟାଲ୍‌ ଚକ୍ଷୁ ବିଭାଗରେ ସଂକ୍ରମିତଙ୍କ ଭିଡ଼ ଲାଗିଛି । ବିଶେଷ କରି ଛାତ୍ରଛାତ୍ରୀ ବହୁମାତ୍ରାରେ ସଂକ୍ରମିତ ହେଉଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮୫୦ ହେବ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୟାଗଡ଼, ପୁରୀ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗସିଂହପୁର, କଟକ ଆଦି ଜିଲ୍ଲାରେ ସଂକ୍ରମଣ ଅଧିକ ଦେଖାଦେଇଛି । ଆଦିବାସୀ ବହୁଳ ଜିଲ୍ଲାରେ ମଧ୍ୟ ସଂକ୍ରମଣ ବ୍ୟାପିବାରେ ଲାଗିଛି । 

କ୍ୟାପିଟାଲ ହସ୍ପିଟାଲ୍‌ ଚକ୍ଷୁ ବିଭାଗ ବିଶେଷଜ୍ଞ ଡା ସି.ଏସ୍‌ ଓଝା କହିଛନ୍ତି, ଏହି ରୋଗ ହେଲେ ଆଖି ଲାଲ୍‌ ପଡ଼ିବା ସହ କୁଣ୍ଡେଇ ହୁଏ । ଆଖିରୁ ପାଣି ବୋହିବା ସହ ଲେଞ୍ଜରା ବାହାରେ । ସାଧାରଣତଃ ଆଖିଧରା ଉଭୟ ଭୂତାଣୁ ଓ ଜୀବାଣୁ ଜନିତ । ଭୂତାଣୁଜନିତ ଆଖିଧରାରେ ଆଖି ଲାଲ୍‌ ପଡ଼ିବା ସହ ଲୁହ ବାହରିଥାଏ । ଜୀବାଣୁଜନିତ ଆଖିଧରାରେ ପ୍ରଚୁର ପରିମାଣର ଲେଞ୍ଜରା ବାହାରିଥାଏ । ଏହାକୁ ଆଖିଧରା ବା କଞ୍ଜକ୍ଟିଭାଇଟିସ ବା ପିଙ୍କ୍‌ ଆଇ ବୋଲି କୁହାଯାଏ । ଛୋଟ ପିଲା ମୁଖ୍ୟତଃ ସ୍କୁଲ ଛାତ୍ରଛାତ୍ରୀଙ୍କଠାରେ ଏହା ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି । ରୋଗୀଙ୍କ ସଂସ୍ପର୍ଶରେ ଆସିଲେ ଏହା ସଂକ୍ରମିତ ହୋଇଥାଏ । ତେବେ ରୋଗୀର ଆଖିକୁ ଦେଖିବା ଦ୍ୱାରା ଆଖିଧରା ବ୍ୟାପି ନ ଥାଏ । ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ବ୍ୟବହାର କରନ୍ତୁ । ଏଡିନୋ ଭୂତାଣୁ ଏହି ରୋଗର କାରଣ । ମିଳିଥିବା ସୂଚନା ଅନୁଯାୟୀ, କ୍ୟାପିଟାଲ୍‌ ହସ୍ପିଟାଲକୁ ସପ୍ତାହ ପୂର୍ବେ ଦୈନିକ ୧୦ରୁ୧୫ ରୋଗୀ ଆସୁଥିଲେ । ହେଲେ ବର୍ତ୍ତମାନ ୩୦ ପାଖାପାଖି ସଂକ୍ରମିତ ଚିକିତ୍ସା ପାଇଁ ଆସୁଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.