ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଭାରତର ବିକାଶ ଏବଂ ଅର୍ଥନୈତିକ ଆହ୍ୱାନକୁ ନେଇ ସୋଆ ଆଇବିସିଏସ୍‌ ପକ୍ଷରୁ ଏଫ୍‌ଡିପି ଆୟୋଜିତ

Published By : Ladu Kishor | July 9, 2025 10:15 PM

ଭୁବନେଶ୍ୱର୦୯/୭ : ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଶକ୍ତି ଭାବେ ଭାରତ ଉଭା ହୋଇଥିବା ବେଳେ ଏହାର ଆନୁଷ୍ଠାନିକ ସ୍ଥିତିକୁ ସୁଦୃଢ଼ କରିବା ସହ ବିକଶିତ ଦେଶ ଗୁଡ଼ିକ ଅବଲମ୍ବନ କରୁଥିବା ଆନ୍ତର୍ଜାତିକ ମାନକୁ ଅନୁଶୀଳନ କରିବା ଆବଶ୍ୟକ ବୋଲି ଜଣେ ବିଶିଷ୍ଟ ବିଶେଷଜ୍ଞ କହିଛନ୍ତି । 

ଭାରତୀୟ ବଜାରର ସଫଳତା ସ୍ପଷ୍ଟ ବାରି ହୋଇପାରୁଥିବା ବେଳେ ଆମର ଆନୁଷ୍ଠାନିକ ସ୍ଥିତିକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫରେନ୍‌ ଟ୍ରେଡ (ଆଇଆଇଏଫ୍‌ଟି)ର ଅର୍ଥନୈତିକ ଶାଖାର ପ୍ରଫେସର ତଥା ମୁଖ୍ୟ ଡକ୍ଟର ବସନ୍ତ କୁମାର ସାହୁ କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବିଜିନେସ୍‌ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍‌ (ଆଇବିସିଏସ୍‌) ପକ୍ଷରୁ ଆୟୋଜିତ ଫ୍ୟାକଲ୍ଟି ଡେଭଲପମେଂଟ ପ୍ରୋଗ୍ରାମରେ ବକ୍ତବ୍ୟ ରଖିବା ଅବସରରେ ଏହା କହିଛନ୍ତି ପ୍ରଫେସର ସାହୁ। ଆଇବିସିଏସ୍‌ ପକ୍ଷରୁ ଆୟୋଜିତ ଏଫଡିପିର ଶୀର୍ଷକ ଥିଲା ‘ଭାରତର ବିକାଶ ଏବଂ ଅର୍ଥନୈତିକ ଆହ୍ୱାନ୍‌’।

କାର୍ଯ୍ୟକ୍ରମରେ ଆଇବିସିଏସ୍‌ର ଡିନ୍‌ ପ୍ରଫେସର ଅୟସ କାନ୍ତ ମହାନ୍ତି ଅଧ୍ୟକ୍ଷତା କରି ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡ଼ିକର ଜାତୀୟ ସ୍ତରରେ ଅର୍ଥନୈତିକ ଆଲେଚନା ଏବଂ ନୀତି ସଚେତନତା ନିମନ୍ତେ ରହିଥିବା ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଆସୋସିଏଟ୍‌ ଡିନ୍‌ ପ୍ରଫେସର (ଡକ୍ଟର) ମନୋରଞ୍ଜନ ଦାଶ ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୀତି ଶକ୍ତି ଭାବେ ଭାରତ ଉଭା ହେବା ଏବଂ ଏ କ୍ଷେତ୍ରରେ ଅର୍ଥନୈତିକ ଆହ୍ୱାନ ସମ୍ପର୍କରେ ମତ ରଖିଥିଲେ । 

କାର୍ଯ୍ୟକ୍ରମକୁ ଆଇବିସିଏସ୍‌ର ଡକ୍ଟର ବିଭୁତି ଭୂଷଣ ମିଶ୍ର ଏବଂ ଡକ୍ତର ପ୍ରୀତି ୱାଇ ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ ଡକ୍ଟର ଧ୍ରୁତି ସୁନ୍ଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।   

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.