ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ସାଉଥ୍‌ ବିହାର ଏକ୍ସପ୍ରେସ୍‌କୁ ପଥର ମାଡ

Published By : Prameya | March 29, 2025 1:06 AM

ରାଉରକେଲା,୨୮/୩ (ବ୍ୟୁରୋ): ସୁଧୁରୁନାହାନ୍ତି ଦୁର୍ବୃତ । ବଦଳୁନି ମାନସିକତା। ଗତ ୨୬ ତାରିଖରେ ପୁରୀରୁ ରାଉରକେଲା ଆସୁଥିବା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଉପରକୁ ହୋଇଥିବା ପଥର ମାଡ଼କୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଶୁକ୍ରବାର ଏହାର ପୁନରାବୃତ୍ତି ହୋଇଛି । ଦୁର୍ଗରୁ ଆରା ଅଭିମୁଖେ ଯାଉଥିବା ‘ସାଉଥ୍‌ ବିହାର ଏକ୍ସପ୍ରେସ୍‌’ ଟ୍ରେନ୍‌କୁ ସନ୍ଧ୍ୟାରେ ପଥରମାଡ଼ ହୋଇଛି। ରାଉରକେଲାରୁ ବନ୍ଧମୁଣ୍ଡା ମଧ୍ୟରେ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ ଘଟାଇଛନ୍ତି। ଏ ନେଇ ଆର୍‌ପିଏଫ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଗରୁ-ଆରା ଯାଉଥିବା ‘ସାଉଥ୍‌ ବିହାର ଏକ୍ସପ୍ରେସ୍‌’ ରାଉରକେଲା ଷ୍ଟେସନରେ ସନ୍ଧ୍ୟା ସାଢ଼େ ୫ଟାରେ ପହଞ୍ଚିଥିଲା । ୫ଟା ୪୦ରେ ଟ୍ରେନ୍‌ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲା। ରାଉରକେଲା ଓ ବନ୍ଧମୁଣ୍ଡା ମଝିରେ ଟ୍ରେନ୍‌ର ଏସି ବଗି ଉପରକୁ ପଥର ମାଡ଼ ହୋଇଥିଲା। ଏଥିରେ କାଚ କ୍ଷତିଗ୍ରସ୍ତ ହୋଇଛି । ହେଲେ ଯାତ୍ରୀ ସୁରକ୍ଷିତ ଅଛନ୍ତି। ରାଉରକେଲାରେ ବାରମ୍ବାର ଟ୍ରେନ୍‌ ଉପରକୁ ପଥରମାଡ଼ ଆର୍‌ପିଏଫର ଚିନ୍ତା ବଢ଼ାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.