ପ୍ରମୂଖ ଖବର
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ନକ୍ସଲଗଡ଼ରେ ସୁରକ୍ଷାବାହିନୀର ଜୋରଦାର୍ ଅପରେଶନ, ଜଣେ ନକ୍ସଲ ନିହତ... ଏକାଧିକ ମୃତ୍ୟୁ ସନ୍ଦେହ

Published By : Prameya | March 31, 2025 11:49 AM

ଭୁବନେଶ୍ଵର, ୩୧/୦୩ : ନକ୍ସଲଗଡ଼ରେ ଗର୍ଜୁଛି ସେନା ବନ୍ଧୁକ। ସୁରକ୍ଷାବାହିନୀର ଜୋରଦାର୍ ଅପରେଶନ। ଛତିଶଗଡ଼ ଦନ୍ତେୱାଡାରେ ବଡ଼ ଧରଣର ଏନ୍‌କାଉଣ୍ଟର। ବିଜାପୁରରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଜଣେ ନକ୍ସଲଙ୍କ ମିଳିଲାଣି ମୃତଦେହ, ଏକାଧିକ ମୃତ୍ୟୁ ସନ୍ଦେହ। ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ। ଜାରି ରହିଛି ଗୁଳି ବିନିମୟ। 

ଭୁଶୁଡ଼ୁଛି ଲାଲଗଡ଼। ଶେଷ ନିଃଶ୍ଵାସ ଗଣୁଛି ନକ୍ସଲବାଦ। ବନ୍ଦ ହୋଇଗଲାଣି ଫଣ୍ଡିଂ। ଭାଙ୍ଗିଗଲାଣି ଅସ୍ତ୍ରଶସ୍ତ୍ର ସପ୍ଲାଇ ଚେନ୍। ଏବେ ବଳକା ଶକ୍ତିକୁ ଶେଷ କରିବା ଲକ୍ଷ୍ୟରେ ସୁରକ୍ଷାବାହିନୀ। ନକ୍ସଲବାଦ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍। ଅନ୍ତିମ ପ୍ରହାର ପାଇଁ ଚାଲିଛି ସଜବାଜ। ଅପରେଶନ ଅଲଆଉଟ୍ ଲକ୍ଷ୍ୟ। ଆଉ ସୁରକ୍ଷିତ ନାହିଁ ଘଞ୍ଚ ଜଙ୍ଗଲ। ଚାରିପଟୁ ଘେରି ଗଲେଣି ଯବାନ। ଲାଲବାହିନୀର ଛାତି ଧଡ଼ଧଡ଼। କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ସମୟସୀମା ଭିତରେ ଦେଶରୁ ନକ୍ସଲ ମୂଳପୋଛ ପାଇଁ ଜୋରଶୋରରେ ଚାଲିଛି ରଣନୀତି। ଗତ ଶନିବାର ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ ୧୬ ରୁ ଅଧିକ ନକ୍ସଲ। 

ଏହି ଖବରଟିକୁ ପଢନ୍ତୁ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛତିଶଗଡ଼ ଗସ୍ତ ପୂର୍ବରୁ ୫୦ ନକ୍ସଲଙ୍କ ଆତ୍ମସମର୍ପଣ, ୧୪ ଜଣଙ୍କ ଉପରେ ଥିଲା ୬୮ ଲକ୍ଷ ଟଙ୍କାର ପୁରସ୍କାର

ସେପଟେ ସୁରକ୍ଷାବାହିନୀର ଜୋରଦାର୍ ଅପରେଶନ ପରେ ନକ୍ସଲଙ୍କ ଭିତରେ ଛନକା ପଶିଛି। ରବିବାର ବିଜାପୁର ଜିଲ୍ଲାରେ ୫୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କ ମୁଣ୍ଡ ଉପରେ ମୋଟ ୬୮ ଲକ୍ଷ ଟଙ୍କା ପୁରସ୍କାର ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛତିଶଗଡ ଗସ୍ତର କିଛି ଘଣ୍ଟା ପୂର୍ବରୁ ସେମାନେ ଆତ୍ମସମର୍ପଣ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.