ପ୍ରମୂଖ ଖବର
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପ୍ରାର୍ଥୀବ ଶରୀରର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛତିଶଗଡ଼ ଗସ୍ତ ପୂର୍ବରୁ ୫୦ ନକ୍ସଲଙ୍କ ଆତ୍ମସମର୍ପଣ, ୧୪ ଜଣଙ୍କ ଉପରେ ଥିଲା ୬୮ ଲକ୍ଷ ଟଙ୍କାର ପୁରସ୍କାର

Published By : Harapriya Biswal | March 30, 2025 4:02 PM

ନୂଆଦିଲ୍ଲୀ,୩୦।୩: ଛତିଶଗଡର ବିଜାପୁର ଜିଲ୍ଲାରେ ୫୦ ଜଣ ନକ୍ସଲଙ୍କ ଆତ୍ମସମର୍ପଣ । ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କ ମୁଣ୍ଡ ଉପରେ ମୋଟ ୬୮ ଲକ୍ଷ ଟଙ୍କା ପୁରସ୍କାର ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛତିଶଗଡ ଗସ୍ତର କିଛି ଘଣ୍ଟା ପୂର୍ବରୁ ସେମାନେ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF)ର ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି।

ବିଜାରପୁରର ବରିଷ୍ଠ ପୋଲିସ ଅଧିକାରୀ ଜିତେନ୍ଦ୍ର କୁମାର ଯାଦବ କହିଛନ୍ତି, ସେମାନେ ମାଓବାଦୀ ବିଚାରଧାରା, ବରିଷ୍ଠ କର୍ମୀଙ୍କ ଦ୍ବାରା ଆଦିବାସୀଙ୍କ ଶୋଷଣ ଓ ଆନ୍ଦୋଳନ ଭିତରେ ସୃଷ୍ଟି ହେଉଥିବା ମତଭେଦ କାରଣରୁ ଆତ୍ମସମର୍ପଣ କରିଛନ୍ତି। ସେମାନେ ସୁରକ୍ଷାକର୍ମୀଙ୍କ ଦ୍ବାରା ଲଗାଯାଇଥିବା ଶିବର ‘ନିୟା ନେଲ୍ଲନାର’ ବା ‘ଆପଣଙ୍କ ସୁନ୍ଦର ଗାଁ’ ଯୋଜନାରେ ପ୍ରଭାବିତ ହୋଇଥିଲେ। ଏହା ଅନୁସାରେ, ସୁରକ୍ଷା ବଳ ଓ ପ୍ରଶାସନ ଦୂରଦୂରାନ୍ତ ଅଞ୍ଚଳରେ ମୌଳିକ ସୁବିଧା ପ୍ରଦାନ କରୁଛି।’

ଆତ୍ମସମର୍ପଣ କରିଥିବା ୫୦ ମାଓବାଦୀଙ୍କ ଉପରେ ୬ ରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରହିଛି। ତାଙ୍କ ଭିତରୁ ୩ ଜଣଙ୍କ ନାଁରେ ୫ ଲଞ୍ଚ ଟଙ୍କା ଲେଖାଏଁ ପୁରସ୍କାର ରହିଛି। ସେଭଳି ୫ ଜଣଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଛି। ଜିଲ୍ଲା ରିଜର୍ଭ ଗାର୍ଡ(ଡିଆରଜି), ବସ୍ତର ଫାଇଟର୍ସ, ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍), ସିଆରପିଏଫ୍ ଓ ଏହାର ବିଶିଷ୍ଠ ୟୁନିଟ୍ କୋବ୍ରା (କମାଣ୍ଡୋ ବାଟାଲିୟନ୍‌ ଫର ରେସୋଲ୍ୟୁଟ ଆକ୍ସନ) ତାଙ୍କ ଆତ୍ମସପର୍ମଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆନ୍ଦୋଳନ ଛାଡି ମୁଖ୍ୟଧାରାରେ ସାମିଲ ହୋଇଥିବା ନକ୍ସଲଙ୍କ ପାଇଁ ସରକାରଙ୍କ ନୀତି ଅନୁସାରେ ପୁନଃର୍ବାସ କରାଯିବ। ଏହି ଆତ୍ମସମର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛତିଶଗଡ ଗସ୍ତର କିଛି ଘଣ୍ଟା ପୂର୍ବରୁ ହୋଇଛି। ଏଠାରେ ମୋଦି ୩୩,୭୦୦ କୋଟି ଟଙ୍କାରୁ ଅଧିକର ବହୁ ବିକାଶ ପ୍ରକଳ୍ପର ଆଧାରଶିଳା ରଖିବେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.