ନୂଆଦିଲ୍ଲୀ: ଚାଲିଛି ଗିବଲି୍ ଟ୍ରେଣ୍ଡ୍ । ଇନଷ୍ଟାଗ୍ରାମ ହେଉ କି ଫେସବୁକ୍ କିମ୍ବା ଟ୍ୱିଟର, ଯେଉଁଠି ଦେଖିବେ ଗିବଲ୍ । ସମସ୍ତେ ନିଜର ଗିବଲି ଆର୍ଟ ତିଆରି କରି ଅପଲୋଡ୍ କରୁଛନ୍ତି। OpenAIର ChatGPT ଏକ ନୂତନ ଟୁଲ୍ ଲଞ୍ଚ କରିଛି, ଯାହା ଏବେ ଇଣ୍ଟରନେଟରେ ଝଡ଼ ସୃଷ୍ଟି କରିଛି। ପରିସ୍ଥିତି ଏପରି ହୋଇଛି ଯେ କମ୍ପାନୀକୁ ନିଜେ ଲୋକ ମାନଙ୍କୁ ଧର୍ଯ୍ୟ ରଖିବାକୁ ଅନୁରୋଧ କରିବାକୁ ପଡୁଛି, କାରଣ ଲୋକଙ୍କ ଚାହିଦା ଯୋଗୁଁ ସେମାନେ ଶୋଇ ପାରୁନାହାଁନ୍ତି। ଲୋକମାନେ GPTର ଷ୍ଟୁଡିଓ ଗିବଲି (Ghibli Image) ପାଇଁ ପାଗଳ। ଏହା ଏତେ ଜୋର୍ ସୁନାମୀ ଭଳି ହୋଇଗଲା ଯେ, Open AIର ସର୍ଭର କ୍ରାସ୍ ହୋଇଗଲା । ହେଲେ ଆପଣ ଜାଣନ୍ତି କି ଏହି ଗିବଲି ଇମେଜ୍ ପଛରେ କାହାର ବୁଦ୍ଧି ଅଛି ? ଏହା କେବେ ଆରମ୍ଭ ହୋଇଥିଲା ? କିଏ ଏହାକୁ ଜନ୍ମ ଦେଇଛି ? ଏବଂ ଏହାର ପ୍ରକୃତ ମାଲିକ କିଏ ?
ସାରା ସୋସିଆଲ୍ ମିଡିଆରେ ଏବେ ଗିବଲି ଆର୍ଟ ଆନିମେସନ୍ ଚର୍ଚ୍ଚାରେ ଅଛି। ଲୋକମାନେ ସେମାନଙ୍କ ଫଟୋରୁ ଆନିମେସନ୍ ତିଆରି କରୁଛନ୍ତି। ଏବେ ଆସନ୍ତୁ ପ୍ରଥମେ ଜାଣିବା ଏହି ଗିବଲି କ'ଣ ? ଗିବଲି ଆପଣଙ୍କ ପାଇଁ ନୂଆ ହୋଇପାରେ, କିନ୍ତୁ ଏହା ୧୯୮୫ ମସିହାରେ ଆରମ୍ଭ ହୋଇଥିଲା । ହାତ ଆଙ୍କିତ ଆନିମେସନ ମାଧ୍ୟମରେ କାହାଣୀ କହୁଥିବା ଏହି ଆର୍ଟ ଷ୍ଟୁଡିଓ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛି। ଏହି ଆର୍ଟ ସାହାଯ୍ୟରେ, ମାଇ ନେବର ଟୋଟୋରୋ, ସ୍ପିରିଟେଡ୍ ଆୱେ ଏବଂ ପ୍ରିନ୍ସେସ୍ ମନୋନୋ ଭଳି ଅନେକ ସିନେମା ତିଆରି ହୋଇଛି। ଆଜି ଏହି ଫିଚର୍ସ ଗୁଡ଼ିକ AI ସାହାଯ୍ୟରେ ଆପଣଙ୍କ ପାଖରେ ପହଞ୍ଚିଛି।
ଗିବଲିର ମୂଳ ଜାପାନ ସହିତ ଜଡିତ। ଏହା ହାୟାଓ ମିଆଜାକି ନାମକ ଜଣେ ଆନିମେଟରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଆଜି ସାରା ବିଶ୍ୱ ୪୦ ବର୍ଷ ପୂର୍ବେ ମିଆଜାକିଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଆର୍ଟ ପାଇଁ ପାଗଳ। ହାୟାଓ ମିୟାଜାକି ଗିବଲି ଷ୍ଟୁଡିଓର ପ୍ରତିଷ୍ଠାତା। ଏହି ଆନିମେଟେଡ୍ ଆର୍ଟ ବ୍ୟବହାର କରି ସେ ୨୫ରୁ ଅଧିକ ଆନିମେଟେଡ୍ ଫିଲ୍ମ ଏବଂ ଟିଭି ଧାରାବାହିକ ତିଆରି କରିଛନ୍ତି। ଏହି ଆର୍ଟରେ ତିଆରି "ସ୍ପିରିଟେଡ୍ ଆୱେ" ୨୩୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଥିଲା।
ମିଆଜାକି ଆନିମେସନ୍ ଫିଲ୍ମ, ଏହା ସମ୍ପର୍କିତ ପ୍ରଡକ୍ଟ ଏବଂ ଫିଲ୍ମର ଅନଲାଇନ୍ ଷ୍ଟ୍ରିମିଂରୁ ବହୁତ ଟଙ୍କା ରୋଜଗାର କରନ୍ତି। ପେନବୁକ ସେଣ୍ଟର ଅନୁଯାୟୀ, ୨୦୨୫ ସୁଦ୍ଧା ମିଆଜାକିଙ୍କ ଆନୁମାନିକ ନେଟ୍ ସମ୍ପତ୍ତି ପ୍ରାୟ ୫୦ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୪୨୭ କୋଟି ଟଙ୍କା ହେବ। ତାଙ୍କୁ ବିଶ୍ୱର ସବୁଠାରୁ ଧନୀ ଆନିମେଟର ନିର୍ଦ୍ଦେଶକଙ୍କ ମଧ୍ୟରେ ଗଣନା କରାଯାଏ ।