ନୂଆଦିଲ୍ଲୀ,୩୧/୦୩: ଚଳିତ ଆଇପିଏଲ ସିଜିନ୍ ୧୮ରେ ଲଗାତାର ଦୁଇଟି ମ୍ୟାଚ ହାରିଲା । ପ୍ରଥମ ମ୍ୟାଚ ହାଇଦ୍ରାବାଦ ଓ ଦ୍ବିତୀୟ ମ୍ୟାଚ କୋଲକାତାଠୁ ପରାସ୍ତ ହୋଇଥିଲା ପ୍ରଥମ ଆଇପିଏଲ ବିଜେତା ରାଜସ୍ଥାନ ରୟାଲ୍ସ । ତୃତୀୟ ମ୍ୟାଚରେ ଶକ୍ତିଶାଳୀ ଓ ସଫଳ ଚେନ୍ନାଇ ସୁପରକିଙ୍ଗସକୁ ଭେଟିଥିଲା । ମ୍ୟାଚକୁ ୬ରନରେ ଜିତି ପ୍ରଥମ ବିଜୟ ସ୍ବାଦ ଚାଖିଛି ଦଳ । ହେଲେ ଅଧିନାୟକଙ୍କୁ ୧୨ ଲକ୍ଷ ଟଙ୍କାର ଫାଇନ୍ ଗଣିବାକୁ ପଡିଛି । ସ୍ଲୋ ଓଭର ବୋଲିଂ ପାଇଁ ଅଧିନାୟକ ରିୟାନ ପରାଗଙ୍କୁ ବିସିସିଆଇ ଦଣ୍ଡିତ କରିଛି ।
ଆଇପିଏଲ ସିଜିନ୍ ୧୮ରେ ୧୧ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିଥିଲେ । ଚେନ୍ନାଇ ବିପକ୍ଷରେ ୬ ରନରେ ବିଜୟ ହାସଲ କରିଥିବା ରାଜସ୍ଥାନର ଅଧିନାୟକ ରିୟାନ ପରାଗ ସ୍ଲୋ ଓଭର ବା ମନ୍ଥର ବୋଲିଂ ପାଇଁ ଦଣ୍ଡିତ ହୋଇଛନ୍ତି । ଏ ନେଇ ତାଙ୍କୁ ୧୨ଲକ୍ଷ ଟଙ୍କାର ଜରିମାନା ହୋଇଛି । ଚେନ୍ନାଇ ବିପକ୍ଷରେ ୨୦ ଓଭର ପାଇଁ ନିର୍ଦ୍ଧାରିତ ସମୟ ପୂରଣ କରିପାରିନଥିଲା ଦଳ । ଫଳରେ ଧାରା ୨.୨୨ ଆଇପିଏଲ କୋଡ୍ ଅଫ୍ କନଡକ୍ଟ ଅନୁଯାୟୀ ଅଧିନାୟକ ରିୟାନ ପରାଗଙ୍କୁ ଫାଇନ୍ ଗଣିବାକୁ ପଡ଼ିଛି । ଚଳିତ ସିଜିନରେ ଏହା କୌଣସି ଦଳକୁ ସ୍ଲୋ ଓଭର ପାଇଁ ଦ୍ବିତୀୟ ଜରିମାନା ।
ଅଧିକ ପଢନ୍ତୁ...IPL 2025; ପଡ଼ିଆରେ ଲିଡ଼ର-ମେଣ୍ଟର ମିଳନ, ଦର୍ଶକ କହିଲେ ବିୟ୍ୟୁଟିଫୁଲ୍
ପୂର୍ବରୁ ମନ୍ଥର ବୋଲିଂ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଣ୍ଡିତ ହୋଇ ସାରିଛନ୍ତି । ଗୁଜରାଟ ଟାଇଟନ୍ସ ବିପକ୍ଷରେ ସ୍ଲୋ ଓଭର ବୋଲିଂ ପାଇଁ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କାର ଫାଇନ୍ କରିଥିଲା ବିସିସିଆଇ । ନିର୍ଦ୍ଧାରିତ ସମୟଠୁ ବିଳମ୍ବରେ ବୋଲିଂ ଶେଷ କରିଥିଲା ଦଳ । ତେଣୁ ନିୟମ ଅନୁସାରେ ପାଣ୍ଡ୍ୟାଙ୍କୁ ଫାଇନ୍ ହୋଇଥିଲା ।
କହି ରଖୁଛି କି, ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ନୂଆ ସିଜନ ପାଇଁ ମନ୍ଥର ବୋଲିଂ ଅପମାନ ନିୟମରେ ପରିବର୍ତ୍ତନ ଘଟିଛି । ଏଥର ଅଧିନାୟକଙ୍କୁ ନିଲମ୍ବନ ଦଣ୍ଡ ମିଳିବ ନାହିଁ ବରଂ ଆଇସିସି ନିୟମ ଭଳି ସେମାନଙ୍କର ଶୃଙ୍ଖଳା ପଏଣ୍ଟ କାଟ୍ ହେବ ଓ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ ।