ନୂଆଦିଲ୍ଲୀ,୩୧/୦୩: ଫଟାଫଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗର ସିଜନ୍ ୧୮ ଚାଲିଛି । ଦିନକୁ ଦିନ ରୋମାଞ୍ଚକର ହେଉଛି ମ୍ୟାଚ । ଗତକାଲି (ରବିବାର) ଆଇପିଏଲର ୧୧ତମ ମ୍ୟାଚ ଖେଳାଯାଇଥିଲା । ଏଥିରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚରେ ରାଜସ୍ଥାନ ୬ରନରେ ବିଜୟ ହାସଲ କରିଥିଲା । ମ୍ୟାଚର ପରିଣାମ ଗୋଟିଏ ପଟେ ଥାଏ ଆଉ କିଛି ଫଟୋ ସାମ୍ନାକୁ ଆସିଥାଏ ଯାହା ଦର୍ଶକଙ୍କ ମନକୁ ଛୁଇଁଯାଏ । ଏହି ମ୍ୟାଚରେ ମଧ୍ୟ କିଛି ସେମିତି ଦେଖିବାକୁ ମିଳିଥିଲା । ପଡ଼ିଆରେ ଜଣେ ଲିଡର ଓ ମେଣ୍ଟରଙ୍କୁ ଏକାଠୀ ଦେଖିବାକୁ ପାଇଥିଲେ ଦର୍ଶକ । ଆମେ କହୁଛୁ ମହେନ୍ଦ୍ର ସିଂହ ଧୋନୀ ଓ ରାହୁଲ ଦ୍ରାବିଡ଼ଙ୍କ କଥା । ପଡ଼ିଆରେ ଏହି ଦୁଇ ମହାନ୍ ଖେଳାଳିଙ୍କ ଭେଟଘାଟକୁ ବେଶ୍ ପ୍ରଶଂସା କରୁଛନ୍ତି ଦର୍ଶକ ।
ରାହୁଲ ଦ୍ରାବିଡ଼ ଓ ମହେନ୍ଦ୍ର ସିଂହ ଧୋନୀଙ୍କ ଭେଟଘାଟ ସମୟର ଏକ ଫଟୋକୁ ଏକ୍ସରେ ସେୟାର କରିଛି ରାଜସ୍ଥାନ ରୟାଲ୍ସ । କ୍ୟାପ୍ସନରେ ଆରଏସଡ଼ି x ଏମ୍ଏସଡ଼ି ଲେଖି ଫଟୋ ପୋଷ୍ଟ କରିଛି ରାଜସ୍ଥାନ । ଯାହାକୁ ୧୦ ଘଣ୍ଟା ମଧ୍ୟରେ ୫୮ ହଜାର ଲୋକ ଦେଖିସାରିଛନ୍ତି । ୮ ହଜାରରୁ ଅଧିକ ଲୋକ ପ୍ରତିକ୍ରିୟା ଦେଇଛନ୍ତି । ପୋଷ୍ଟଟି ୪୯୪ ରିପୋଷ୍ଟ ହୋଇଛି । ଫଟୋରେ ୟୁଜର୍ସ ମଜାଳିଆ କମେଣ୍ଟ ଦେଇଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି, ବିୟ୍ୟୁଟିଫୁଲ୍। ସେହିପରି ଆଉ ଜଣେ ୟୁଜର୍ କମେଣ୍ଟରେ ଲେଖିଛନ୍ତି 'ମେମୋରେବଲ୍ ପିକ୍ ଅଫ୍ ଦି ନାଇଟ୍' । ଆଉ ଜଣେ ୟୁଜର୍ ଲେଖିଛନ୍ତି RSDXMSD = RDX । ଅନ୍ୟ ଜଣେ ୟୁଜର୍ ଦଇଜଣଙ୍କୁ ଆଦର୍ଶ ବୋଲି ମାନୁଥିବା କମେଣ୍ଟ ଲେଖିଛନ୍ତି ।
ଅଧିକ ପଢନ୍ତୁ...IPL ୨୦୨୫: ଆଜି ସାମ୍ନାସାମ୍ନି ହେବେ ମୁମ୍ବାଇ ଇଣ୍ଡିଆନ୍ସ-ନାଇଟ୍ ରାଇଡର୍ସ, ପ୍ରଥମ ବିଜୟ ଲକ୍ଷ୍ୟରେ ପାଣ୍ଡ୍ୟା ବାହିନୀକହି ରଖୁଛି କି, ଗତକାଲି ରାଜସ୍ଥାନ ଓ ଚେନ୍ନାଇ ମଧ୍ୟରେ ମ୍ୟାଚ ହୋଇଥିଲା। ଏହାକୁ ୬ ରନରେ ଜିତିଛି ରାଜସ୍ଥାନ । ନୀତିଶ ରାଣା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ । ତାଙ୍କର ଦମଦାର ୮୧ରନ୍ ଇନିଂସ ବଳରେ ରାଜସ୍ଥାନ ବିଜୟ ସହ ସିଜିନ୍ରେ ପଏଣ୍ଟ ଖାତା ଖୋଲିଛି । ପୂର୍ବରୁ ଦଳ ଦୁଇଟି ମ୍ୟାଚ ହାରି ସାରିଛି । ଚେନ୍ନାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ମାତ୍ର ଲଗାତାର ଦୁଇଟି ମ୍ୟାଚ ହାରିଛି । ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ଚେନ୍ନାଇ ।