ମୁମ୍ବାଇ,୩୧/୦୩: ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କରିଛି। ୱାଙ୍କେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ କେକେଆର ଦଳ ପ୍ରଥମେ ଖେଳି ମାତ୍ର ୧୧୬ ରନ୍ରେ ଆଉଟ୍ ହୋଇଥିଲେ। ଏହାର ଜବାବରେ ମୁମ୍ବାଇ ୧୩ ଓଭରରେ ଏହି ଲକ୍ଷ୍ୟ ହାସଲ କରିଛି ଏବଂ ଆଇପିଏଲ ୨୦୨୫ ରେ ପ୍ରଥମ ବିଜୟ ପଞ୍ଜିକରଣ କରିଛି। ଲଗାତାର ଦୁଇଟି ପରାଜୟର ସମ୍ମୁଖୀନ ହେବା ପରେ ମୁମ୍ବାଇ ଚଳିତ ସିଜନରେ ପ୍ରଥମ ବିଜୟ ହାସଲ କରିଛି। ଏହି ସଂଘର୍ଷରେ ରିଆନ୍ ରିକେ୍ଲଟନ୍ ଏବଂ ଅଶ୍ୱନୀ କୁମାର ଏମଆଇ ପକ୍ଷରୁ ବିଜୟର ହିରୋ ସାଜିଥିଲେ।
ଲଗାତାର ଦୁଇ ଥର ପରାଜୟ ହେବା ପରେ ମୁମ୍ବାଇ ଆଇପିଏଲ୍ ୨୦୨୫ ରେ ପ୍ରଥମ ବିଜୟ ହାସଲ କରିଛି। କୋଲକାତା ନାଇଟ୍ ରାଇଡର୍ସ ଏମ୍ଆଇ ପାଇଁ ୧୧୭ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ରୋହିତ ଶର୍ମା ଏବଂ ରିଆନ୍ ରିକଲେଟନ୍ ମୁମ୍ବାଇ ପକ୍ଷରୁ ଦ୍ରୁତ ଆରମ୍ଭ କରିଥିବା ବେଳେ ରୋହିତ ଶର୍ମାଙ୍କ ଖରାପ ଫର୍ମ ଏବେବି ଅବ୍ୟାହତ ରହିଛି। ରୋହିତ ମାତ୍ର ୧୩ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ୱିଲ୍ ଜ୍ୟାକ୍ ମଧ୍ୟ ଏହି ମ୍ୟାଚ୍ରେ କିଛି ବିଶେଷ ପ୍ରଦର୍ଶନ କରିପାରିନଥିଲେ। ମାତ୍ର ୧୬ ରନ୍ ସ୍କୋର କରିବା ପରେ ଜ୍ୟାକ୍ ଆଉଟ୍ ହୋଇଥିଲେ।