ପ୍ରମୂଖ ଖବର
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : କାର୍‌- ଟ୍ରକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଖୁସି ଖବର, ୨୦୨୭ ବିଶ୍ବକପ ଖେଳିବେ କିଙ୍ଗ୍ କୋହଲି

Published By : Ankita S | April 2, 2025 8:59 AM

ବେଙ୍ଗାଲୁରୁ,୦୨/ ୦୪: ଆଉ ଏକ ବିଶ୍ବକପ ଜିତିବ ଭାରତ । ପଡ଼ିଆରେ କମାଲ କରିବେ କଙ୍ଗ୍ କୋହଲି । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ଭାବେ ଗଣା ହେଉଥିବା ବିରାଟ କୋହଲି ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ଲକ୍ଷ୍ୟ ରଖିଥିବା ସଂକେତ ଦେଇଛନ୍ତି । ବର୍ତ୍ତମାନ ତାଙ୍କ ବୟସ ୩୬ ବର୍ଷ । ୨୦୨୭ ବିଶ୍ବକପ ଜିତିବାକୁ ଚାହାଁନ୍ତି ବୋଲି କହିଛନ୍ତି । 

କୋହଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି ଯେ, ପରବର୍ତ୍ତୀ ବିଶ୍ୱକପ୍‌ ଜିତିବାକୁ ଆଶା ରଖିଛି । ଆସନ୍ତା ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ରହିଛି । କୋହଲି ଟି-ଟ୍ୱେଣ୍ଟି ଫର୍ମାଟ୍‌ରୁ ଅବସର ନେଇ ସାରିଛନ୍ତି । ତେଣୁ ତାଙ୍କ ଲକ୍ଷ୍ୟ କେବଳ ୨୦୨୭ ଦିନିକିଆ ବିଶ୍ୱକପ୍‌ ଉପରେ । କୋହଲି ପୂର୍ବରୁ ୨୦୧୧ ଦିନିକିଆ ବିଶ୍ୱକପ୍‌ ଦଳର ସଦସ୍ୟ ରହିସାରିଛନ୍ତି ।

ଅଧିକ ପଢନ୍ତୁ...ଇତିହାସ ରଚିଲେ ଟି-ଟ୍ବେଣ୍ଟି ସ୍ପେଶାଲିଷ୍ଟ ସୂର୍ଯ୍ୟକୁମାର, ୮,୦୦୦ ରନ୍ କରିବାରେ ୫ମ ଭାରତୀୟ

୨୦୨୩ରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ରେ ଭାରତ ଚାମ୍ପିଅନ ହେବାର ସୁଯୋଗ ରହିଥିଲା । ମାତ୍ର ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହେବା ସହ ଭାରତର ଆଶା ମଉଳି ଯାଇଥିଲା । କୋହଲି ଉକ୍ତ ବିଶ୍ୱକପ୍‌ରେ ମୋଟ୍‌ ୭୬୫ ରନ ସଂଗ୍ରହ କରିଥିଲେ । ଅବଶ୍ୟ ଏହାପରେ ଭାରତୀୟ ଦଳ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଓ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତି ସାରିଛି । ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ପରବର୍ତ୍ତୀ ୨୦୨୭ ଦିନିକିଆ ବିଶ୍ୱକପ୍‌ ଅନୁଷ୍ଠିତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.