ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ଋଷଭ ପନ୍ତଙ୍କ ଫ୍ଳପ୍‌ ଶୋ..୧୭୧ ରନ୍‌ରେ ଅଟକିଲା ଲକ୍ଷ୍ନୌ, ପଞ୍ଜାବ ଆଗରେ ୧୭୨ ଟାର୍ଗେଟ

Published By : Prameya | April 1, 2025 9:17 PM

Image source: ABP Live

ଲକ୍ଷ୍ନୌ,୦୧/୦୪:  ଆଇପିଏଲ୍ ୨୦୨୫ର ୧୩ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ପଞ୍ଜାବ କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୭୧ ରନ କରିଛି। ମ୍ୟାଚ୍ ଜିତିବା ପାଇଁ ପଞ୍ଜାବ ସାମ୍ନାରେ ୧୭୨ ରନର ବିଜୟ ଲକ୍ଷ୍ୟ ରହିଛି। ଏଲଏସଜି ପକ୍ଷରୁ ନିକୋଲାସ ପୂରନ ୪୪ ରନ କରିଥିବା ବେଳେ ଆୟୁଷ ବଦୋନି ୪୧ ରନ କରିଛନ୍ତି। ଶେଷ ଆଡ଼କୁ ଅବଦୁଲ ସାମଦ ବିସ୍ଫୋରକ ୨୭ ରନ କରିଥିଲେ। ବୋଲିଂରେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି। 

ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଲକ୍ଷ୍ନୌ। ଦଳ ୧ ରନ ସ୍କୋରରେ ମିଚେଲ୍ ମାର୍ଶ(୦)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଭଲ ବ୍ୟାଟିଂ କରୁଥିବା ଆଡନ ମାରକ୍ରମ ୨୮ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ଋଷଭ ପନ୍ତ ନିଜର ଖରାପ ଫର୍ମ ଜାରି ରଖି ମାତ୍ର ୨ ରନ କରି ପାଭିଲିୟନ ଫେରିଥିଲେ। ମିଡିଲ ଅର୍ଡରରେ ନିକୋଲାସ ପୂରନ ଓ ଆୟୂଷ ବାଦୋନି ଇନିଂସ ସମ୍ଭାଳିଥିଲେ। 

ନିକୋଲାସ ପୂରନ ୩୦ ବଲରୁ ୫ ଚୌକା ଓ ୨ ଛକା ଜରିଆରେ ୪୪ ରନ କରିଥିଲେ। ଡେଭିଡ୍ ମିଲର ଧିମା ୧୯ ରନ କରିଥିଲେ। ଆୟୂଷ ବାଦୋନି କ୍ରିଜରେ ସେଟ୍ ହୋଇଥିଲେ ହେଁ ବିସ୍ଫୋରକ ବ୍ୟାଟିଂ କରିବାରେ ବିଫଳ ହୋଇଥିଲେ। ସେ ୩୩ ବଲରୁ ୪୧ ରନ କରି ପାଭିଲିୟ ଫେରିଥିଲେ। ଶେଷ ଆଡ଼କୁ ଅବଦୁଲ ସାମଦ ୧୨ ବଲରୁ ୨୭ ରନ କରିବାରୁ ଲକ୍ଷ୍ନୌ ୭ ଓ୍ଵିକେଟ୍ ହରାଇ ୧୭୧ ରନ କରି ପାରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.